Posted inରାଜ୍ୟ

ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଚଢ଼ାଉ: ତଦନ୍ତବେଳେ ଅଭିଯୋଗ କଲେ ଶତାଧିକ ଚାଷୀ

ଦଶରଥପୁର,୨୨ା୬(ଡିଏନ୍‌ଏ): କଟକ ସେଣ୍ଟ୍ରାଲ୍‌ କୋ-ଅପରେଟିଭ ବ୍ୟାଙ୍କ ଦଶରଥପୁର ଶାଖା ଅଧୀନରେ ଥିବା ମଙ୍ଗଳପୁର ପ୍ରାଥମିକ କୃଷି ସମବାୟ ସମିତିରେ ଦୁର୍ନୀତି ସୀମା ଲଂଘିଛି। ଏ ସମ୍ପର୍କରେ କିଛିଦିନ ତଳେ ମଙ୍ଗଳପୁର ସରପଞ୍ଚ ଶିଶିର କୁମାର ଧଳ, ପରିଚାଳନା ପରିଷଦର କେତେଜଣ ସଭ୍ୟ ଏବଂ ଚାଷୀ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ଡେପୁଟି ରେଜିଷ୍ଟାର ଅଫ୍‌ କୋ-ଅପରେଟିଭ ସୋସାଇଟି କଟକ ଡିଭିଜନ ପତ୍ର ସଂଖ୍ୟା ୬୦୩/୧୭।୬।୨୦୧୯ରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ପର୍ଯ୍ୟାୟରେ ଶୁକ୍ରବାର ସମବାୟ ସମିତି ସମୂହର ସହକାରୀ ନିବନ୍ଧକ (ଏଆରସିଏସ୍‌) ମଣିରଞ୍ଜନ ମିଶ୍ର ମଙ୍ଗଳପୁର ପ୍ରାଥମିକ କୃଷି ସମବାୟରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ କେତେକ କାଗଜପତ୍ର ଜବତ କରିଥିବା ଦେଖାଯାଇଛି। ଆଇନ୍‌ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ମଙ୍ଗଳପୁର ଆଇଆଇସି ଅସିତ୍‌ ରଞ୍ଜନ ମହାନ୍ତି ସଦଳବଳେ ଘଟଣାସ୍ଥଳରେ ତଦନ୍ତର ଶେଷଯାଏ ଉପସ୍ଥିତ ରହିଥିଲେ।
ସୂଚନାଯୋଗ୍ୟ ଯେ, ଏହି ସମବାୟ ସମତିରେ ଚାଷୀଙ୍କୁ ଋଣ ଦେବା ନାଁରେ ଶୋଷଣ କରାଯିବା ସହ ଚାଷୀଙ୍କ ଅଗୋଚରରେ ଋଣ ଖାତାରୁ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇ ସମ୍ପୃକ୍ତ ସମିତି କର୍ମଚାରୀ ଭାଗବଣ୍ଟା କରି ଖାଉଥିବା ଅଭିଯୋଗ ହୋଇଥିଲା। ଋଣ କରାଇଦେବା ଆଳରେ ଚାଷୀଙ୍କ କାଗଜପତ୍ର ନେଇ ଋଣ ସାଙ୍କ୍‌ସନ୍‌ କରାଇ ଚାଷୀଙ୍କଠାରୁ ଅନେକଗୁଡିଏ ଚେକ୍‌ରେ ଦସ୍ତଖତ ନିଆଯାଇଥାଏ। ଏହାପରେ ସମିତି ପକ୍ଷରୁ ଋଣ ଆବେଦନ କରିଥିବା ଚାଷୀଙ୍କୁ ଋଣ ଅର୍ଥ ପ୍ରଦାନ କରାଯାଉଥିଲେ ହେଁ ସେମାନଙ୍କୁ ଋଣ କରିଥିବା ଖାତା ଓ ଚେକ୍‌ବୁକ୍‌ ଦିଆଯାଏ ନାହଁି ା ଫଳରେ ଚାଷୀ କେତେ ଟଙ୍କା ଋଣ କରି କେତେ ଟଙ୍କା ପାଇଲା ତାହା ଜାଣିପାରେ ନାହିଁ। ସେମାନେ ଋଣ ବହି ମାଗିଲେ ଉକ୍ତ ସମିତିର ପିଅନ ସେମାନଙ୍କୁ ଧମକାଇ ଥାଆନ୍ତି ବୋଲି ଶୁକ୍ରବାର ତଦନ୍ତ ଅଧିକାରୀ ମିଶ୍ରଙ୍କୁ ଭେଟି ଶତାଧିକ ଚାଷୀ ଲିଖିତ ଅଭିଯୋଗ କରିଥିଲେ। ବର୍ଷବର୍ଷ ଧରି ଋଣ ନେଇଥିବା ଚାଷୀଙ୍କୁ ଏଠାରେ ଋଣ ବହି ପ୍ରଦାନ କରାଯାଉ ନ ଥିବା ଦେଖାଯାଇଛି। ବହି ପ୍ରଦାନ କରିଦେଲେ ଚାଷୀ ଋଣ ଅର୍ଥ ଜାଣିଯିବା ଭୟରେ ସମିତି କର୍ମଚାରୀମାନେ ତାଙ୍କୁ ବହି ପ୍ରଦାନ କରି ନ ଥାନ୍ତି ବୋଲି ଚାଷୀମାନେ କହିବା ପରେ ମିଶ୍ର ଅଭିଯୋଗକାରୀଙ୍କ ଋଣ ବହି ସେମାନଙ୍କୁ ପ୍ରଦାନ କରିବା ଲାଗି ସମ୍ପୃକ୍ତ ସମିତି କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପେଟି ପେଟି ଗଚ୍ଛିତ ରହିଥିବା ଋଣ ବହି ସମିତିରୁ ବାହାର କରାଯାଇ ଚାଷୀଙ୍କୁ ସେମାନଙ୍କ ଋଣ ବହି ଦିଆଯାଇଥିଲା। ବହି ପାଇବା ପରେ ଋଣ ନେଇଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇଥିଲେ। ତାଙ୍କ ନାମରେ ହୋଇଥିବା ଋଣଠାରୁ ସେମାନେ ବହୁ କମ୍‌ ଅର୍ଥ ପାଇଥିବା ଏଆର୍‌ସିଏସ୍‌ଙ୍କୁ ଜଣାଇଛନ୍ତି। ଏହାଛଡା ମଙ୍ଗଳପୁର ସରପଞ୍ଚ ଶିଶିର ଧଳ ଓ ପରିଚାଳନା ପରିଷଦ ସଭ୍ୟ ପ୍ରଫୁଲ୍ଲ ଦାସ, ଦିଲ୍ଲୀପ କୁମାର ସାମଲ, ଭରତ ମଲ୍ଲିକ୍‌, ନଟବର ମୁଦୁଲି, ମାନସ ରଞ୍ଜନ ଦାସ, ଶଙ୍କର୍ଷଣ ଦାସ, ପ୍ରଭାତ କୁମାର ମଲ୍ଲିକ ପ୍ରମୁଖ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏଠାରେ କୌଣସି ଚାଷୀଙ୍କୁ ଲୋନ୍‌ କରାଇ ଦିଆଗଲେ ସମିତି କର୍ତ୍ତୃପକ୍ଷ ମୋଟାଅଙ୍କର ଉକେତ୍ାଚ ନେଇଥାନ୍ତି। ଏହାଛଡା ମାଟ୍ରିକ୍‌ ପାସ୍‌ କରି ନ ଥିବା ସମ୍ପୃକ୍ତ ପିଅନଙ୍କୁ କିଭଳି ସମିତିର ସହସମ୍ପାଦକ ପୋଷ୍ଟରେ ରଖାଯାଇଛି ବୋଲି ସେମାନେ ପ୍ରଶ୍ନ କରିଥିଲେ। ଏହି ସମିତିରେ କେତେଜଣ ଚାଷୀ ଋଣ ଅର୍ଥ ପରିଶୋଧ କରି ସାରିଥିଲେ ମଧ୍ୟ ସମିତି ପକ୍ଷରୁ ଚଞ୍ଚକତା କରାଯାଇ ସେମାନେ ଋଣ ଅର୍ଥ ପରିଶୋଧ କରି ନ ଥିବା କୁହାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି ା ଘଟଣା ସମ୍ପର୍କରେ ତଦନ୍ତରେ ଆସିଥିବା ଏଆର୍‌ସିଏସ୍‌ ମିଶ୍ରଙ୍କୁ ପଚାରିବାରେ, ଚାଷୀଙ୍କ ଅଭିଯୋଗରେ ମାତ୍ରାଧିକ ସତ୍ୟତା ରହିଥିବା କହିଥିବାବେଳେ ସମିତିରେ ଅନେକ ତ୍ରୁଟି ପରିଲକ୍ଷିତ ହୋଇଛି। ତଦନ୍ତ ସମ୍ପୂର୍ଣ୍ଣ ହେବାପରେ କାର୍ଯ୍ୟାନୁଷ୍ଠାନ ହେବବୋଲି ସେ କହିଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri