ଭୁବନେଶ୍ୱରରେ ଲାଗିବ ୫୦୦ ୱାଇ-ଫାଇ ହଟ୍‌ସ୍ପଟ୍‌

ଭୁବନେଶ୍ୱର,୮।୭(ବ୍ୟୁରୋ) : ଭୁବନେଶ୍ୱର ସହର ଅଳ୍ପ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓ୍ବାଇ-ଫାଇ ସହର ହେବ। ସହରର ବିଭିନ୍ନ ସ୍ଥାନରେ ୫୦୦ରୁ ଅଧିକ ଓ୍ବାଇ-ଫାଇ ହଟ୍‌ସ୍ପଟ ଲଗାଯିବା ସହ ଲୋକଙ୍କୁ ୨ ଏମ୍‌ବିପିଏସ୍‌ ସ୍ପିଡରେ ଡାଟା ଯୋଗାଇ ଦିଆଯିବ। ‘ଭୁବନେଶ୍ୱର ମି’ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ଖୁବଶୀଘ୍ର ଏହାକୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବ ଦୁର୍ଗାଶଙ୍କର ମିଶ୍ର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ସେ ଟୁଇଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ, ସ୍ମାର୍ଟସିଟି ଭୁବନେଶ୍ୱର ଖୁବଶୀଘ୍ର ମାଗଣା ୱାଇଫାଇ ସେବା ଆରମ୍ଭ ହେବ। ସ୍ମାର୍ଟସିଟିର ମୁଖ୍ୟ ରାସ୍ତାଗୁଡ଼ିକ ସହିତ ଶିକ୍ଷାନୁଷ୍ଠାନ ଓ ବିଭିନ୍ନ ସ୍ଥାନରେ ଏହି ଫ୍ରି ୱାଇଫାଇ ସେବା ଉପଲବ୍ଧ ହେବ। ଏହାଦ୍ୱାରା ଭୁବନେଶ୍ୱେର ବାସିନ୍ଦାମାନେ ଡିଜିଟାଲ ମାଧ୍ୟମରେ ଯୋଡ଼ି ହୋଇପାରିବେ, ଆଉ ଇଣ୍ଟରନେଟ ସେବା ଲାଗି ହଇରାଣ ହେବାକୁ ପଡିବନି ବୋଲି ସେ ଉଲ୍ଲେଖ କରିଛନ୍ତି। ସୂଚନା ଥାଉକି, ୨୦୧୮ ନଭେମ୍ବର ୫ ରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇଥିଲା। ଉକ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୦୦ଟି ହଟ୍‌ସ୍ପଟର ଉଦ୍‌ଘାଟନ କରାଯାଇଥିବା ବେଳେ ୨୭୫ଟି ଆକ୍ସେସ୍‌ ପଏଣ୍ଟରେ ଏହା କାର୍ଯ୍ୟ କରୁଥିଲା। ଆଗାମୀ ଦିନରେ ଏହି ହଟସ୍ପଟ ସଂଖ୍ୟା ୫୧୮ରେ ଓ ଆକ୍ସେସ ପଏଣ୍ଟ ସଂଖ୍ୟା ୧୮ଶହରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ରବିବାର କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ସଚିବଙ୍କ ଟୁଇଟ ପରେ ଖୁବ୍‌ଶୀଘ୍ର ଭୁବନେଶ୍ୱର ଓ୍ବାଇ-ଫାଇ ସହର ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ଜଣଙ୍କୁ ମିଳିଲା ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ତଥା ମର୍ଯ୍ୟାଦାଜନକ ସମ୍ମାନ ‘ଧର୍ମପଦ ପୁରସ୍କାର’ ୫ବର୍ଷ ପାଇଁ ୫ଜଣଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ୨୫ଜଣ ବୟୋଜ୍ୟେଷ୍ଠ ଶିଳ୍ପୀଙ୍କୁ...

ଖତ ଖାଉଛି ୫୦ ସିଟିବସ୍‌, ଆଖିବୁଜି ବସିଛି ସିଏମ୍‌ସି

କଟକ ଅଫିସ,୨।୮: ସହରବାସୀଙ୍କ ଉତ୍ତମ ଯାତାୟାତ ପାଇଁ ଆରମ୍ଭ ହୋଇଥିଲା ସିଟିବସ୍‌ ସେବା। ମାତ୍ର କଟକ ମହାନଗର ନିଗମ (ସିଏମ୍‌ସି)ର ଆନ୍ତରିକତା ଅଭାବ ଯୋଗୁ ବିକାଶ...

ବାଉନ୍ସର ପ୍ରବେଶ ଘଟଣାର ତଦନ୍ତ ପାଇଁ କମିଟି ଗଠନ ପ୍ରସଙ୍ଗ: ଇତୀଶ କହିଲେ‘ ଏହା ଚୋର ହାତରେ ଚାବିକାଠି ଭଳି’

ଭୁବନେଶ୍ୱର,୨୩।୧(ବ୍ୟୁରୋ): କଂଗ୍ରେସ ଭବନରେ ବାଉନ୍ସର ପ୍ରବେଶ ଘଟଣାର ତଦନ୍ତ ପାଇଁ କମିଟି ଗଠନକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ଛାତ୍ର କଂଗ୍ରେସ ଆବାହକ ଇତୀଶ ପ୍ରଧାନ।...

ବିଶୃଙ୍ଖଳିତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କା କରି କେନ୍ଦ୍ର ସରକାର ସମଗ୍ର ଦେଶକୁ ତୃତୀୟ ପର୍ଯ୍ୟାୟରେ ମେ ୧୭ ତାରିଖ ଯାଏ ଲକ୍‌ଡାଉନରେ ରହିବାକୁ ଘୋଷଣା କରିଛନ୍ତି।...

ଓଡ଼ିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର,୧୧ା୬(ବ୍ୟୁରୋ) : ଗୁରୁବାର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବୁଧବାର ପାଣିପାଗ ବିଭାଗ...

ବଦଳିଲା ନିଷ୍ପତ୍ତି: ସ୍ବାଧୀନତା ଦିବସରେ ସାମିଲ ହେବେ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୦।୮(ବ୍ୟୁରୋ): ବଦଳିଲା ନିଷ୍ପତ୍ତି। ସ୍ବାଧୀନତା ଦିବସରେ ଛାତ୍ରୀଛାତ୍ର ସାମିଲ ହେବେ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ପୂର୍ବରୁ କରୋନା ସଂକ୍ରମଣକୁ...

ହିତାଧିକାରୀଙ୍କୁ ଆଗୁଆ ମିଳିବ ୪ ମାସର ଭତ୍ତା

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ହିତାଧିକାରୀଙ୍କୁ ଆଗୁଆ ୪ ମାସର ଭତ୍ତା ମିଳିବ। ଏପ୍ରିଲ, ମେ, ଜୁନ୍‌ ଓ ଜୁଲାଇ ମାସର ଆଗୁଆ ଭତ୍ତା ଖୁବ୍‌ଶୀଘ୍ର ହିତାଧିକାରୀଙ୍କୁ ବଣ୍ଟନ...

ଆଜି ରାଜ୍ୟରୁ ୧୧୩ ପଜିଟିଭ୍‌ ଚିହ୍ନଟ, ୨୦ ତଳେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଗୁରୁବାର ରାଜ୍ୟରେ ୧୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୭୮୦ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week