ଗୋପାଳପୁର,୨୪ା୧-ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁପୁତ୍ର ଅପହରଣ ମାମଲାରେ ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ପୋଲିସ ଦୁମୁଦୁମି ଗ୍ରାମ ଛକ ନିକଟରେ ଏକ କ୍ଲିନିକ୍ରେ ରହୁଥିବା ଜନୈକା ମହିଳାଙ୍କୁ ବୁଧବାର ଗିରଫ କରିଥିଲା। ଖାରବେଳନଗର ଥାନା ପୋଲିସ ଗୁରୁବାର ଗୋଳନ୍ଥରାରେ ପହଞ୍ଚତ୍ ଗିରଫ ମହିଳାଙ୍କୁ ପଚରାଉଚରା ପାଇଁ ଭୁବନେଶ୍ୱର ଆଣିଛି। ସେ ହେଲେ ଜିତା ପାଲ। ପ୍ରକାଶ ଯେ, ଗତ ୧୫ ଦିନ ହେଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଦୁମୁଦୁମି ଗ୍ରାମ ଛକ ନିକଟରେ ଥିବା ଏକ ଆର୍ୟୁବେଦିକ କ୍ଲିନିକରେ ଜଣେ ୪ ବର୍ଷର ଅପରିଚିତ ଶିଶୁପୁତ୍ରଙ୍କୁ ସନ୍ଦେହଜନକ ଭାବେ ରଖାଯାଇଥିଲା। ଏନେଇ ଗ୍ରାମବାସୀ ବୁଧବାର ଶିଶୁପୁତ୍ର ସମ୍ପର୍କରେ ଜନୈକ ବ୍ୟକ୍ତି ଓ ଦୁଇ ମହିଳାଙ୍କୁ ପଚାରିବାରୁ ଶିଶୁପୁତ୍ରଙ୍କୁ ଯେଉଁଠାରେ ଆଣିଥିଲୁ ସେଠାରେ ଛାଡ଼ିଦେଲୁ ବୋଲି କହିବା ପରେ ଗ୍ରାମବାସୀ ପାଟିତୁଣ୍ଡ କରିଥିଲେ। ଗୋଳନ୍ଥରା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ୩ ଜଣଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଥିଲା। ଶିଶୁପୁତ୍ରଟି ବିହାର ମୁଜାଫର ଅଞ୍ଚଳର ଜନୈକ ଦମ୍ପତିଙ୍କର ଓ ଗତ ୮ ତାରିଖରେ ଗୀତା ଭୁବନେଶ୍ୱର ରେଳ ଷ୍ଟେସନରେ କାନ୍ଦୁଥିବାବେଳେ ଆଣିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଉକ୍ତ ଶିଶୁପୁତ୍ରଙ୍କୁ ପୁଣି ଭୁବନେଶ୍ୱର ନେଇ ଛାଡ଼ି ଦେଇଥିବା କହିଥିଲେ। ପ୍ରକାଶ ଯେ, ଶିଶୁପୁତ୍ରଙ୍କ ମା’ ଖାାରବେଳନଗର ଥାନାରେ ଗତ ୯ ତାରିଖରେ ଅଭିଯୋଗ କରିବା ପରେ ନଂ.୫/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା।
ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ବନ୍ୟଜନ୍ତୁ ଖାଇ…
ଦିଗପହଣ୍ଡି,୧|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୋଟିନଡ଼ା ଗ୍ରାମ ନିକଟ ଗୋପୀନାଥପୁର ମୌଜା ରାଧାକୃଷ୍ଣ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ...
ମା’ ତାରାତାରିଣୀ ପୀଠ ଚଳଚଞ୍ଚଳ: ପୂଜାର୍ଚ୍ଚନା କଲେ ଗଞ୍ଜାମ ଜିଲାପାଳ, ସମସ୍ତଙ୍କ ଶୁଭ ମନାସି ଜିଲାର…
ପୁରୁଷୋତ୍ତମପୁର,୧ା୧(ସବିତା ମିଶ୍ର): ନବବର୍ଷ ଅବସରରେ ଗୁରୁବାର ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ ଚଳଚଞ୍ଚଳ ହେଇଉଠିଥିବା ବେଳେ ପ୍ରବଳ ଜନସମାଗମ ହୋଇଛି। ଭୋର୍...
ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍ଦାର ପ୍ରସ୍ତୁତି
ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍ଦାର କରାଯାଉଛି। ୪ଦିନ ଧରି...
ସରକାରୀ ବସ୍ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ
ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍ରେ ସମସ୍ତ ଯାତ୍ରୀଙ୍କୁ ବସ୍ର କର୍ମଚାରୀ ବା ଟିକେଟ୍...
ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା
ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...
ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…
ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...
ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍, ୧୦ ମିଟର ଦୂରରେ ଯାଇ…
ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...
ନୂଆ ମୁଖ୍ୟ ଶାସନ ସଚିବଙ୍କୁ ୧୫ ସୂତ୍ରୀ ନିର୍ଦେଶାବଳୀ ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ…
ଭୁବନେଶ୍ୱର,୧।୧: ଶାସନ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ନୂଆ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀ୧୫ ଦଫା ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି। ଲକ୍ଷ୍ୟ ହାସଲ ପାଇଁ...
Archives


