ଭୁବନେଶ୍ୱର, ୭ା୩ (ବ୍ୟୁରୋ): ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପରିଚାଳନାରେ ସ୍ବଚ୍ଛତା ସହ ଇପିଏଫ୍ ଓ ଇଏସଆଇ ଆଦି ପୈଠ ଉପରେ ନଜର ରଖିବାକୁ ରାଜ୍ୟ ସରକାର ଇ-ମଷ୍ଟରରୋଲ ନାମରେ ନୂତନ ବୈଷୟିକ କୌଶଳ ପ୍ରୟୋଗ କରିବେ। ସରକାର ଏଥିପାଇଁ ନୀତିଗତ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ପୂର୍ତ୍ତ ସଚିବ କ୍ରିଷନ କୁମାର ଏହି ବିଷୟରେ ବୈଷୟିକ ପ୍ରୟୋଗର ପ୍ରୟୋଜନୀୟତା ଏବଂ ସମ୍ଭାବ୍ୟ ଫଳାଫଳ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଛନ୍ତି। ଇ-ମଷ୍ଟରରୋଲର ବୈଷୟିକ, ପ୍ରଶାସନିକ ଓ ଆର୍ଥିକ ଦିଗଗୁଡିକୁ ବିଚାର କରି ଭିତ୍ତିଭୂମି ନିର୍ମାଣ କରୁଥିବା ବିଭାଗଗୁଡିକ ଏହାର ପରୀକ୍ଷାମୂଳକ ପ୍ରୟୋଗ କରିବାକୁ କୁହାଯାଇଛି। ଏହି ସଫ୍ଟଓ୍ବେରକୁ ଇ-ଶ୍ରମିକ, ଇଏସ୍ଆଇ ଏବଂ ଇପିଏଫ୍ ତଥ୍ୟଭିତ୍ତିକ ସହିତ ସଂଯୁକ୍ତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଜଳ ସମ୍ପଦ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ପଞ୍ଚାୟତିରାଜ ଓ ପାନୀୟ ଜଳ, ନଗର ଓ ଗୃହ ଉନ୍ନୟନ ଆଦି ବିଭାଗରେ କାର୍ଯ୍ୟକାରୀ ହେଉଥିବା ୫୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କାର କିଛି ପ୍ରକଳ୍ପରେ ଏହି ପରୀକ୍ଷାମୂଳକ ପ୍ରୟୋଗ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ଆଲୋଚନା ଶେଷରେ ମିଳିଥିବା ସୂଚନା ମୁତାବକ, ଉକ୍ତ ସଫ୍ଟଓ୍ବେର ମୁଖ୍ୟତଃ ୩ଟି ଉଦ୍ଦେଶ୍ୟ ସାଧନ କରିବ। ଶ୍ରମିକମାନଙ୍କ ମଜୁରି, ଇପିଏଫ୍ ଓ ଇଏସ୍ଆଇ ପୈଠ ଆଦି ଉପରେ କର୍ତ୍ତୃପକ୍ଷମାନେ ଅନଲାଇନ୍ରେ ନଜର ରଖିପାରିବେ। ଠିକ୍ ସମୟରେ ବୈଦ୍ୟୁତିକ ପ୍ରକ୍ରିୟାରେ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସେମାନଙ୍କ ପ୍ରାପ୍ୟ ପଠାଯାଉଛି ନା ନାହିଁ ସେନେଇ ତଦାରଖ କରିହେବ। ଠିକାଦାର ତଥ୍ୟଭିତ୍ତିକ ପରିବର୍ତ୍ତନ ପାଇଁ ଆସୁଥିବା ବିଭିନ୍ନ ଦରଖାସ୍ତର ମଧ୍ୟ ଉପଯୁକ୍ତ ପରିଚାଳନା ହୋଇପାରିବ। ବର୍ତ୍ତମାନ ମୁଖ୍ୟ ଭାବେ ଭିତ୍ତିଭୂମି ନିର୍ମାଣ କରୁଥିବା ୫ଟି ବିଭାଗ ଠିକାଦାର ତଥ୍ୟଭିତ୍ତିକ ବ୍ୟବସ୍ଥା ପ୍ରୟୋଗ କରାଇଛନ୍ତି। ଇ-ମଷ୍ଟରରୋଲ ବାବଦରେ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ କଣ୍ଟ୍ରାକ୍ଟରମାନଙ୍କୁ ଠିକ୍ ଭାବେ ସଚେତନ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ
ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...
ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ
ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...
ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ
ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...
ଭଞ୍ଜନଗର ଏନ୍ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍ଏସି ମାନ୍ୟତା ମିଳିଛି। ଆଜି...
ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...
ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ
ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...
ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ
ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...
ଦୁର୍ବ୍ୟବହାର ପ୍ରତିବାଦରେ ଡାକ୍ତର, କର୍ମଚାରୀଙ୍କ ଧାରଣା
କେସିଙ୍ଗା,୨୨ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଓ ଡାକ୍ତରଙ୍କୁ କେତେଜଣ ବ୍ୟକ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ପ୍ରତିବାଦରେ ସୋମବାର...
Archives


