ଭୁବନେଶ୍ୱରରେ ପୁଣି କଟକଣା

ଭୁବନେଶ୍ୱର, ୫।୫(ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି। ଖୋର୍ଦ୍ଧା ଜିଲାକୁ ରବିବାର ଅରେଞ୍ଜ ଜୋନ୍‌ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରକୁ ରେଡ୍‌ ଜୋନ୍‌ରେ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ନୂଆ ନିର୍ଦ୍ଦେଶନାମା ଜାରି କରିଛି। ଗତ ୩୦ ତାରିଖରେ ଜାରି ନିର୍ଦ୍ଦେଶନାମାର ପରିବର୍ତ୍ତନ କରି ଭୁବନେଶ୍ୱର ପାଇଁ ଲଗାଇଥିବା କୋହଳ କଟକଣାକୁ ବିଏମ୍‌ସି ଉଠାଇ ଦେଇଛି। ଏଣିକି ରେଡ୍‌ ଜୋନ୍‌ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଭୁବନେଶ୍ୱରରେ ଲାଗୁ ହେବ। ସର୍ତ୍ତମୂଳକ ଭାବେ ଅନୁମତି ମିଳିଥିବା ଅଧିକାଂଶ ଦୋକାନକୁ ପୁଣିଥରେ ବନ୍ଦ କରିଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।
ବିଏମ୍‌ସିର ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱରରେ ବର୍ତ୍ତମାନ ଶିଳ୍ପ ସଂସ୍ଥା, ଅତ୍ୟାବଶ୍ୟକ ସାମାଗ୍ରୀ ତିଆରି ଓ ଯୋଗାଉଥିବା ସଂସ୍ଥା ଖୋଲା ରହିବ। ଦୁଇଚକିଆ ଯାନରେ ଜଣେ ଓ ଚାରିଚକିଆ ଯାନରେ ଡ୍ରାଇଭରଙ୍କୁ ମିଶାଇ ୩ ଜଣ ଯାତାୟାତ କରିବେ। ଯାତ୍ରୀ ପରିବହନ କରୁଥିବା ସଂସ୍ଥା ଓଲା, ଉବର ଲୋକଙ୍କୁ କେବଳ ହସ୍ପିଟାଲ ନେବା ଆଣିବା କରିବେ। ଘରୋଇ କାର୍ଯ୍ୟାଳୟଗୁଡ଼ିକ ୩୩% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ବିଏମ୍‌ସି ନିର୍ଦ୍ଦେଶନାମା ଜାରି କରିଛି।
ସେହିପରି ବିଜୁପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଛି। ବିମାନରେ କେବଳ ଅତ୍ୟାବଶ୍ୟକ ଓ ଡାକ୍ତରୀ କାର୍ଯ୍ୟ ପାଇଁ ଅନୁମତି ଦିଆଯାଇଛି। ସୁରକ୍ଷାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କ ଅପେକ୍ଷା ଅନ୍ୟ ସମସ୍ତଙ୍କୁ ଭୁବନେଶ୍ୱରକୁ ରେଳ ଦ୍ୱାରା ଯାତାୟାତ କରିବାରେ ରୋକ ଲଗାଯାଇଛି। ସରକାରୀ କାର୍ଯ୍ୟରେ ନିୟୋଜିତ ବସ୍‌ଗୁଡ଼ିକୁ ଛାଡି ଅନ୍ୟ ସମସ୍ତ ଘରୋଇ ଓ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ଉପରେ ବିଏମ୍‌ସି ରୋକ ଲଗାଇଛି। ଭୁବନେଶ୍ୱର ମଧ୍ୟ ଦେଇ ଗ୍ରୀନ ଜୋନ୍‌କୁ କୌଣସି ବସ୍‌ ଚଳାଚଳ କରିପାରିବ ନାହିଁ। ସେହିପରି ଅଟୋ, ଟ୍ୟାକ୍ସି, ରିକ୍ସା ଚଳାଚଳ ବନ୍ଦ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାକୁ କୁହାଯାଇଥିବାବେଳେ ଅନ୍‌ଲାଇନ୍‌ରେ ପାଠ ପଢ଼ାଇବା ଜାରି ରଖିବା ପାଇଁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ସମସ୍ତ ସାମାଜିକ ଉତ୍ସବ, ବୈଠକ ଓ ସଭା ସହ ଧର୍ମାନୁଷ୍ଠାନ ବନ୍ଦ ରହିବ। ଯେଉଁମାନେ କ୍ୱାରାଣ୍ଟାଇନ୍‌ ସୁବିଧା କିମ୍ବା ସରକାରୀ ସେବା ଯୋଗାଉଛନ୍ତି ସେମାନଙ୍କୁ ଛାଡ଼ି ଅନ୍ୟ ସମସ୍ତ ଲଜ୍‌, ହୋଟେଲ, ଗେଷ୍ଟ ହାଉସ୍‌ ଓ ଆତିଥ୍ୟ ପ୍ରଦାନ କେନ୍ଦ୍ରକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ସିନେମା ହଲ୍‌, ଜିମ୍‌, ଗେମ୍‌ ପାର୍ଲର, ସ୍ପୋଟ୍ସ କମ୍ପ୍ଲେକ୍ସ, ସ୍ବିମିଂ ପୁଲ୍‌, ପାର୍କ, ପ୍ରେକ୍ଷାଳୟ, ବାର, ଶପିଂ ମଲ, ମାର୍କେଟ କମ୍ପ୍ଲେକ୍ସ, ବାଣିଜି୍ୟକ କୋଠା, ସେଲୁନ୍‌, ସ୍ପା, ବିଉଟି ପାର୍ଲର, ମସାଜ୍‌ ସେଣ୍ଟର, ଠେଲା ଦୋକାନ, ପାନ ଦୋକାନ, ଚା ଓ କଫି ଦୋକାନ, ଫାଷ୍ଟ ଫୁଡ୍‌, ଜଳଖିଆ ଦୋକାନ ଏବଂ ଫଳ ରସ ଦୋକାନକୁ ବନ୍ଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ନିର୍ମାଣ ସ୍ଥାନରେ ରହୁଥିବା ଶ୍ରମିକମାନେ ହିଁ କାର୍ଯ୍ୟ କରିପାରିବେ। କିନ୍ତୁ ବାହାରୁ କୌଣସି ଶ୍ରମିକ ଆଣି ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ନାହିଁ। ସକାଳ ୬ଟା ୩୦ରୁ ରାତି ୭ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି। କିନ୍ତୁ ଗୋଟିଏ ଦୋକାନରେ ଏକ ସମୟରେ ୫ ଗ୍ରାହକ ଏକାଠି ହେବାକୁ ବାରଣ କରାଯାଇଛି। ଏଥିସହ ସାମାଜିକ ଦୂରତ୍ୱ ବଜାୟ ରଖି କାମ କରିବା ପାଇଁ ପରାମର୍ଶ ଦିଆଯାଇଛି। ସର୍ବନିମ୍ନ କର୍ମଚାରୀଙ୍କୁ ନେଇ ଦୋକାନ ଓ କାର୍ଯ୍ୟାଳୟ ସଞ୍ଚାଳନ କରିବା ପାଇଁ କୁହାଯାଇଛି। କାର୍ଯ୍ୟରତ କର୍ମଚାରୀଙ୍କର ଥଣ୍ଡା, ଜ୍ୱର, କାଶ କିମ୍ବା ଛିଙ୍କ ହେଉଥିଲେ ପ୍ରଥମେ ତାଙ୍କୁ ଦୋକାନ କିମ୍ବା ଅଫିସ ଆସିବାକୁ ବାରଣ କରିବା ସହ ଏନେଇ ସ୍ବାସ୍ଥ୍ୟ ବିଭାଗ କିମ୍ବା ବିଏମ୍‌ସିକୁ ସୂଚନା ଦେବାକୁ କୁହାଯାଇଛି।

ରାତି ୭ରୁ ସକାଳ ୬ଟା ୩୦ରୁ ଘରୁ ବାହାରିବା ମନା

ରାତି ୭ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ବିଏମ୍‌ସି ପକ୍ଷରୁ ଜାରି ନୂଆ ନିର୍ଦ୍ଦେଶନାମାରେ କୁହାଯାଇଛି। ଏହି ସମୟରେ ବାହାରେ ବୁଲୁଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ପ୍ରକାଶିତ ନିର୍ଦ୍ଦେଶଗୁଡ଼ିକୁ ଉଲ୍ଲଂଘନ କଲେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ନିୟମ ୨୦୦୫ର ଦଫା ୫୧ ଓ ୬୦ ଆଧାରରେ ସେମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ସେମାନଙ୍କ ବିରୋଧରେ ଆଇପିସି ଦଫା ୧୮୮ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri