Posted inଖେଳ

ଭେଲୋସିଟି ଦଳରେ ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)- ଆସନ୍ତା ମେ ୬ରୁ ୧୧ ପର୍ଯ୍ୟନ୍ତ  ଜୟୁପରସ୍ଥିତ ସଓ୍ବାଇ ମାନସିଂ ଷ୍ଟାଡିୟମରେ ମହିଳା ଟି୨୦ ଚ୍ୟାଲେଞ୍ଜ ସିରିଜ ଖେଳାଯିବ। ଏଥିରେ ଭାଗନେବାକୁ ଥିବା ତିନୋଟି ଦଳ ସୁପରନୋଭାସ, ଟ୍ରେଲ୍‌ବ୍ଲେଜର୍ସ ଏବଂ ଭେଲୋସିଟି ଦଳର ଅଧିନାୟକତ୍ୱ ଯଥାକ୍ରମେ ହରମନପ୍ରୀତ କୌର, ସ୍ମୃତି ମନ୍ଧାନା ଓ ମିଥାଲି ରାଜ କରିବେ। ଓଡ଼ିଶା ଅଫ୍‌ ସ୍ପିନର ତଥା ଡାହାଣହାତୀ ବ୍ୟାଟ୍ସଓମ୍ୟାନ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି। ସିରିଜରେ   ଭାଗନେବାକୁଥିବା ତିନୋଟି ଦଳରେ ପ୍ରତିନିଧିତ୍ୱ କରିବାକୁଥିବା ଅନ୍ତର୍ଜାତୀୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, ଇଂଲଣ୍ଡର ନାଟାଲି ସ୍କିଭର,ଡାନିଲି ୟାଟ୍‌, ସୋଫି ଏକ୍ଲେଷ୍ଟୋନ୍‌, ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍‌, ସୁଜି ବେଟ୍ସ, ଆମେଲିଆ କେର୍‌ ଏବଂ ଓ୍ବେଷ୍ଟଇଣ୍ଡିଜର ଷ୍ଟିଫାନି  ଟେଲର। ଡବ୍ଲ୍ୟୁଭି ରମଣ ସୁପରନୋଭାସ ଦଳର କୋଚ୍‌ ରହିଥିବାବେଳେ ଟ୍ରେଲ୍‌ବ୍ଲେଜର୍ସ ଓ ଭେଲୋସିଟି ଦଳର କୋଚ୍‌ ଭାବେ ବିଜୁ ଜର୍ଜ ଓ ମମତା ମାବେନଙ୍କୁ ମନୋନୀତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ନ୍ୟାସ ନେଇଥିବା ସତ୍ତ୍ୱେ ବିଶ୍ୱକପ୍‌ ଖେଳିପାରନ୍ତି ସୁନୀଲ ନାରିନ୍‌, ନିଷ୍ପତ୍ତି ବଦଳାନ୍ତୁ ବୋଲି…

ନୂଆଦିଲ୍ଲୀ,୧୭।୪: ଚଳିତ ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଖେଳିପାରନ୍ତି ସୁନୀଲ ନାରିନ୍‌। ସେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ହେଁ ତାଙ୍କୁ ଫେରାଇ...

ବିସିସିଆଇର ବଡ଼ ନିଷ୍ପତି, ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବାକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଗରେ ରଖିଲା ଏହି ସର୍ତ୍ତ

ମୁମ୍ବାଇ,୧୭।୪: ଭାରତୀୟ ସ୍ତର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଚମକ ଚଳିତ ଆଇପିଏଲରେ ଦେଖିବାକୁ ମିଳୁ ନଥିଲା ବେଳେ ସମସ୍ୟା ଆଉ ଟିକିଏ ବଢି ଯାଇଛି। ବର୍ତ୍ତମାନ...

ଶ୍ରେୟସ ଗଣିବେ ୧୨ ଲକ୍ଷର ଜରିମାନା, ରାଜସ୍ଥାନଠାରୁ ପରାଜୟ ପରେ କୋଲକାତା ଅଧିନାୟକଙ୍କ ସହ କ’ଣ ହେଲା?

ନୂଆଦିଲ୍ଲୀ,୧୭।୪: ରାଜସ୍ଥାନ ରୟାଲ୍ସ ବିପକ୍ଷ ରୋମାଞ୍ଚକର ମୁକାବିଲାରେ ପରା ଜୟ ପରେ କୋଲକାତା ନାଇଟ ରାଇଡର୍ସ ଅଧିନାୟକଙ୍କ ଉପରେ ଜରିମାନା ଲାଗିଛି। ମ୍ୟାଚ୍‌ରେ ସ୍ଲୋ ଓଭର...

ଯେତେବେଳେ ଷ୍ଟାଡିୟମରେ ଭାବୁକ ହେଲେ କିଙ୍ଗ ଖାନ, ଶାହାରୁଖଙ୍କ ଭିନ୍ନ ଅବତାର

ନୂଆଦିଲ୍ଲୀ,୧୭।୪: ଆଇପିଏଲ ୨୦୨୪ ର ୩୧ ତମ ମ୍ୟାଚ ରେ କୋଲକାତା ନାଇଟ ରାଇଡର୍ସ ମଙ୍ଗଳବାର ରାଜସ୍ଥାନ ରୟାଲ୍ସ ସହିତ ମୁହାଁମୁହିଁ ହୋଇଥିଲେ। ଏହି ରୋମାଞ୍ଚକର...

କେବେ ଆଇପିଏଲ୍‌ ଚାମ୍ପିୟନ୍‌ ହେବ ଆରସିବି: ଏଆଇ କଲା ଭବିଷ୍ୟବାଣୀ

ନୂଆଦିଲ୍ଲୀ,୧୭।୪: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ର ଧାରା ଏପରି ହୋଇଛି ଯେ ଭବିଷ୍ୟତରେ ଏହା ଇଣ୍ଡିଆନ ପ୍ରିମିୟର ଲିଗର ବିଜେତା ଦଳର ଭବିଷ୍ୟବାଣୀ କରିବା ମଧ୍ୟ...

ସୁନୀଲ ନାରିନ୍‌ଙ୍କ ପ୍ରଥମ ଶତକ

କୋଲକାତା,୧୭ା୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ନିଜର ପ୍ରଥମ ଶତକ ହାସଲ କରିଛନ୍ତି ସୁନୀଲ ନାରିନ୍‌। ଫଳରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ...

ଆଇପିଏଲ୍‌ରୁ ମାନସିକ ବିରତି ନେଲେ ମ୍ୟାକ୍ସଓ୍ବେଲ

ବେଙ୍ଗାଲୁରୁ,୧୭ା୪(ପି.ଟି.): ଆଇପିଏଲରୁ ମାନସିକ ଓ ଶାରୀରିକ ବିରତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ। ଖରାପ ବ୍ୟାଟିଂ ଫର୍ମ କାରଣରୁ ମ୍ୟାକ୍ସଓ୍ବେଲ ବିରତି...

ଗ୍ରୀସ୍‌ରେ ଅଲିମ୍ପିକ୍ସ ମଶାଲ ପ୍ରଜ୍ୱଳିତ

ଆନସିଏଣ୍ଟ ଅଲିମ୍ପିଆ, ୧୭ା୪ (ପି.ଟି.): ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଉପଲକ୍ଷେ ପ୍ରଜ୍ୱଳିତ ହୋଇଛି ଅଲିମ୍ପିକ୍ସ ମଶାଲ। ମଙ୍ଗଳବାର ଦକ୍ଷିଣ ଗ୍ରୀସ୍‌ର ଏଥେନ୍ସରେ ଥିବା ପୁରାତନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri