ମକର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୧୫ା୧: ଶ୍ରୀମନ୍ଦିରରେ ବୁଧବାର ପାଳିତ ହୋଇଛି ମକର ପର୍ବ। ରତ୍ନସିଂହାସନରେ ଦାରୁବିଗ୍ରହ ମକର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା। ଭୋର ୪ଟାରେ ଦ୍ୱାର ଫିଟିଥିଲା। ମଙ୍ଗଳ ଆଳତି, ଅବକାଶ ବଢିବା ପରେ ତ୍ରିମୁଣ୍ଡିରେ ମକର ଚୂଳ ଲାଗି ହୋଇଥିଲା। ପରେ ଠାକୁରଙ୍କ ବେଶ ହୋଇଥିଲା। ସକାଳ ଧୂପ ପରେ ୩ ବାଡରେ ମଇଲମ ହୋଇ ମହାସ୍ନାନ ବଢିଥିଲା। ଘଟୁଆରୀ ଘରଠାରୁ ସର୍ବାଙ୍ଗ ବିଜେ କରାଇ ସର୍ବାଙ୍ଗ ଲାଗି ହୋଇଥିଲା। ଠାକୁରଙ୍କୁ ନୂଆଲୁଗା, ଚୂଳମାଳ, ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଇ ବେଶ କରାଯାଇଥିଲା। ଦ୍ୱିପ୍ରହର ଧୂପ ସାଙ୍ଗରେ ଯାତ୍ରାଙ୍ଗୀ ଭୋଗ ରୋଷରୁ ପଟୁଆର ହୋଇ ଛାମୁକୁ ଆସିଥିଲା। ପଣ୍ଡା ଷୋଡ଼ଶ ଉପଚାରରେ ମଣୋହୀ କରିଥିଲେ। ଟେରା ପଡ଼ିବା ପରେ ପଣ୍ଡା, ପତ୍ରିବଡୁ, ସୁଆରବଡୁ ଏବଂ ଗରାବଡୁଙ୍କୁ ସାଙ୍ଗରେ ଧରି ରୋଷ ପାଇକ ହାତେ ଏକ ଓଳି ଅନ୍ନ ଧରି ବାହାରକୁ ଆସି ମନ୍ଦିର ଚାରିପାଖେ ଦିଗ୍‌ବଳି ଦେଇଥିଲେ। ଏହାପରେ ଭିତରକୁ ଯାଇ ମଣୋହି କରିଥିଲେ। ଏହି ଭୋଗ ସରି ଆଳତି ବଢିବା ପରେ ଟେରା ବନ୍ଧା ହୋଇଥିଲା। ପାଳିଆ ପଢିଆରୀ ମଙ୍ଗଳବାର ଅଧିବାସ ହୋଇଥିବା ଚାଉଳ ଭୋଗମଣ୍ଡପ ଘରକୁ ଡାକି ଯାଇଥିଲେ। ଏହାପୂର୍ବରୁ ଶୁଦ୍ଧସୁଆର ଗୋଦାମରୁ ଆବଶ୍ୟକ ସାମଗ୍ରୀ ଆଣିଥିଲେ। ଭୋଗ ଡାକିଯିବା ବେଳକୁ ଶୁଦ୍ଧସୁଆରମାନେ ପନ୍ତିବଡୁମାନଙ୍କଠାରୁ ରୁପାଥାଳି ୩ଟି ନେଇ ଉକ୍ତ ଚାଉଳକୁ ମୂର୍ତ୍ତମୂଳ କରି ରଖିଥିଲେ। ରୋଷରୁ ମକର ୮୪ ଭୋଗ ଆସି ପନ୍ତିରେ ବଢାଯାଇଥିଲା। ମହାଭୋଇ ସେବକମାନେ ଦୁଗ୍ଧ ଘରୁ ଦହି ଆଣି ମହାସୁଆରଙ୍କୁ ପ୍ରଦାନ କରିଥିଲେ। ହଡ଼ପ ନାୟକ ସେବକମାନେ ନଳୀପାନ, ଛାଚିପାନ ଧରି ବଡ଼ଦେଉଳକୁ ବେଢାଏ ବୁଲି ପନ୍ତିରେ ପ୍ରଦାନ କରିଥିଲେ। ମକର ଭୋଗ ଲାଗି ହେବା ପରେ ବେଢା ପରିକ୍ରମା କରାଯାଇଥିଲା। ପରେ ମକର ଚାଉଳ ଭୋଗକୁ ଭକ୍ତମାନେ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri