Posted inଜାତୀୟ

‘ଭୁଶୁଡ଼ିଗଲା କି ଶେଷ ଦୁର୍ଗ’

ନୂଆଦିଲ୍ଲୀ,୧୮ା୩(ପି.ଟି.): ଭାରତର ପୂର୍ବତନ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟ ସଭାକୁ ମନୋନୀତ କରିବା ପରେ ବିବାଦ ଉଠିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ ନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସରକାର ପୂର୍ବତନ ସିଜେଆଇ ଗୋଗୋଇଙ୍କୁ ଉଚ୍ଚ ସଦନକୁ ପଠାଇବା ସମ୍ବିଧାନର ମୌଳିକ ଢାଞ୍ଚା ଉପରେ ଏକ ଆକ୍ରମଣ। ଏହା ନ୍ୟାୟପାଳିକାର ସ୍ବାଧୀନତାକୁ ନୂ୍ୟନ କରିଦେବ ବୋଲି କଂଗ୍ରେସ କହିଛି। ତେବେ ସେ ରାଜ୍ୟ ସଭା ସଦସ୍ୟ ଭାବେ ଶପଥ ନେବା ପରେ ହିଁ ଗଣମାଧ୍ୟମକୁ ମନ୍ତବ୍ୟ ଦେବେ ବୋଲି ଜଷ୍ଟିସ୍‌ ଗୋଗୋଇ ସ୍ପଷ୍ଟ କରିଛନ୍ତି। ଏହାସହ ପୂର୍ବତନ ଆଇନମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟ୍‌ଲୀଙ୍କ ମନ୍ତବ୍ୟର ଅବତାରଣା କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜଷ୍ଟିସ୍‌ ଗୋଗୋଇଙ୍କୁ ମନୋନୀତ କରିବା ପୂର୍ବରୁ ଅନ୍ତତଃ ନିଜ ଭାଜପା ନେତା ଜେଟ୍‌ଲୀ କ’ଣ କହିଥିଲେ ତାକୁ ମନେପକାଇବା ଉଚିତ ଥିଲା। କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଂହଭୀ କହିଛନ୍ତି, ଜଣେ ଅବସରପ୍ରାପ୍ତ ସିଜେଆଇ ରାଜ୍ୟ ସଭାକୁ ମନୋନୀତ ହୋଇ ଯିବା ଦେଶରେ ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ଏହା ଏକ ଅକ୍ଷମଣୀୟ କାର୍ଯ୍ୟ। ସେହିପରି ମୋଦି ତାଙ୍କ ପ୍ରାକ୍ତନ ସହଯୋଗୀ ତଥା ପୂର୍ବତନ ଆଇନ ଓ ଅର୍ଥମନ୍ତ୍ରୀ ଜେଟ୍‌ଲୀଙ୍କ ପରାମର୍ଶକୁ ଗ୍ରହଣ କରିଥିଲେ କି ବୋଲି କଂଗ୍ରେସର ଆଉ ଜଣେ ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ଟୁଇଟରରେ ପ୍ରଶ୍ନ କରିଛନ୍ତି । ଏହାସହ ଗୋଗୋଇ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ମଦନ ଭୀମରାଓ ଲୋକୁର ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଗୋଗୋଇଙ୍କୁ ରାଷ୍ଟ୍ରପତିଙ୍କ ମନୋନୟନ ନ୍ୟାୟପାଳିକାର ନିରପେକ୍ଷତା ଓ ସ୍ବାଧୀନତାକୁ ପୁନଃ ପରିଭାଷିତ କରିବ। ଶେଷ ଦୁର୍ଗ ଭୁଶୁଡ଼ିପଡ଼ିଲା କି ବୋଲି ଲୋକୁର ପ୍ରଶ୍ନ କରିଛନ୍ତି। ଏହାକୁ ନେଇ ଟୁଇଟରରେ ସୁର୍ଜଓ୍ବୋଲା ପୁଣିଥରେ ସମାନ ପ୍ରଶ୍ନକୁ ଦୋହରାଇଛନ୍ତି। ସେହିପରି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କୁରିଏନ୍‌ ଜୋସେଫ କହିଛନ୍ତି, ଦେଶ ପ୍ରତି ଆମେ ଆମର ଋଣ ଶୁଝିସାରିଛୁ ବୋଲି ୨୦୧୮ ଜାନୁୟାରୀ ୧୨ରେ ଜଷ୍ଟିସ୍‌ ଗୋଗୋଇ ଏକ ବିବୃତିରେ କହିଥିଲେ। ନ୍ୟାୟପାଳିକା ପାଇଁ ଲଢ଼େଇ କରିଥିବା ଗୋଗୋଇ ଏବେ ଏହାର ନିରପେକ୍ଷ ଓ ସ୍ବାଧୀନ ସିଦ୍ଧାନ୍ତ ସହ ସାଲିସ କରିବା ଭଳି କାର୍ଯ୍ୟ କରିବା ପାଇଁ କିପରି ସାହସ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରକାଶ ଯେ, ସେହି ସମୟରେ ଜଷ୍ଟିସ୍‌ ଦୀପକ ମିଶ୍ର ସିଜେଆଇ ଥିବାବେଳେ ସୁପ୍ରିମକୋର୍ଟର ୩ ବରିଷ୍ଠତମ ବିଚାରପତି ଜଷ୍ଟିସ୍‌ ଜେ. ଚେଲାମେଶ୍ୱର, ଲୋକୁର ଓ ଜୋଶେଫ ତାଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ କରିଥିଲେ। ନ୍ୟାୟପାଳିକା ଇତିହାସରେ ଏହା ଥିଲା ଏହି ଧରଣର ପ୍ରଥମ ଘଟଣା। ଜଷ୍ଟିସ୍‌ ଗୋଗୋଇ ବୁଧବାର ନୂଆଦିଲ୍ଲୀ ଯିବେ। ସେ କାହିଁକି ଏହି ପଦକୁ ସ୍ବୀକାର କରିଛନ୍ତି ସେନେଇ ଶପଥ ନେବା ପରେ ସ୍ପଷ୍ଟ କରିବେ।

କ’ଣ କହିଥିଲେ ଜେଟ୍‌ଲୀ
ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସଙ୍ଗରେ ଅରୁଣ ଜେଟ୍‌ଲୀଙ୍କ ପରାମର୍ଶ ମାନିବା ଥିଲା। ୨୦୧୨ରେ ଜେଟ୍‌ଲୀ ଆଇନମନ୍ତ୍ରୀ ଥିବାବେଳେ ବିଚାରପତିମାନଙ୍କ ବିଷୟରେ କହିଥିଲେ। ଟ୍ରିବ୍ୟୁନାଲରେ ଅଧ୍ୟକ୍ଷତା କରିବାକୁ ଯାଉଥିବା ବିଚାରପତିମାନଙ୍କ କୁଲିଙ୍ଗ୍‌ ଅଫ୍‌ ପିରିୟଡ୍‌ ରହିବା ଉଚିତ ବୋଲି ଜେଟଲୀ କହିଥିବା ସିଂଘଭୀ ପ୍ରକାଶ କରିଛନ୍ତି। ଜେଟ୍‌ଲୀ ବିଚାରପତିଙ୍କ ଅବସର ପରବର୍ତ୍ତୀ ଉଦାରତା ବିରୋଧରେ କିଛି କହି ନ ଥିଲେ କି ଲେଖି ନ ଥିଲେ? ଏହି ବିଷୟକୁ ମୋଦି ସରକାର ମନେରଖିଛନ୍ତି କି ବୋଲି ସିଂଘଭୀ ସ୍ମରଣ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri