Posted inଫୁରସତ

ମଇଁଷି ଗର୍ଭବତୀ ହେବାରୁ ଗାଁରେ ପାଳନ ହେଲା ଉତ୍ସବ

ଛତିଶଗଡ଼ରେ ଏବେ ପଶୁପ୍ରେମୀଙ୍କ ଉତ୍ସାହ ଦେଖିବାକୁ ମିଳିଛି। କାରଣ ଏଠାରେ ଥିବା ଉଦନ୍ତି ଅଭୟାରଣ୍ୟର ଗୋଟିଏ ବଣୁଆ ମଇଁଷି ଗର୍ଭବତୀ ହୋଇଛି। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ସତ। ଏହି ମଇଁଷିଟିର ନାଁ ଖୁସି। ଖୁସି ଗର୍ଭବତୀ ହୋଇଥିବା ବେଳେ ଆସନ୍ତା ଅଗଷ୍ଟ ମାସରେ ସେ ଛୁଆ ଜନ୍ମ କରିପାରେ ବୋଲି କୁହାଯାଉଛି। ଆଉ ଏହି ଖବର ପାଇବା ପରେ ଆଖପାଖର ପ୍ରାୟ ସବୁ ଲୋକଙ୍କ ମଧ୍ୟରେ ଖୁସି ପରିଲକ୍ଷିତ ହୋଇଛି। ପ୍ରକୃତ ଘଟଣା ହେଲା ଏହି ବଣୁଆ ମଇଁଷିଙ୍କ ବଂଶ ଏବେ ଲୋପ ପାଇବାରେ ଲାଗିଛି । ଏବେ ଉଦନ୍ତି ଅଭୟାଣ୍ୟରେ ଏମାନଙ୍କ ସଂଖ୍ୟା ପହଞ୍ଚିଛି ୮ରେ। ସେଥିମଧ୍ୟରୁ ମାଇ ବଣୁଆ ମଇଁଷି ହେଉଛନ୍ତି ମାତ୍ର ୨ଟି। ଗୋଟିଏ ହେଉଛି ଆଶା ଓ ଅନ୍ୟଟି ତା’ର ଝିଅ ଖୁସି। ଆଶା ଏବେ ବୟସ୍କ ହୋଇଯାଇଥିବାରୁ ସେ ଆଉ ପ୍ରଜନନକ୍ଷମ ହୋଇ ରହିନାହିଁ। ଏବେ କେବଳ ଖୁସି ହିଁ ଛୁଆ ଜନ୍ମ କରିବାର କ୍ଷମତା ରଖିଛି। ଯଦି ଏବେ ଖୁସି ଛୁଆଜନ୍ମ କରେ ତା’ହେଲେ ଏମାନଙ୍କ ବଂଶ ବୃଦ୍ଧି ହୋଇପାରିବ। ତେଣୁ ଖୁସି ଗର୍ଭବତୀ ହେବା ଖବର ଏବେ ସମସ୍ତଙ୍କୁ ଖୁସି ଦେଇଛି। ଏମିତିକି ବିଶେଷଜ୍ଞମାନେ ତା’ର ବିଶେଷ ଯତ୍ନ ବି ନେଉଛନ୍ତି। ତାକୁ କେବେହେଲେ ଏକୁଟିଆ ରହିବାକୁ ଦିଆଯାଉ ନାହିଁ। ତା’ର ଖାଦ୍ୟ ପାନୀୟରେ ମଧ୍ୟ ଯଥେଷ୍ଟ ଧ୍ୟାନ ଦିଆଯାଉଛି। ଏଥର ଯଦି ଖୁସି ଝିଅ ଜନ୍ମ କରେ ତେବେ ତାହା ଗାଁ ଲୋକଙ୍କ ପାଇଁ ଆହୁରି ଖୁସି ଆଣିଦେବ ବୋଲି କୁହନ୍ତି ସ୍ଥାନୀୟ ଲୋକେ। କାରଣ ଝିଅହେଲେ ସେ ପୁଣି ବଣୁଆ ମଇଁଷିଙ୍କ ବଂଶ ବୃଦ୍ଧିରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri