ମଠ ଅସ୍ତିତ୍ୱ ରକ୍ଷା ପାଇଁ ମିଳିତ ପ୍ରୟାସ ଲୋଡ଼ା

ପୁରୀ ଅଫିସ,୪ା୧୨: ପୁରୀର ପ୍ରାଚୀନ ମଠ ଶ୍ରୀଶଙ୍କରାନନ୍ଦ ମଠ ଦୀର୍ଘବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି। ଏହି ମଠର ଅସ୍ତିତ୍ୱ ଓ ଆଦର୍ଶ ରକ୍ଷା ପାଇଁ ମିଳିମିଶି ପ୍ରୟାସ କରାଯିବା ଆବଶ୍ୟକ ବୋଲି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି। ଶ୍ରୀଶଙ୍କରାନନ୍ଦ ମଠ ଏଣ୍ଡାଓମେଣ୍ଟ ଟ୍ରଷ୍ଟ ବୋର୍ଡ ଏବଂ ଐତିହ୍ୟ ସଂରକ୍ଷଣ ପରିଷଦ ପକ୍ଷରୁ ଗୁରୁବାର ମଠ ପରିସରରେ ଆୟୋଜିତ ଐତିହ୍ୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଜଗଦ୍‌ଗୁରୁ କହିଲେ, ଏହି ପ୍ରାଚୀନ ମଠର ପୁନରୁଦ୍ଧାର ପାଇଁ ଏକ ସମିତି ଗଠନ ହେଉ। ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ନେଇ ଆମେ ସରକାରଙ୍କ ପାଖରେ ପହଞ୍ଚତ୍ଲେ ଧ୍ୱଂସାଭିମୁଖେ ରହିଥିବା ଏହି ମଠର ପୁନରୁଦ୍ଧାର ହୋଇପାରିବ। ଶ୍ରୀଶଙ୍କରାନନ୍ଦ ମଠର ଐତିହ୍ୟ ସମ୍ପର୍କିତ ଏହି ଆଲୋଚନାଚକ୍ରରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ଡ. ମିଶ୍ର କହିଥିଲେ ଯେ, ପ୍ରାଚୀନ କାଳରେ ପୁରୀରେ ୭୫୨ଟି ମଠ ଓ ଆଶ୍ରମ ଥିଲା। ବର୍ତ୍ତମାନ ଅନୁସନ୍ଧାନ ଫଳରେ ୩୭୪ଟି ମଠ ଓ ଆଶ୍ରମ ରହିଛି। ଏହି ମଠଗୁଡ଼ିକ ମଧ୍ୟରେ ଶୈବ ସମ୍ପ୍ରଦାୟର ୫ଟି ମଠ ସର୍ବପୁରାତନ। ତାହା ମଧ୍ୟରେ ଶ୍ରୀଶଙ୍କରାନନ୍ଦ ମଠକୁ ପ୍ରଥମେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କରିବାର ଦାୟିତ୍ୱ ଦିଆଯାଇଥିଲା। ଏହି ମଠର ସ୍ବାମିଜୀ ମନ୍ଦିରର ପରିଚ୍ଛା ସେବା କରୁଥିଲେ। ଶ୍ରୀମନ୍ଦିର ନିର୍ମାଣର ୧୦୦ ବର୍ଷ ପୂର୍ବରୁ ଏକାମ୍ର କ୍ଷେତ୍ରରେ ନିର୍ମିତ ଶ୍ରୀଲିଙ୍ଗରାଜ ମନ୍ଦିରର ପରିଚାଳନା କାର୍ଯ୍ୟ ଏହି ମଠର ସ୍ବାମିଜୀ କରୁଥିଲେ। ଲିଙ୍ଗରାଜ ମନ୍ଦିର ନିକଟରେ ଏହାର ଏକ ଶାଖା ମଠ ରହିଛି। ତାହା ପୂର୍ବରୁ ଢେଙ୍କାନାଳ କପିଳାସରେ ବିଜେ କରିଥିବା ଶ୍ରୀଚନ୍ଦ୍ରଶେଖରଙ୍କ ଉପାସନାର ଦାୟିତ୍ୱ ସେ ବୁଝୁଥିଲେ। ପୁରୀ ଶ୍ରୀଲୋକନାଥ ମନ୍ଦିରର ଦାୟିତ୍ୱ ବୁଝିବା ସହିତ ସମସ୍ତ ଯାନିଯାତ୍ରାରେ ସହଯୋଗ କରୁଥିଲେ। ଏବେ ବି ଶ୍ରୀଲୋକନାଥଙ୍କ ବିଜେ ପ୍ରତିମା ଏହି ମଠକୁ ଆସୁଛନ୍ତି। କୋଣାର୍କ ମନ୍ଦିରର ନିର୍ମାଣ ଇତିହାସ ଲେଖାଯାଇଥିବା ଚକଡ଼ ପୋଥିରେ ଉଲ୍ଲେଖ ଅଛି ଯେ, ଲାଙ୍ଗୁଳା ନରସିଂହ ଦେବଙ୍କ ନିମନ୍ତ୍ରଣକ୍ରମେ ଶଙ୍କରାନନ୍ଦ ସ୍ବାମୀ ଶ୍ରୀନରସିଂହ ସରସ୍ବତୀ ମନ୍ଦିର ନିର୍ମାଣ କାର୍ଯ୍ୟ ଦେଖିବା ପାଇଁ କୋଣାର୍କରେ ପହଞ୍ଚତ୍ଥିଲେ। ସେଠାରେ ସ୍ବାମିଜୀଙ୍କ ପାଦପୂଜା ଶିବେଇ ସାମନ୍ତରା କରିଥିଲେ। ତାଙ୍କୁ ଦାନ ମିଳିଥିବା ସୁନାମାଢ ସେ ଶିବେଇ ସାମନ୍ତରାଙ୍କୁ ଦେଇ ଆଦିଶଙ୍କରାଚାର୍ଯ୍ୟଙ୍କ ସିଦ୍ଧ ଯୋଗମୁଦ୍ରାର ଏକ ମୂର୍ତ୍ତି ନିର୍ମାଣ କରିବାକୁ ଅନୁରୋଧ କରିଥିଲେ। ସେତେବେଳେ ଗଙ୍ଗବଂଶର ଶାସନ ସମୟରେ ଗଜପତିମାନେ ଶଙ୍କରାନନ୍ଦ ମଠର ସ୍ବାମୀଙ୍କୁ ଗୁରୁତ୍ୱ ଦେଉଥିଲେ। ସରକାର ଚାହିଁଲେ ଏଭଳି ଏକ ପ୍ରାଚୀନ ଐତିହ୍ୟପୂର୍ଣ୍ଣ ମଠର ପୁନରୁଦ୍ଧାର କରିପାରିବେ ବୋଲି ଡ. ମିଶ୍ର ମତ ରଖିଥିଲେ। ଐତିହ୍ୟ ପରିଷଦ ସମ୍ପାଦକ ଦେବୀପ୍ରସନ୍ନ ନନ୍ଦ, ସଭ୍ୟ ସିଦ୍ଧାର୍ଥ ଆଚାର୍ଯ୍ୟ ବକ୍ତବ୍ୟ ରଖିଥିବାବେଳେ ମଠ ସମିତି ପକ୍ଷରୁ ଦୁର୍ଗାପ୍ରସାଦ ମିଶ୍ର ସ୍ବାଗତ ଭାଷଣ ଦେଇଥିଲେ। ଆଲୋଚ୍ୟ ପ୍ରସଙ୍ଗରେ ଶ୍ରୀଜଗନ୍ନାଥ ମିଶ୍ର, ଦୁର୍ଗାପ୍ରସାଦ ମହାପାତ୍ର, ପ୍ରଫେସର ଦିବାକର ମହାପାତ୍ର ପ୍ରମୁଖ ଭାଗ ନେଇଥିଲେ। ବିଦେଶୀ ଭାଷାରେ ପ୍ରକାଶିତ ଜଗନ୍ନାଥ ସଂସ୍କୃତିରେ ଶବ୍ଦକୋଷ ଓ ଭାଷାକୋଷ ସଂଶୋଧନ ନିମନ୍ତେ ପଣ୍ଡିତ ଦୁର୍ଗାପ୍ରସାଦ ମହାପାତ୍ର ଏବଂ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ଶଙ୍କରାଚାର୍ଯ୍ୟ ଉନ୍ମୋଚନକରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri