ଭୟ ଭିତରେ ବି ଲୋକଙ୍କୁ ସଚେତନ କରୁଛନ୍ତି ଅଙ୍ଗନଓ୍ବାଡି କର୍ମୀ

ଲାଞ୍ଜିଗଡ,୧୬।୪(ଡି.ଏନ୍‌.ଏ.): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ପ୍ରଶାସନର ସମସ୍ତ ବିଭାଗ ସଚେତନତା ପାଇଁ ଅଣ୍ଟା ଭିଡଛି। ଏଥିରୁ ବାଦ ପଡି ନାହାନ୍ତି ଦୁର୍ଗମ ଅଞ୍ଚଳରେ ଥିବା ଅଙ୍ଗନବାଡି କର୍ମୀ। ସେମାନେ ଗ୍ରାମାଞ୍ଚର ଦୁର୍ଗମ ଅଞ୍ଚଳକୁ ଯାଇ ସଚେତନତାର ବାର୍ତ୍ତା ଦେଉଛନ୍ତି। ମନରେ ସେମାନଙ୍କ ଅନେକ ଭୟ ରହିଛି, ତଥାପି ସରକାରୀ ନିର୍ଦ୍ଦେଶକୁ ମାନି ସେମାନେ ପାଳନ କରିଛନ୍ତି। ଘର ଘର ଯାଇ ଲିଫଲେଟ ବଣ୍ଟନ କରିବା ସହ ସାବୁନରେ ହାତ ଧୋଇବା ଓ ବାହାରକୁ ନ ବାହାରି ଘର ଭିତର ରହିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ଲୋକଙ୍କୁ ବୁଝାଉଛନ୍ତି। ରାଜ୍ୟ ଓ ଦେଶ ବାହାରୁ ଆସିଥିବା ବ୍ୟକ୍ତିଙ୍କ ଘରକୁ ଯାଇ ହୋମ କ୍ୱାରାନଟାଇନରେ ରହିବା ପାଇ ପରାମର୍ଶ ଦେଇଛନ୍ତି ଏଭଳି ଦେଖିବାକୁ ମିଳିଛି କାଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କାନକୁଟ୍ରୁ ପଞ୍ଚାୟତ ଅନ୍ତର୍ଗତ ପାଇକବୋରୀ ଗାଁରେ। ପାଇକବୋରୀ ଗାଁର ଅଙ୍ଗନବାଡି କର୍ମୀ ଚଞ୍ଚଳା ସାହୁ ସକାଳୁ ଉଠି ତାଙ୍କ ଅଧୀନରେ ଥିବା ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ହାତ କେମିତି ଧୋଇବେ ଶିଖାଉଛନ୍ତି । ମାସ୍କ ଲଗାଇବା, ଗାଁରେ ତାସ ଖେଳ ବନ୍ଦ କରିବା, କ୍ରିକେଟ ଓ ବିଭିନ୍ନ ସଂଘବୋଧ ଖେଳକୁ ବର୍ତ୍ତମାନ ପରିସ୍ଥିତିରେ ବନ୍ଦ କରିବା ପାଇଁ ପରାମର୍ଶ ଦେଉଛନ୍ତି । ସେଭଳି ପଞ୍ଚାୟତ ଅଫିସ ଓ ସ୍କୁଲରେ ଖୋଲା ଯାଇଥିବା ଅସ୍ଥାୟୀ କ୍ୟାମ୍ପରେ ମଧ୍ୟ ଦାୟିତ୍ୱ ନେଇଥିବା ବେଳେ ଭତ୍ତା ବଣ୍ଟନ, ପିଡିଏସ ସାମଗ୍ରୀ ବଣ୍ଟନ ସମୟରେ ମଧ୍ୟ ଉପସ୍ଥିତ ରହୁଛନ୍ତି । ସରକାରଙ୍କ ପକ୍ଷରୁ ପ୍ରସୂତି, ଗର୍ଭବତୀ ଓ ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ଆଗୁଆ ଅଣ୍ଡା, ଛତୁଆ ଓ ଚାଉଳ ବଣ୍ଟନ କରୁଛନ୍ତି। ସେହିଭଳି ଲାଞ୍ଜିଗଡ ବ୍ଲକର ୧୬୩ ଜଣ ଅଙ୍ଗନଓ୍ବାଡି କର୍ମୀ ଓ ୫୦ ଜଣ ମିନି ଅଙ୍ଗନଓ୍ବାଡି କର୍ମୀ ବିଭିନ୍ନ ଗାଁକୁ ଯାଇ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି ା ଏଥିରେ ଲାଞ୍ଜିଗଡ ସିଡିପିଓ କୁସୁମ କୁମାରୀ ପ୍ରହରାଜ ଓ ବିଭିନ୍ନ ସେକ୍ଟରରେ ନିଯୁକ୍ତ ଥିବା ସୁପରଭାଇଜରମାନେ ସହଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ପଦ୍ମ ଧରିଲେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଓ ୬ ସମିତି ସଭ୍ୟ; ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ଲାଞ୍ଜିଗଡ଼,୧୯। ୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା  ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ସହିତ ୬ ଜଣ ସମିତି ସଭ୍ୟ ଗୁରୁବାର ରାଜ୍ୟ ଭାଜପା କାର୍ଯ୍ୟାଳୟରେ…

ବରଗଡ଼ ସହରରେ ଚାଲିଲା ପେଟ୍ରୋଲିଂ, ସୁରକ୍ଷା ବ୍ୟବସ୍ଥା କଡାକଡି କଲା ପୋଲିସ୍

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଜିଲା ପୋଲିସକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ତେବେ ଗୁରୁବାର ସନ୍ଧ୍ୟାରୁ ବରଗଡ଼ ପୋଲିସ ସହରରେ…

ସାନଖେମୁଣ୍ଡି ବ୍ଲକ ବିବାଦୀୟ ଏପିଓଙ୍କୁ ବଦଳି, ତୁରନ୍ତ ରିଲିଭ୍ କରାଯିବାକୁ…        

ଦିଗପହଣ୍ଡି,୧୯|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ୍ ଛତ୍ରପୁର…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ଧରିତ୍ରୀ ପ୍ରଭାବ: କେସିଙ୍ଗା ବ୍ଲକର ୮୦୧୯ ଚାଷୀଙ୍କଠାରୁ ଉଠିଲା ୩ ଲକ୍ଷ କୁଇଣ୍ଟାଲ ଧାନ

କେସିଙ୍ଗା, ୧୯ା୨ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ମଣ୍ଡିରୁ ଧାନ ଉଠୁ ନ ଥିବା ନେଇ ଗତ ୮ତାରିଖରେ  ଧରିତ୍ରୀରେ ଖବର ପ୍ରକାଶ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri