ଭୁବନେଶ୍ୱରର ୧୧ ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା

ଭୁବନେଶ୍ୱର,୨୭ା୩(ବ୍ୟୁରୋ): ମାରାତ୍ମକ କୋଭିଡ଼୍‌-୧୯ ସଂକ୍ରମଣ ରୋକିବା ପାଇଁ ସନ୍ଦିଗ୍ଧମାନେ କ୍ୱାରାଣ୍ଟାଇନ୍‌ରେ ରହିବାର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇତିମଧ୍ୟରେ ଭୁବନେଶ୍ୱରର ୧୧ ଘରୋଇ ହୋଟେଲରେ ବିଏମ୍‌ସି ଦ୍ୱାରା ପେଡ୍‌ କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ପୂର୍ବରୁ ପର୍ଯ୍ୟାୟକ୍ରମେ ୯ଟି ହୋଟେଲରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ହୋଇଥିବାବେଳେ ଗୁରୁବାର ଆଉ ୨ ହୋଟେଲ ସହ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। କଟକ ରୋଡ୍‌ସ୍ଥିତ ପାର୍କ ରିସୋର୍ଟ ଓ ମଞ୍ଚେଶ୍ୱରସ୍ଥିତ ହୋଟେଲ୍‌ ପାରାଡାଇଜ୍‌ କନ୍‌ଭେନ୍‌ଶନ୍‌ରେ କ୍ୱାରାଣ୍ଟାଇନ୍‌ ବ୍ୟବସ୍ଥା ହୋଇଛି। ଏହି ଦୁଇ ହୋଟେଲ କ୍ୱାରାଣ୍ଟାଇନ୍‌ ରୁମ୍‌ ପାଇଁ ଦୈନିକ ମାତ୍ର ୩୦୦ ଟଙ୍କା ଦେଇ କରୋନା ସନ୍ଦିଗ୍ଧମାନେ ଏଠାରେ ରହିପାରିବେ ବୋଲି ବିଏମ୍‌ସି ପକ୍ଷରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭ ଘଣ୍ଟା ସ୍ଥାନରେ ୩ ଘଣ୍ଟା କାମ କରୁଛନ୍ତି ସଫେଇ କର୍ମଚାରୀ: ପାର୍ବଣରେ ଅଳିଆ ଅନୁଗୋଳ ସହର

ଅନୁଗୋଳ ଅଫିସ, ୧୬ା୧୦-ଅନୁଗୋଳ ସହର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର କର୍ମଚାରୀ ଠିକ୍‌ ଭାବେ କାର୍ଯ୍ୟ କରୁନାହାନ୍ତି। ଏ ନେଇ ଠିକା ସଂସ୍ଥା ପକ୍ଷରୁ...

କୋରାପୁଟରେ ପୁଣି ୫ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି

କୋରାପୁଟ,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାରେ ଶନିବାର ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ...

ରାଜ୍ୟରେ କୁକୁଡ଼ା ଚାଷ ପ୍ରଭାବିତ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଗତ ତିନିବର୍ଷ ହେଲା ରାଜ୍ୟର କୁକୁଡା ଚାଷ ଉପରେ ବାର୍ଡ ଫ୍ଲୁ ଦାଉ ସାଧୁଛି। ଏଥିଯୋଗୁ ଚାଷୀମାନେ ବ୍ୟାପକ କ୍ଷତି ସହୁଛନ୍ତି।...

ଅଯୋଧ୍ୟାରେ ରାମମନ୍ଦିର ପାଇଁ ଭୂମି ପୂଜା : କୋଣାର୍କରୁ ଗଲା ଜଳ, ମାଟି

କୋଣାର୍କ,୨୬।୭(ଡି.ଏନ.ଏ.) : ଅଯୋଧ୍ୟାରେ ଅଗଷ୍ଟ ୫ରେ ରାମମନ୍ଦିର ନିର୍ମାଣ ଆରମ୍ଭ ହେବ। ଏହାର ଭୂମି ପୂଜା ପାଇଁ କୋଣାର୍କରୁ ପବିତ୍ର ତୀର୍ଥ ଜଳ ଓ ମାଟି...

ଶ୍ରୀଲିଙ୍ଗରାଜଙ୍କ ଜମିରେ ବେଆଇନ ନିର୍ମାଣ: ୧୪୪ ଧାରାରେ କାର୍ଯ୍ୟ ବନ୍ଦ କଲା ପୋଲିସ

ପୁରୁଣା ଭୁବନେଶ୍ୱର,୧।୮(ଡି.ଏନ.ଏ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନାରେ ନୂଆଗଁ। ମୌଜାରେ ଥିବା ୨.୦୭୦ ଏକର ଜମିରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁଥିଲା। କିଛି ବ୍ୟକ୍ତି ସେଠାରେ ମାର୍କେଟ...

ଦୈନିକ ୨ ଯାତ୍ରୀରେ ଚାଲିଛି ଟ୍ରେନ୍‌

ବଲାଙ୍ଗୀର ଅଫିସ, ୧୬ା୧: ଆଜିକୁ ଠିକ୍‌ ଏକବର୍ଷ ପୂର୍ବରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତରେ ବଲାଙ୍ଗୀର-ଖୋର୍ଦ୍ଧା ୧୬.୮ କିଲୋମିଟର ରେଳପଥକୁ ଉଦ୍‌ଘାଟନ କରି...

ଚାଲି ଚାଲି ଯାଅନି, ନିକଟସ୍ଥ ଥାନାକୁ ଜଣାଅ: ଡିଜିପି

ଭୁବନେଶ୍ୱର,୧୫।୫(ବ୍ୟୁରୋ)-କରୋନା ମୁକାବିଲା ପାଇଁ ଦେଶରେ ଲକଡାଉନ ଜାରି ରହିଛି। ଏପରିସ୍ଥିତିରେ ସାରା ଦେଶରେ ବହୁ ଶ୍ରମିକ ଚାଲିଚାଲି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଚାଲିଚାଲି ଯାଉଥିବା...

ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଯିବ ରୁଷିଆର କରୋନା ଭ୍ୟାକ୍ସିନ

ମସ୍କୋ,୧୮।୮: ପ୍ରଶ୍ନ ଘେରରେ ପୋତିହୋଇ ପଡିଥିବା ରୁଷିଆର କରୋନା ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ ଏବେ ଫେଜ୍‌ ଥ୍ରି ହ୍ୟୁମାନ ଟ୍ରାଏଲ ପାଇଁ ଯିବ ବୋଲି ଜଣାପଡିଛି। ଆଗାମୀ...

Coronavirus Update


Archives

Model This Week

Why Dharitri