ମଉଳି ଗଲା ପିତାମାତାଙ୍କ ସ୍ବପ୍ନ: ପାଠପଢା ବୟସରେ ଦିବ୍ୟାଙ୍ଗ ହୋଇଗଲେ ପୁଅ

ନବରଙ୍ଗପୁର,୨୪।୬(ବି.ପ୍ର.)- ପୁଅ ପାଠ ପଢି ମଣିଷ ହେବ। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ। ଏଭଳି ଆଶା ରଖିଥିଲେ ମାଆ, ବାପା । କିନ୍ତୁ ସବୁ ଆଶା ମଉଳି ଗଲା। ହଠାତ କୌଣସି ରୋଗରେ ଆକ୍ରାନ୍ତ ହୋଇ ପୁଅର ଗୋଡ ଅଚଳ ହୋଇ ଗଲା। ସେବେଠାରୁ ପୁଅର ପାଠ ପଢାରେ ମଧ୍ୟ ଡୋରୀ ବନ୍ଧା ହେଲା। ବାର୍ଦ୍ଧକ୍ୟ ବୟସରେ ସହାୟକ ହେବ ବୋଲି ଆଶା ରଖିଥିବା ମାଆ, ବାପା ଏବେ କୁଲିମଜୁରୀ କରି ପୁଅର ଦେଖା ରଖା କରୁଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଧିନ କଂଗ୍ରା ପଞ୍ଚାୟତ ସଦର ମହକୁମ୍ମା ପରଜା ସାହି ଠାରେ।
ପର୍ଶୁରାମ ମୁଦୁଲିଙ୍କ ଦୁଇ ପୁଅ । ବଡ ପୁଅ କେଶବ ଓ ସାନପୁଅ ହେଉଛନ୍ତିି ଭଗତ ମୁଦୁଲି। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଏମାନେ କୁଲି ମଜୁରି କରି ପରିବାର ପ୍ରତିପୋଷଣ କରୁଛନ୍ତି।
ଚାଳ ଛପର ଝୁମ୍ପୁଡି ଘରେ ରହୁଛନ୍ତି। ସାନ ପୁଅ ଭଗତ ପାଠ ପଢି ଜଣେ ଭଲ ମଣିଷ ହେବା ସହ କିଛି ରୋଜଗାର କରି ମାଆବାପାଙ୍କ ସହାୟକ ହେବ ବୋଲି ଭାବିଥିଲେ। ୨୦୦୭ରେ ନବରଙ୍ଗପୁର ବ୍ଲକ ଜାମ୍ବଗୁଡା ରାଜୀବଗାନ୍ଧୀ ହାଇସ୍କୁଲରୁ ମାଟ୍ରିକ ପାସ କରି ନବରଙ୍ଗପୁର ହିର୍ଲି ଆଦର୍ଶ ଆବାସିକ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନ ପାଠ ପଢୁଥିଲେ ା ସେହି ସମୟରେ ତାଙ୍କର ଦୁଇ ଗୋଡ ହଠାତ ଅଚଳ ହୋଇଗଲା। ଏନେଇ ନବରଙ୍ଗପୁର, କୋରାପୁଟ ମେଡିକାଲରେ ଚିକିତ୍ସା ହେବା ପରେ ଭଗତଙ୍କୁ ବ୍ରହ୍ମପୁର ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ପଠାଇ ଦିଆଗଲା ା ସେଠାରେ ଚିକିତ୍ସା ପରେ ମଧ୍ୟ ସ୍ବାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ଘଟିଲା ନାହିଁ। ଏନେଇ ସେ ଘରେ ସେହିଭଳି ରହିଛନ୍ତି ା ବାଡିଟିଏ ଧରିଲେ ଠିଆ ହୋଇ ପାରୁଛନ୍ତି। ଜଣଙ୍କ ସହାୟତାରେ ନିଜର ଦୈନନ୍ଦିନ କାର୍ଯ୍ୟ କରୁଛନ୍ତି। ଘରେ ପାଇଖାନା ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେବଳ ୭ ଶହ ଟଙ୍କା ସରକାରୀ ଭତ୍ତା ପାଉଛନ୍ତି। ପାଠ ପଢିବା ପାଇଁ ଆଗ୍ରହ ରହିଥିଲେ ମଧ୍ୟ ଜିଲାରେ କୌଣସି ମହାବିଦ୍ୟାଳୟରେ ଓ ହଷ୍ଟେଲରେ ସୁବିଧା ସୁଯୋଗ ତାଙ୍କ ପାଇଁ ନଥିବାରୁ ଆଶା ପୂରଣ ହୋଇ ପାରୁ ନାହିଁ। ସରକାରଙ୍କ ପକ୍ଷରୁ କୌଣସି ସହାୟତା ହୋଇ ପାରନ୍ତା ତେବେ ସେ ଅଧିକ ପାଠ ପଢି ନିଜ ଗୋଡରେ ନିଜେ ଠିଆ ହେବା ସହ ପରିବାର ପାଇଁ ସହାୟକ ହୋଇ ପାରିବେ ବୋଲି କହିଛନ୍ତି। ଯେଉଁ ମାଆ ବାପାଙ୍କ ସହାୟକ ହେବ ବୋଲି ପୁଅ ଭାବିଥିଲା ଏବେ ସେ ସେମାନଙ୍କ ଠାରୁ ସେବା ପାଇ ରହିଛନ୍ତି। ପାଠ ପଢା ଆଗ୍ରହ ଥିଲେ ମଧ୍ୟ ସେ ନିରୁପାୟ ଭାବରେ ରହିଥିବା କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri