ଭୂଷଣ ଷ୍ଟିଲର ୪ ହଜାର କୋଟି ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୩-୧୦: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡ(ବିପିଏସ୍‌ଏଲ୍‌)ର ୪ ହଜାର କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଛି। କମ୍ପାନୀ ବିରୋଧରେ ଋଣ ଠକେଇ ଅଭିଯୋଗ ଆସିଥିବା ବେଳେ ବେଆଇନ ଅର୍ଥକାରବାର ତଦନ୍ତ ଆଧାରରେ ଇଡି ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କମ୍ପାନୀର ଓଡ଼ିଶାରେ ଥିବା ଜମି, ବିଲ୍‌ଡିଂ, ପ୍ଲାଣ୍ଟ ଏବଂ ମେଶିନେରିକୁ ଇଡି ବେଆଇନ ଅର୍ଥ କାରବାର ନିରୋଧ ଆଇନ(ପିଏମ୍‌ଏଲ୍‌ଏ)ମୁତାବକ ଜବତ କରିଥିବା କହିଛି। ଜବତ ହୋଇଥିବା ମୋଟ ସମ୍ପତ୍ତିର ମୂଲ୍ୟ ୪,୦୨୫.୨୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ବିଭିନ୍ନ ବ୍ୟାଙ୍କରୁ କମ୍ପାନୀ ଋଣ ନେଇ ଏହି ଅର୍ଥକୁ ଅନ୍ୟ ଆଡେ ପଠାଇ ଦେଇଥିବା ଜଣା ପଡିଛି।
ଋଣ ଭାବେ ଲାଭ କରିଥିବା ୬୯୫.୧୪ କୋଟି ଟଙ୍କାର ପୁଞ୍ଜିକୁ ସିଏମ୍‌ଡି ଭାବେ ଅବସ୍ଥାପିତ ଥିବା ସଞ୍ଜୟ ସିଂଘଲ ଏବଂ ତାଙ୍କ ପରିବାର ଲଙ୍ଗଟର୍ମ କ୍ୟାପିଟାଲ ଗେନ୍‌ (ଏଲ୍‌ଟିସିଜି) ଭାବେ ଦର୍ଶାଇଛନ୍ତି। ସେହି ସମୟରେ ଆୟକରରୁ ଏଲ୍‌ଟିସିଜିକୁ ଛାଡ଼ କରାଯାଇଛି। ଭୂଷଣ କମ୍ପାନୀ, ସିଂଘଲ ଏବଂ ଅନ୍ୟ ମାନଙ୍କ ବିରୋଧରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କରିଥିଲା। ଉକ୍ତ ମାମଲାକୁ ଅଧ୍ୟୟନ କରିବା ପରେ ଇଡି ପକ୍ଷରୁ ସାନି ବେଆଇନ ଅର୍ଥ କାରବାର ମାମଲା ରୁଜୁ କରାଯାଇଥିବା ସୂଚନା ରହିଛି। ଇଡି ଅଭିଯୋଗରେ କହିଛି ଯେ, ବିପିଏସ୍‌ଏଲ ନ୍ୟସ୍ତସ୍ବାର୍ଥ ରଖି ଅନେକ ସଂସ୍ଥାଙ୍କୁ କ୍ୟାପିଟାଲ ଗୁଡ୍‌ସ ଭାବେ ଆର୍‌ଟିଜିଏସ୍‌ ପେମେଣ୍ଟ କରିଛି। ଏଭଳି ଭାବେ ପେମେଣ୍ଟ ଲାଭ କରିଥିବା କମ୍ପାନୀ ଭୂଷଣକୁ କ୍ୟାଶ ଟ୍ରାନ୍ସଫର କରିଛନ୍ତି। ଯାହାକୁ ଏଲ୍‌ଟିସିିଜି ଭାବେ କମ୍ପାନୀ ଦର୍ଶାଇଛି। କମ୍ପାନୀ ବିଭିନ୍ନ ବେଆଇନ କାର୍ଯ୍ୟ ଦ୍ୱାରା ଏହା ଦର୍ଶାଇଥିବା ଇଡି କହିଛି। ସେହିଭଳି ପ୍ରମୋଟର କମ୍ପାନୀ ଦ୍ୱାରା ଆଉ ୩,୩୩୦ କୋଟି ଟଙ୍କାକୁ ଇକ୍ୱିଟି(ଶେୟାର କ୍ୟାପିଟାଲ ଏବଂ ପ୍ରିମିୟମ) ଭାବେ ନିବେଶ କରାଯାଇଛି। ଭୂଷଣର ଋଣ ଅର୍ଥକୁ ବ୍ୟବହାର କରାଯିବା ସହ ଭୂତ କମ୍ପାନୀଗୁଡ଼ିକୁ ଆଡଭାନ୍ସ ଭାବେ ଅର୍ଥ ପ୍ରଦାନ କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଲେକ୍ଟ୍ରୋନିକ୍ସ ହବ୍ ହେବ ଭାରତ: ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ୪.୬ ବିଲିୟନ ଡଲାର ଅନୁଦାନ

ନୂଆଦିଲ୍ଲୀ,୨ା୧: ଭାରତ ସରକାର ଦେଶର ଇଲେକ୍ଟ୍ରୋନିକ୍ସ ଯୋଗାଣ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଶୁକ୍ରବାର ଆଇଟି (IT) ମନ୍ତ୍ରଣାଳୟ...

ଯିବାକୁ ପଡିବନି RTO: ଏଣିକି ଘରେ ବସି ରିନ୍ୟୁ ହେବ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨।୧: ଯଦି ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ (DL) ୨୦୨୬ରେ ଶେଷ ହେବାକୁ ଯାଉଛି, ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ଆପଣଙ୍କର ଡ୍ରାଇଭିଂ...

ନୂଆବର୍ଷରେ ଖୁସି ଖବର, ଶସ୍ତା ହେଲା ଘରୋଇ ଗ୍ୟାସ

ନୂଆଦିଲ୍ଲୀ,୨।୧: ନୂଆବର୍ଷ ଆରମ୍ଭ ହେବା ପୂର୍ୱରୁ, ଗ୍ୟାସ ଗ୍ରାହକଙ୍କ ପାଇଁ ଏକ ଖୁସି ଖବର। ସାର୍ୱଜନୀନ କ୍ଷେତ୍ରର କମ୍ପାନୀ ଗେଲ ଗ୍ୟାସ ଲିମିଟେଡ ଘରୋଇ ରୋଷେଇ...

ଏହି ନୂଆବର୍ଷରେ ଘର ତିଆରି ହେବ ମହଙ୍ଗା, ବୃଦ୍ଧି ପାଇବ ସିମେଣ୍ଟ ଦର, ବ୍ୟାଗ୍‌ ପିଛା…

ନୂଆଦିଲ୍ଲୀ,୨ା୧: ନୂଆବର୍ଷ ଅବସରରେ ମୁଦ୍ରାସ୍ଫୀତି ସମ୍ପର୍କରେ ନିରାଶାଜନକ ଖବର ଆସିଛି। ପ୍ରକୃତରେ କମ୍ପାନୀଗୁଡ଼ିକ ସିମେଣ୍ଟର ମୂଲ୍ୟ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏକ ରିପୋର୍ଟ ଅନୁଯାୟୀ,...

LICକୁ ଲାଗିଲା ଝଟକା: ୨ ଦିନରେ ବୁଡିଗଲା ୧୧୪୦୦ କୋଟି ଟଙ୍କା, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୧: ସରକାରଙ୍କ ସିଗାରେଟ୍‌ ବିଡ଼ି ଏବଂ ପାନ ମସଲା ଗୁଟଖାର ମୂଲ୍ୟ ବୃଦ୍ଧି ନିଷ୍ପତ୍ତି ପରେ, ITC ଶେୟାରରେ ତୀବ୍ର ହ୍ରାସ ଘଟୁଛି। ଏହା ଉଲ୍ଲେଖନୀୟ...

ଡିସେମ୍ବରରେ ବଢ଼ିଲା GST ସଂଗ୍ରହ: ୧.୭୪ ଲକ୍ଷ କୋଟି ଟଙ୍କା ଛୁଇଁଲା ରାଜସ୍ୱ

ନୂଆଦିଲ୍ଲୀ,୧।୧: ଦେଶରେ ବସ୍ତୁ ଓ ସେବା କର (GST) ସଂଗ୍ରହ କ୍ଷେତ୍ରରେ ପୁଣି ଉତ୍ସାହଜନକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଗତ ନଭେମ୍ବର ମାସର ମନ୍ଥରତା ପରେ...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Stock Market Today: ନୂଆବର୍ଷର ପ୍ରଥମ ଦିନରେ ଉପର ମୁହାଁ ଷ୍ଟକ ମାର୍କେଟ, ମାଲେମାଲ ନିବେଶକ

ନୂଆଦିଲ୍ଲୀ,୧।୧: ନୂତନ ବର୍ଷର ପ୍ରଥମ ଦିନ, ଜାନୁଆରୀ ୧, ୨୦୨୬ ରେ ଭାରତୀୟ ଷ୍ଟକ୍ ବଜାର ଜୋରଦାର ଆରମ୍ଭ ହୋଇଛି । ସକାଳ ପ୍ରାୟ ୯ଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri