ଭୋଟିଂ ବନ୍ଦ, ରି-ପୋଲିଂ ପାଇଁ ଚିଠି ଲେଖିଲେ ରିଟର୍ଣ୍ଣି ଅଫିସର

ସୁନ୍ଦରଗଡ଼,୧୮।୪: ସୁନ୍ଦରଗଡ଼ରେ ଲୋକ ସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ଆରମ୍ଭ ହୋଇଥିଲା। ହେଲେ ଇଭିଏମ ତୃଟି ପାଇଁ ସକାଳୁ ଭୋଟ ଗ୍ରହଣ ବନ୍ଦ ରହିଛି। ସୂଚନାଯୋଗ୍ୟ, ସୁନ୍ଦରଗଡ଼ ସହର ରଙ୍ଗଢ଼ିପା ଗଁାର ୨୧୩ ନଂ ବୁଥ୍‌ରେ ସକାଳୁ ଇଭିଏମ୍‌ରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା। ଫଳରେ ଉକ୍ତ  ବୁଥ୍‌ରେ ଭୋଟ ଗ୍ରହଣ ବନ୍ଦ ରହିଥିଲା। ଭୋଟରମାନେ ବହୁ ସମୟ ଧରି ଲମ୍ବାଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ହେଲେ ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ଇଭିଏମ୍‌ ଖରାପ ହୋଇଯାଇଥିଲା।  ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟ ଚିହ୍ନକୁ ଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖବର ପାଇଁ ଘଟଣାସ୍ଥଳରେ ରିଟର୍ଣ୍ଣିଂ ଅଫିସର ପହଞ୍ଚି ଭୋଟ ବନ୍ଦ କରିଥିଲେ। ରିଟର୍ଣ୍ଣି ଅଫିସର ଭୋଟ ବନ୍ଦ କରିବା ସହ ପୁନଃ ମତଦାନ ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ପାଣ୍ଠିକୁ ଦେବାକୁ ଘର ଘର ବୁଲି ଟଙ୍କା ସଂଗ୍ରହ

ସମ୍ବଲପୁର,୧୭ା୪(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ୍‌ ଡଙ୍ଗାପାଳ ଗ୍ରାମର କେତେକ ମହିଳା ୨୫ ହଜାର ୮ ଶହ ୩୩ ଟଙ୍କା ଆଦାୟ କରିଛନ୍ତି। ଶୁକ୍ରବାର ସ୍ଥାନୀୟ...

ସ୍କୁଲ ଛାତ ଉପରେ ପଡ଼ିଲା ଗଛ

କୁଚିଣ୍ଡା,୧୨ା୮(ଡି.ଏନ.ଏ.): ସମ୍ବଲପୁର ଜିଲା ବାମରା ବ୍ଲକ ମହୁଲପାଲି ଥାନା ଜରାବଗା ପଞ୍ଚାୟତ ସରକାରୀ ହାଇସ୍କୁଲ ଛାତ ଉପରେ ଶୁକ୍ରବାର ଅପରାହ୍ନରେ ୨ଟି ବଡ଼ ଗଛ ଉପୁଡି...

ଯୁବକଙ୍କୁ ଅପହରଣ ପରେ ହତ୍ୟା: ପୁଣି ୩ଜଣଙ୍କୁ ଧରିଲା ପୋଲିସ

ସମ୍ବଲପୁର,୧୩।୧୧(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ବିଷ୍ଣୁପଡ଼ାର ରାମଚନ୍ଦ୍ର ମେହେର(୨୫)ଙ୍କୁ ଅପହରଣ ପରେ ହତ୍ୟା ଘଟଣାରେ ପୋଲିସ ଆଉ ୩ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ...

ଢେଙ୍କାନାଳରେ ଭାଜପାର ବିଜୟ ସଂକଳ୍ପ ଶୋଭାଯାତ୍ରା: ବିଜେଡି, କଂଗ୍ରେସକୁ ଟାର୍ଗେଟ କଲେ ଅମିତ ଶାହ

ଢେଙ୍କାନାଳ ଅଫିସ, ୧୭।୪-ଢେଙ୍କାନାଳ ଜିଲା ମହିଷାପାଟ ପଡ଼ିଆରେ ବୁଧବାର ଭାଜପାର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗଦେଇ ବିଜେଡି...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ମଇଦାନରେ ୯୪୩ ପ୍ରାର୍ଥୀ; ୨୧୦ଙ୍କ ନାଁରେ ଆପରାଧିକ ମାମଲା

ନୂଆଦିଲ୍ଲୀ,୨୫ା୪(ଆଇଏଏନ୍‌ଏସ୍‌): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୨୧୦ ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେମାନଙ୍କ ମଧ୍ୟରୁ ୧୫୮ ଜଣଙ୍କ ନାମରେ...

ଅସଲି ବ୍ରାଣ୍ଡ୍‌ରେ ନକଲି ସର୍ଫ

ସମ୍ବଲପୁର, ୧୬ା୧ (ବ୍ୟୁରୋ): କଟକ, ସୋନପୁର, ବରଗଡ ପରେ ସମ୍ବଲପୁର ଜିଲାରେ ନକଲି ସାମଗ୍ରୀ କାରଖାନା ଠାବ ହୋଇଛି। ଶନିବାର ସନ୍ଧ୍ୟାରେ ଜିଲା ପୋଲିସ ପକ୍ଷରୁ...

ମାସେ ହେଲା ୮ ନଳକୂଅ ଅଚଳ

ବାମରା, ୪।୬ (ସ୍ବ.ପ୍ର.) ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ଗତ ପ୍ରାୟ ୧ମାସ ହେବ ୮ଟି ନଳକୂଅ ଅଚଳ ହୋଇପଡିଥିବାରୁ ଲୋକେ ପାଣି...

ଭୋଟ ଦେଲେ ପୂର୍ବତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ଏବେ ମଧ୍ୟ ଜାରି ରହିଛି। ଭୋଟ ଦେଇ ବିଭିନ୍ନ...

Advertisement
Archives

Model This Week