ମଣ୍ଡିରୁ ଉଠୁନି ଧାନ

ସୁବର୍ଣ୍ଣପୁର ଜିଲାରେ ଚାଷୀ ସବୁବେଳେ ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇଆସୁଛି। ଧାନ ହେଉ ଅବା ପରିବା କିମ୍ବା ଧଳା ସୁନା କୁହାଯାଉଥିବା କପାଚାଷ କରି କ୍ଷତି ସହୁଛି। ଚଳିତବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁ ଖରିଫ ଧାନ ଅମଳ ଭଲ ହୋଇଥିଲା। ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ ସରକାରଙ୍କ ଟୋକନ୍‌ ପ୍ରଦାନରେ ଅହେତୁକ ବିଳମ୍ବ ଚାଷୀଙ୍କୁ କ୍ଷତି ସହିବାକୁ ବାଧ୍ୟ କରିଛି। ଚାଷୀ କମ୍‌ ଦରରେ ବ୍ୟବସାୟୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ରେକର୍ଡ ପରିମାଣର ଧାନ ଉତ୍ପାଦନ କରୁଥିବା ଏହି ଜିଲାର ସବୁ ମଣ୍ଡିରେ କଂକ୍ରିଟ୍‌ ପିଣ୍ଡି କିମ୍ବା ଗୋଦାମ ଘର ବର୍ତ୍ତମାନ ସୁଦ୍ଧା ନିର୍ମାଣ ହୋଇପାରିନି। ଖୋଲା ଆକାଶ ତଳେ ଧାନ ବସ୍ତା ପଡ଼ିରହିଛି। ସରକାରଙ୍କ ଧାନ କ୍ରୟ ଟାର୍ଗେଟ୍‌ ଥିଲେ ମଧ୍ୟ ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଉ ନ ଥିବା ଅଭିଯୋଗ ହେଉଛି। ଚାଷୀ ମଣ୍ଡିରେ ଧାନ ରଖି ଶୀତ କାକରରେ ଜଗି ରହୁଛନ୍ତି। ଏଭଳି ସ୍ଥିତିରେ ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ ବର୍ଷା ଓ କୋହଲା ପାଗ ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ମଣ୍ଡିରେ ଥିବା ଧାନ ବସ୍ତା ଉପରେ ପଲିଥିନ୍‌ ଢଙ୍କା ହୋଇଥିଲେ ମଧ୍ୟ ତଳିଆ ଅଞ୍ଚଳରେ ବର୍ଷା ପାଣି ପ୍ରବେଶ କରି ଧାନ ବସ୍ତା ଭିଜିଯାଇଛି। ଏ ସବୁ ମଣ୍ଡିରେ ଧାନ ଗଜା ହେଲାଣି। ଅନ୍ୟପକ୍ଷେ ଜିଲା ଯୋଗାଣ ବିଭାଗ ଧାନ କ୍ରୟ ପାଇଁ ପଞ୍ଜୀକୃତ ଚାଷୀଙ୍କୁ ଟୋକନ୍‌ ଇସ୍ୟୁ କରିବା ଲାଗି ରାଜ୍ୟ ଯୋଗାଣ ନିଗମକୁ ଚିଠି ଲେଖିଛି। ହେଲେ ଚାଷୀଙ୍କୁ ଟୋକନ୍‌ ମିଳିବାର ନାଁଗନ୍ଧ ନାହିଁ। ଏଭଳି ସ୍ଥିତିରେ ବିଭିନ୍ନ ମଣ୍ଡିରେ ହଜାର ହଜାର ଧାନ ବସ୍ତା ପଡ଼ିରହିଛି। ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନକିଣା ଆରମ୍ଭ ହୋଇଛି। ଖରିଫ ଧାନ ବିକ୍ରି ପାଇଁ ୪୭,୯୯୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ସରକାର ଏହି ଜିଲାରୁ ୩୪ ଲକ୍ଷ କୁଇଣ୍ଟାଲ ଧାନ କ୍ରୟ ପାଇଁ ଟାର୍ଗେଟ ଦେଇଛନ୍ତି । ୯ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲାର ୪୩,୪୦୧ ଚାଷୀଙ୍କଠାରୁ ୩୧,୮୭,୨୮୨ କୁଇଣ୍ଟାଲ ଧାନ କିଣାଯାଇଛି। ସୁବର୍ଣ୍ଣପୁର ଜିଲାର ୪୧ ମିଲର୍ସ, ବରଗଡ଼ ଓ ସମ୍ବଲପୁର ଜିଲାର ୧୩ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ଜିଲାର ୬୫ ପ୍ୟାକ୍ସ ଓ ୧୪ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ଧାନ କ୍ରୟ ହେଉଛି। ତେବେ ଏଫ୍‌ଏକ୍ୟୁ ଆଳ ଦେଖାଇ ମିଲର୍ସମାନେ କୁଇଣ୍ଟାଲ ପ୍ରତି ୩ରୁ ୪ କେଜି ଧାନ କାଟି ନେଉଛନ୍ତି। ଅନ୍ୟପକ୍ଷେ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକ୍‌ର ଶତାଧିକ ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିରହିଛି। ୧୧୨୦ ଚାଷୀଙ୍କ ଟୋକନ୍‌ ଥାଇ ମଧ୍ୟ ଧାନ ବିକ୍ରି କରି ପାରୁ ନ ଥିବା ବେଳେ ୯୦୨ ଚାଷୀଙ୍କୁ ଏଯାଏ ଟୋକନ୍‌ ମିଳିନାହିଁ। କେତେକ ଚାଷୀଙ୍କର ଟୋକନ୍‌ କ୍ୟାନ୍‌ସେଲ ହୋଇଯାଇଛି। ନିକଟରେ ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁ ଧାନ ସଂଗ୍ରହ ବାଧାପ୍ରାପ୍ତ ହୋଇଛି। ସରକାର ଅବିଳମ୍ବେ ଟୋକନ୍‌ ଇସ୍ୟୁ କରିବା ସହ ଧାନ ସଂଗ୍ରହ ଅବଧି ବୃଦ୍ଧି କରିବାକୁ ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri