ଭୁବନ ସ୍ବାସ୍ଥ୍ୟକେନ୍ଦ୍ରରେ ପଶିଲା ବର୍ଷାପାଣି

ଭୁବନ, ୭।୮(ଡି.ଏନ୍‌.ଏ.)-ଲଘୁଚାପ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟାରେ ଭୁବନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଏହାର ସିଧାସଳଖ ପ୍ରଭାବ ପଡ଼ିଛି ସ୍ବାସ୍ଥ୍ୟସେବା ଉପରେ। ଡାକ୍ତରଖାନାରେ ବର୍ଷାଜଳ ପଶିଛି। ରାତି ୯ଟା ସୁଦ୍ଧା ରୋଗୀଙ୍କ ଓ୍ବାର୍ଡ, ଅପରେଶନ ଥିଏଟର, ଲେବର ରୁମ୍‌, ବାରଣ୍ଡାରେ ପାଣି ଜମିରହିଛି। ଫଳରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିବା ୨ଜଣ ଆସନ୍ନ ପ୍ରସବା ବାଧ୍ୟ ହୋଇ ଫେରିଯାଇଛନ୍ତି। ଏପରି ଅବ୍ୟବସ୍ଥାକୁ ନେଇ ରୋଗୀ ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଜିଲାର ଅନ୍ୟତମ ପୁରାତନ ଚିକିତ୍ସାଳୟ ହେଉଛି ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଏହା ଉପରେ ଭୁବନ ବ୍ଲକ, ଏନ୍‌ଏସି ସମେତ ସୀମାନ୍ତ ଯାଜପୁର ଜିଲାର ହଜାର ହଜାର ରୋଗୀ ନିର୍ଭର କରୁଛନ୍ତି। ତେବେ ସାମାନ୍ୟ ବର୍ଷା ହେଲେ ରୋଗୀ ଯନ୍ତ୍ରଣା ଭୋଗୁଛନ୍ତି। ଏହାର କାରଣ ଢାଞ୍ଚାଗତ ନିର୍ମାଣ ତ୍ରୁଟି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଖାଲୁଆ ଜମିରେ ଡାକ୍ତରଖାନା ତିଆରି କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହାର ଚତୁଃପାର୍ଶ୍ୱରେ ଉଚ୍ଚ ରାସ୍ତା ନିର୍ମାଣ କରାଯାଇଛି। ସାମାନ୍ୟ ବର୍ଷା ହେଲେ ନର୍ଦ୍ଦମା ପାଣି ପଶି ପୁତ୍ତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ବାରମ୍ବାର ଦାବିସତ୍ତ୍ୱେ ଏହାର ପ୍ରତିକାର କରାଯାଉନାହିଁ। ଫଳରେ ସଂକ୍ରମଣ ଆଶଙ୍କା ରହୁଥିବାରୁ ରୋଗୀମାନେ ଏଠାକୁ ଆସିବାକୁ ନାକ ଟେକୁଛନ୍ତି। ମଙ୍ଗଳବାର ମଧ୍ୟ ବର୍ଷା ପରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି। କେବଳ ଏତିକି ନୁହେଁ, ଦୀର୍ଘଦିନ ହେଲା ରୋଗୀ କଲ୍ୟାଣ ବୈଠକ ଡକାଯାଇନାହିଁ। ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଆଲୋଚନା ହୋଇପାରୁ ନ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି। ଏହାର ପ୍ରତିକାର କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
ଏ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ରମେଶ ଚନ୍ଦ୍ର ସାହୁ କୁହନ୍ତି, ବର୍ଷା ହେଲେ ବିଭିନ୍ନ ଓ୍ବାର୍ଡରେ ପାଣି ପଶୁଛି। ସ୍ବାସ୍ଥ୍ୟକେନ୍ଦ୍ର ପଶ୍ଚିମପାର୍ଶ୍ୱ ଦେଇ ବର୍ଷାପାଣି ନିଷ୍କାସନ ବ୍ୟବସ୍ଥା କରାଯାଇପାରିବ। ହେଲେ ପାଚେରିକୁ ଲାଗି ରହିଥିବା ଦୋବୋତ୍ତର ବିଭାଗ ଜମିକୁ କେତେଜଣ ବ୍ୟକ୍ତି ଜବରଦଖଲରେ ରଖିଛନ୍ତି। ସେମାନେ ପାଣି ନିଷ୍କାସନ କରିବାକୁ ଦେଉନାହାନ୍ତି। ଏ ନେଇ ସିଡିଏମ୍‌ଓଙ୍କୁ ଅବଗତ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତ ନେଲା ୬ ଜୀବନ

ଆନନ୍ଦପୁର/ବାଲେଶ୍ୱର ଅଫିସ,୨ା୯(ସ୍ବ.ପ୍ର.): ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ବଜ୍ରପାତ ଘଟି ୬ ଜଣଙ୍କ ପ୍ରାଣହାନି ଘଟିଛି। ମୃତକଙ୍କ ମଧ୍ୟରେ କେନ୍ଦୁଝର ଜିଲାର ୪ ଓ...

ଅଂଶୁଘାତରେ ଚାଷୀଙ୍କ ପ୍ରାଣ ଗଲା

ଝୁମ୍ପୁରା, ୨୬।୫ (ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅନ୍ତର୍ଗତ ନହବେଡା ଗ୍ରାମରେ ୨୩ ତାରିଖ ମଧ୍ୟାହ୍ନ ସମୟରେ ଅଂଶୁଘାତରେ ଆକ୍ରାନ୍ତ ହୋଇଥିବା ଜଣେ ଚାଷୀଙ୍କ...

ନକଲି ମଦ କାରଖାନା ଠାବ

ପରଜଙ୍ଗ, ୨୫।୩(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଚଷା ରୋଡ୍‌ ଗ୍ରାମରୁ ମଙ୍ଗଳବାର ଏକ ନକଲି ମଦ ତିଆରି କାରଖାନା ଠାବ କରାଯାଇଛି। ଘଟଣାସ୍ଥଳରୁ ମଦ ପ୍ୟାକିଂ...

ଗନ୍ଧମାର୍ଦ୍ଦନ ଖଣି ପରିସରରେ ଦୁର୍ଘଟଣା: ଟ୍ରକ ଚାଳକ ମୃତ, କ୍ଷତିପୂରଣ ଦାବିରେ ଓଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ

କେନ୍ଦୁଝର,୧୬।୭(ସ୍ବ.ପ୍ର.):କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଶୁଆକାଠି ଗନ୍ଧମାର୍ଦ୍ଦନ ଖଣି ପରିସରରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ଗାଡି ଚାଳକ ତଥା ଟ୍ରକ ମାଲିକଙ୍କ...

ବିଜେଡି ଦଖଲ କଲା କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ପଦ

କେସିଙ୍ଗା,୨୬।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିରେ ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। କେସିଙ୍ଗା ଏନ୍‌ଏସି ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ବିଜୟୀ...

ଜନବସତି ନିକଟରେ ଖଣି ଷ୍ଟକ୍‌ୟାର୍ଡକୁ ବିରୋଧ

କେନ୍ଦୁଝର,୧୨।୧୧(ସ୍ବ.ପ୍ର.): ପଲ୍ଲୀସଭା ନ କରି, ବିନା ପ୍ରଦୂଷଣ ଅନୁମୋତିରେ ବାଂଶପାଳ ବ୍ଲକ୍‌ ତଳକଇଁସାରୀ ଗ୍ରାମରେ ଲୁହାପଥର ଷ୍ଟକ୍‌ୟାର୍ଡ ନିର୍ମାଣ ହେଉଛି। ଉକ୍ତ ସ୍ଥାନରୁ ଗଛ କଟାଯିବା...

ଡିଏନ୍‌ ଗ୍ରୁପ ଉପରେ ଆୟକର ଚଢ଼ାଉ: କର୍ମଚାରୀଙ୍କ ଘରୁ ୩୦ କୋଟି ଜବତ

ଭୁବନେଶ୍ୱର,୫।୭(ସତ୍ୟଜିତ୍‌ ରାଉତ): ଆୟକର ବିଭାଗ ପକ୍ଷରୁ ଓଡ଼ିଶାର ବଡ଼ ରିଏଲ୍‌ ଇଷ୍ଟେଟ୍‌ କମ୍ପାନୀ ଡିଏନ୍‌ ଗ୍ରୁପ ଉପରେ ବୁଧବାର ଚଢ଼ାଉ କରାଯାଉଛି। ଭୁବନେଶ୍ୱର ସମେତ ପ୍ରାୟ...

ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ

କେନ୍ଦୁଝର,୬ା୨(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରୁ ପ୍ରାୟ ୪ଟି ଚନ୍ଦନ ଗଛ ଚୋରି ହୋଇଥିବାରୁ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି...

Advertisement
Archives

Model This Week