ଭୂମିପୂଜାରେ ସୀମିତ ପାତାଳି ଶ୍ରୀକ୍ଷେତ୍ରର ବିକାଶ

ସୋନପୁର,୨୫।୨(ନି.ପ୍ର.)
ସୁବର୍ଣ୍ଣପୁର ଜିଲା କୋଟସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ୨୦୦୩ ମସିହାରେ ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିଲେ । ଏହି ମାନ୍ୟତା ପରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତି ପ୍ରଦାନ କରାଯାଇଛି। ଏହି ମୂର୍ତ୍ତି ଛଲିଆ ପାହାଡରେ ଏକ ଅସ୍ଥାୟୀ ଘରେ ପୂଜା ପାଉଛନ୍ତି। ପର୍ଯ୍ୟଟନ କ୍ଷେତ୍ରର ସ୍ବୀକୃତି ପରେ ଏହି କ୍ଷେତ୍ରକୁ ପ୍ରତ୍ୟହ ପର୍ଯ୍ୟଟକ ଓ ସଂସ୍କୃତି ଗବେଷକଙ୍କ ସୁଅ ଛୁଟୁଛି। ଜଗନ୍ନାଥ ସଂସ୍କୃତିର ସୁରକ୍ଷା ଓ ପ୍ରଚାର ପ୍ରସାରରେ ଏହି କ୍ଷେତ୍ରର ମହିମା ଅନନ୍ୟ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଏକ ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ବର୍ଷର ଦାବି ଥିଲା। ୨୦୧୨ ଜୁଲାଇ ୫ରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଏକ ଭବ୍ୟ ନିର୍ମାଣ ପାଇଁ ଏଠାରେ ଭୁମିପୂଜା ହୋଇଥିଲା। ଇତିମଧ୍ୟରେ ୭ ବର୍ଷ ବିତି ଗଲାଣି । ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇନି। ଏ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।
୨୦୧୧ରେ ପୁରୀ ମନ୍ଦିର ପ୍ରଶାସନ ଦ୍ୱାରା ପ୍ରଦତ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କ ପ୍ରତିଷ୍ଠା ଉତ୍ସବରେ ଗଜପତି ମହାରାଜ ଅତିଥିଭାବେ ଯୋଗଦେଇ ପାତାଳି କ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ରକ୍ତବାହୁ ଆକ୍ରମଣରୁ ରକ୍ଷା କରିବା ପାଇଁ ପାତାଳି କରାଯାଇଥିବା ପ୍ରକାଶ କରିଥିଲେ। ଯାହାକି ପ୍ରମାଣିକ ତଥ୍ୟ ଭାବେ ମାଦଲା ପାଞ୍ଜି ସମେତ ବହୁ ଐତିହାସିକଙ୍କ ସ୍ବୀକୃତି ରହିଛି। ଏହି ଭୁମିପୂଜା ଉତ୍ସବରେ ପୁରୀ ଝାଞ୍ଜିରୀ ମଠ ମହନ୍ତ ତଥା ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ପ୍ରଚାରକ ସଚ୍ଚିଦାନନ୍ଦ ଦାଶ ଅଧ୍ୟକ୍ଷତା କରି ପାତାଳି କ୍ଷେତ୍ରର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ। ପ୍ରଶାସନ ଓ ଲୋକ ପ୍ରତିନିଧି ମନ୍ଦିର ନିର୍ମାଣ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି ସେତେବେଳେ ପ୍ରତିଶୃତି ଦେଇଥିଲେ। ତତ୍କାଳୀନ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମନ୍ଦିର ନିର୍ମାଣ ପାର୍ଇ କୋଟିଏ ଟଙ୍କା ଦେବାକୁ ପଦକ୍ଷେପ ନିଆଯିବ ବୋଲି ସେତେବେଳେ କହିଥିଲେ। ସୋନପୁରଠାରୁ ପାତାଳି ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ନିର୍ମାଣ ପାଇଁ ଘୋଷଣା କରି ଯଥାଶୀଘ୍ର ଏହି କାମ ଆରମ୍ଭ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଖାଲି ଏତିକି ନୁହେଁ ମନ୍ଦିର ନିର୍ମାଣ ପାଇଁ ଉକ୍ତ ଭୂମିପୂଜା ଉତ୍ସବ ପରେ ପଦ୍ମଶ୍ରୀ ଚତୁର୍ଭୁଜ ମେହେର ତତ୍କାଳୀନ ଜିଲାପାଳ ସ୍ବର୍ଗତ ଗଗନ ବିହାରୀ ସ୍ବାଇଁଙ୍କ ଉପସ୍ଥିତିରେ ୧ଲକ୍ଷ ଟଙ୍କା ଦେଇଥିଲେ। ଏହା ସତ୍ତ୍ୱେ ପାତାଳି କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମନ୍ଦିର ନିର୍ମାଣ ହୋଇପାରୁନି।
ଅନ୍ୟପକ୍ଷେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ ରୋପଓ୍ବେ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲା। ଶେଷରେ ୨୦୧୯ ଫେବୃୟାରୀ ୧୧ ତାରିଖରେ ଶିଳାନ୍ୟାସ ହେଲା। କିନ୍ତୁ ୧ ବର୍ଷ ପରେ ବି ରୋପଓ୍ବେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ଏ ଦିଗରେ ଧ୍ୟାନ ଦିଆ ଯାଉ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ଏହି ପ୍ରକଳ୍ପ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧୦ କୋଟି ଟଙ୍କା ମଞ୍ଜୁର କରାଯାଇଥିଲା। ତତ୍କାଳୀନ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ସମେତ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ତତ୍କାଳୀନ ବଲାଙ୍ଗୀର ଏମ୍‌ପି କଲିକେଶ ନାରାୟଣ ସିଂହଦେଓ, ତତ୍କାଳୀନ ଆଠମଲ୍ଲିକ ବିଧାୟକ ସଞ୍ଜିବ କୁମାର ସାହୁ, ସୁବର୍ଣ୍ଣପୁରର ପ୍ରାକ୍ତନ ଜିଲାପାଳ ମଧୁସୂଦନ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପ୍ରକଳ୍ପ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏବେ ଏହି ପ୍ରକଳ୍ପର କାର୍ଯ୍ୟକାରିତା ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ନିର୍ବାଚନକୁ ଆଖି ଆଗରେ ରଖି ଶିଳାନ୍ୟାସ ହୋଇଥିବା ଅଭିଯୋଗ ହେଲାଣି । ତେବେ ମନ୍ଦିର ଓ ରୋପଓ୍ବେ ନିର୍ମାଣ ହେଲେ ଏଠାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବ । ଏହାଦ୍ୱାରା ଅଞ୍ଚଳର ଆର୍ଥତ୍କ ବିକାଶ ଘଟିବ । ତେଣୁ ଏହି ମନ୍ଦିର ଓ ରୋପଓ୍ବେ ନିର୍ମାଣ ପ୍ରତି ପ୍ରଶାସନ ଓ ସରକାର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ୱାର୍ଡସଭ୍ୟ ପାଇଁ ମଇଦାନରେ ଅବସରପ୍ରାପ୍ତ କୃଷି ଅଧିକାରୀ

ଅମରପାଲି,୨୦ା୨(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଳକ ଚମ୍ପାମାଳ ପଞ୍ଚାୟତ ଅଧୀନ ଚମ୍ପାପୁର ଗ୍ରାମ ୬ନମ୍ବର ୱାର୍ଡ ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଅବସରପ୍ରାପ୍ତ ଜିଲା କୃଷି...

ଭଉଣୀ ଆଗରେ ବୁଡ଼ି ଗଲା ଭାଇ

ଦଶମନ୍ତପୁର, ୯ା୫: କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚ଼ଣାବାଡ଼ ପଞ୍ଚାୟତର ଚଣାବାଡ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଭଉଣୀଭାଇ ଦୁହେଁ ଗ୍ରାମ ନିକଟସ୍ଥ...

ବିଜୁଳି ଚୋରି ଧରାଇଲେ ମିଳିବ ପୁରସ୍କାର, ନାମ ଗୋପନ ରହିବ

ଭୁବନେଶ୍ୱର,୫।୯(ବ୍ୟୁରୋ): ଏଣିକି ବିଜୁଳି ଚୋରି ସମ୍ପର୍କରେ ସୂଚନା ଦେଲେ ସୂଚନାଦାତାଙ୍କୁ ମିଳିବ ଆର୍ଥିକ ପୁରସ୍କାର। ଯେଉଁମାନେ ବିଜୁଳି ଚୋରି କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ।...

ନିଯୁକ୍ତି ପାଇଲେ ୧୦୨ ପ୍ରଶାସନିକ ଅଧିକାରୀ, ମୁଖ୍ୟମନ୍ତ୍ରୀ ଦେଲେ ୫-T ଗୁରୁମନ୍ତ୍ର

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଅନୁଷ୍ଠିତ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା-୨୦୧୭ର କୃତି ପ୍ରତିଯୋଗୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଶୁକ୍ରବାର ଜୟଦେବ ଭବନଠାରେ...

ପହଣ୍ଡିବିଜେରେ ଆକର୍ଷଣ ଟାହିଆ

ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ପହଣ୍ଡିବିଜେ। ପହଣ୍ଡିରେ ଦିଅଁ ଆସନ୍ତି ଝୁଲି ଝୁଲି। ବଡ ଠାକୁର ବଳଭଦ୍ର, ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପହଣ୍ଡିବିଜେ ଦେଖିବା ପାଇଁ ଭକ୍ତ...

ରାଜଧାନୀ ଏକ୍ସପ୍ରେସ୍‌ରେ ପ୍ରଦର୍ଶିତ ହେବ କଳା, ସଂସ୍କୃତି

ଭୁବନେଶ୍ୱର, ୨୪।୯(ବ୍ୟୁରୋ): ରାଜଧାନୀ ଏକ୍ସପ୍ରେସ୍‌ରେ ସ୍ଥାନ ପାଇବ ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟ। ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ବହିର୍ବିଭାଗରେ ଉଚ୍ଚ ମାନର ଭିନାଇଲ ବ୍ୟବହାର...

ଆଜିଠୁ ପ୍ରସିଦ୍ଧ ଲକ୍ଷ୍ମୀପୂଜା

ଢେଙ୍କାନାଳ ଅଫିସ, ୩୦।୧୦ ଧରାବତରଣ କରିବେ ଧନଦାତ୍ରୀ। ହେଲେ ମଣ୍ଡପ ଝଲସୁଥିବ ନା ଥିବେ ଭକ୍ତ। କେବଳ ବିଧିରକ୍ଷା କରିବାକୁ ଶ୍ରଦ୍ଧାଳୁଶୂନ୍ୟ ମଣ୍ଡପରେ ପାରମ୍ପରିକ ନୀତି...

ପ୍ରତି ଶୁକ୍ରବାର ସାଇକେଲ ଚଲାଇବାକୁ ଆହ୍ବାନ

ଭୁବନେଶ୍ୱର, ୧୦ । ୧୦(ବ୍ୟୁରୋ): ସାଇକେଲ ଚଲାଇଲେ ଶରୀର ସୁସ୍ଥ ରହିବା ସହ ପରିବେଶ ଉପରେ ସୁପ୍ରଭାବ ପଡ଼ିବ। ସାଇକେଲ ପ୍ରତି ଲୋକଙ୍କ ଉତ୍ସାହ ବୃଦ୍ଧି...

Advertisement
Archives

Model This Week