ଭିସା ଷ୍ଟିଲ୍‌କୁ ସୁରକ୍ଷା ଦେଉଛି ଏସ୍‌ପିସିବି

ଯାଜପୁର ଅଫିସ୍‌/ଯାଜପୁର ଟାଉନ (ଡି.ଏନ୍‌.ଏ), ୬।୬: କଳିଙ୍ଗନଗର ଭିସା ଷ୍ଟିଲ୍‌ କାରଖାନା ବର୍ଜ୍ୟଜଳରେ ସାଇନାଇଡ, ଫେନଲ, ହେକ୍ସାଭାଲେଣ୍ଟ କ୍ରୋମିୟମ ଆବଶ୍ୟକତାଠାରୁ ଅଧିକ ରହିଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ଲାବୋରେଟୋରି ରିପୋର୍ଟରୁ ପ୍ରମାଣିତ ହୋଇସାରିଛି। ହେଲେ ଏସ୍‌ପିସିବି କର୍ତ୍ତୃପକ୍ଷ ମୋଟା ଅଙ୍କର ହାତଗୁଞ୍ଜା ନେଇ ଭିସା ଷ୍ଟିଲକୁ ସମସ୍ତ ପ୍ରକାର ସୁରକ୍ଷା ଦେଇଆସୁଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି। ଏହାର ଉପଯୁକ୍ତ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯଖପୁର, ମଙ୍ଗଳପୁର, ବାଳୁଙ୍ଗାବନ୍ଦୀ, ତେଲିବାହାଳି, ସାତବାଇଁଶି, ଦାନଗଦି ଗ୍ରାମର ଶତାଧିକ ଲୋକ ଲିଖିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ଭିସା ଷ୍ଟିଲ ୧ ମାସ ହେବ ଚାଷ ଜମିକୁ ବିଷାକ୍ତ ଜଳ ଛାଡୁଛି। ଏହି ବିଷାକ୍ତ ପାଣି ପିଇ ସ୍ଥାନୀୟ ଅଞ୍ଚଳର ଗୋରୁ, ଛେଳି, ମେଣ୍ଢା ପ୍ରଭୃତି ପ୍ରାଣୀ ପ୍ରଭାବିତ ହେଉଛନ୍ତି। ୨୦୦୫ରୁ ୨୦୨୦ ମଧ୍ୟରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ବିଭିନ୍ନ ପ୍ରଦୂଷଣଜନିତ ରୋଗରେ ଆକ୍ରାନ୍ତ ହୋଇ ଯଖପୁରା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି। ଏ ବିଷୟରେ ଗ୍ରାମବାସୀଙ୍କ ତରଫରୁ ଗ୍ରାମସଭା କରାଯାଇ ଏସ୍‌ପିସିବିର ସଦସ୍ୟ ସଚିବ ଓ ଆଞ୍ଚଳିକ ଅଧିକାରୀଙ୍କୁ ଏକାଧିକ ଥର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏସ୍‌ପିସିବିର ଜଣେ ବରିଷ୍ଠ ଇଞ୍ଜିନିୟର ଲକ୍ଷାଧିକ ଟଙ୍କା ଲାଞ୍ଚ ନେଇ ଭିସା ଷ୍ଟିଲ ଯେତେ ପ୍ରଦୂଷଣ କଲେ ବି ତାକୁ ସୁରକ୍ଷା ଯୋଗାଇ ଦେଉଛନ୍ତି। ସେ ଏକ ସଂସ୍ଥା ନାମରେ କେତେକ ପ୍ରଦୂଷଣ ନିୟନ୍ତ୍ରଣ ଜନିତ ଯନ୍ତ୍ରପାତି ବିଭିନ୍ନ ଶିଳ୍ପ କାରଖାନାକୁ ଉଚ୍ଚା ଦରରେ ବିକ୍ରି କରୁଛନ୍ତି। ବିଭିନ୍ନ ସମୟରେ ଜଳ ନମୁନା ପରୀକ୍ଷା କରାଇ ଶିଳ୍ପପତିମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଚାନ୍ଦା ଆଦାୟ କରୁଛନ୍ତି। ଗତ ମେ ୨୨ରେ ଭିସା ଷ୍ଟିଲ ବର୍ଜ୍ୟଜଳ ଚାଷ ଜମିକୁ ଛାଡିବା ସମ୍ପର୍କରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏହି ଘଟଣା ରଫାଦଫା ପାଇଁ କାରଖାନା ପକ୍ଷରୁ ଏସ୍‌ପିସିବିର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଲକ୍ଷାଧିକ ଟଙ୍କା ଲାଞ୍ଚ ଦେଇଥିବା ଜଣାଯାଇଛି, ଯାହାକି ଏସ୍‌ପିସିବିର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ଏବଂ ତାହାର ଯାଞ୍ଚ କରାଗଲେ ଏହାର ସତ୍ୟତା ସ୍ପଷ୍ଟ ହୋଇଯିବ ବୋଲି ଗ୍ରାମବାସୀ ଦାବି କରିଛନ୍ତି। କାରଖାନାର ଜଳ ନମୁନା ସଂଗ୍ରହ କରିବା ସମୟରେ ଜାଣିଶୁଣି ବୋତଲକୁ ସିଲ୍‌ କରାଯାଉନି। ଏସ୍‌ପିସିବିର ଅଧିକାରୀ ଓ ଶିଳ୍ପପତିମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ କଳିଙ୍ଗନଗର ଶିଳ୍ପାଞ୍ଚଳ ସମ୍ପତି ଉକତ୍ଟ ପ୍ରଦୂଷଣ ସ୍ଥିତିରେ ରହିଛି। ୧୦ବର୍ଷ ମଧ୍ୟରେ ବେସରକାରୀ ଭାବେ ୩୦୦ରୁ ଊର୍ଦ୍ଧ୍ୱ ଲୋକ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଇଲେଣି। ଉତ୍କଟ ପ୍ରଦୂଷଣରେ ଲୋକଙ୍କ ଜୀବନ ଯାଉଥିବା ବେଳେ ଏସପିସିବିର ସମ୍ପୃକ୍ତ ଅଧିକାରୀମାନେ ମାଲାମାଲ ହେଉଛନ୍ତି। ଏହି ମର୍ମରେ ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ସମେତ ଯାଜପୁର ଜିଲାପାଳ, ଏସ୍‌ପିସିବିର ସଦସ୍ୟ ସଚିବ, ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ, ୫-ଟି ସଚିବଙ୍କୁ ଶିଳ୍ପ ପ୍ରଦୂଷଣରୁ ତୁରନ୍ତ ରକ୍ଷା କରିବାକୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଗ୍ରାମବାସୀଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ସ୍ଥାନୀୟ ଅଞ୍ଚଳରେ ପ୍ରଦୂଷଣ ମାତ୍ରା କମ୍‌ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମର ରମେଶଚନ୍ଦ୍ର ରାଉତ, କୈଳାସ ମହାନ୍ତି, ଅଜୟ ଦାସ, ଗଣେଶ୍ୱର ମହାନ୍ତି, ସୁବ୍ରତ ମହାନ୍ତି, ନବୀନ ଦଳେଇ ପ୍ରମୁଖ ଶତାଧିକ ଲୋକ ନିବେଦନ କରିଛନ୍ତି। ଅଭିଯୋଗ ସଂକ୍ରାନ୍ତରେ ଭିସା ଷ୍ଟିଲ୍‌ର ଏମ୍‌ଡି ମନୋଜ କୁମାର, ଏସପିସିବିର ସଦସ୍ୟସଚିବଙ୍କ ମତାମତ ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ସେମାନେ ଫୋନ୍‌ କଲ ଗ୍ରହଣ ନ କରିବାରୁ ତାହା ସମ୍ଭବ ହୋଇପାରିନାହିଁ। ତେବେ ଏସ୍‌ପିସିବିର କଳିଙ୍ଗନଗର ଆଞ୍ଚଳିକ ଅଧିକାରୀ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ଏସ୍‌ପିସିବିର ନୀତିନିୟମ ଅନୁସାରେ ତଦନ୍ତ କରାଯାଇ ନିରପେକ୍ଷ ଭାବେ ତଦନ୍ତ ରିପୋର୍ଟ ଦାଖଲ କରାଯାଉଛି। ରିପୋର୍ଟ ଅନୁସାରେ ସମ୍ପୃକ୍ତ କାରଖାନା ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଜାଲରେ ଫସିଲା ବିରାଟକାୟ ଅଜଗର

ବୀରମହାରାଜପୁର, ୧୦/୮ (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ ସଦେଇପୁର ଗାଁ ନିକଟସ୍ଥ ଏକ ପୋଖରୀରେ ମାଛ ଧରିବା ପାଇଁ…

ମଣିଷଙ୍କ ମୁହଁ ଦେଖି ଆବେଗ ବୁଝିପାରନ୍ତି କୁକୁର

ବର୍ଲିନ,୧୨।୮(ରଏଟର୍ସ): କୁକୁର ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ବୋଲି କୁହାଯାଇଥାଏ। ତେବେ ନିକଟରେ ୟୁନିଭର୍ସିଟି ଅଫ୍‌ ଭିଏନାର ଗବେଷକମାନେ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି, କୁକୁରମାନେ ଲୋକଙ୍କ ମୁହଁ…

ତିଖିରୀ ସରପଞ୍ଚ ଚାମେଲି ଓଝା ମାମଲା: ଅଦାଲତଙ୍କ ବିନାନୁମତିରେ ପ୍ରକାଶ ହେବନି ଫଳ

କଟକ/ମହାକାଳପଡ଼ା,୧୨ା୮(କାର୍ତ୍ତିକ ସାହୁ/ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ମାମଲାର ଶୁଣାଣି ମଙ୍ଗଳବାର ଶେଷ ହୋଇଛି। ହାଇକୋର୍ଟ ବିଚାରପତି…

ପୁଣି ମନ୍ଦିରକୁ ଟାର୍ଗେଟ କଲେ ଲୁଟେରା: ଦକ୍ଷିଣକାଳୀ ମନ୍ଦିରରେ ହୁଣ୍ଡି ଭାଙ୍ଗି ନେଇଗଲେ…

ପୁରୁଷୋତ୍ତମପୁର,୧୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପୁଣି ଲୁଟେରାମାନେ ସକ୍ରିୟ ହୋଇ ମନ୍ଦିରକୁ ଟାର୍ଗେଟ୍‌ କରିଛନ୍ତି। ଗତ ୨୦୨୪ନଭେମ୍ବର ୬ ତାରିଖରେ ପ୍ରଶିଦ୍ଧ ଶକ୍ତିପୀଠ ମା’…

ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି…କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୧୨।୮: ସଂସଦର ମୌସୁମୀ ଅଧିବେଶନରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ।…

ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ବୋଲେରୋ ଜବତ, ୬ ଗୋରୁ ଉଦ୍ଧାର

ତିହିଡ଼ି,୧୨।୮ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଅନ୍ନପାଳ ହାଟ ପୋଲ ନିକଟରେ ଗୋରୁ ବୋଝେଇ ଏକ ବୋଲେରୋ ଗାଡ଼ି ଜବତ ହୋଇଛି। ଗାଡ଼ିରୁ ୬ଟି ଗୋରୁଙ୍କୁ ଉଦ୍ଧାର…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

ମଦଦୋକାନରେ ନକଲି ଅବକାରୀ ଅଧିକାରୀ

ରାଜକନିକା,୧୨।୮(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ସଦର କାଜୁବଗିଚାଠାରେ ନୂତନଭାବେ ଖୋଲାଯାଇଥିବା ଏକ ଠିପିବନ୍ଦ ମଦ ଦୋକାନରେ ଅବକାରୀ ଅଧିକାରୀ ପରିଚୟ ଦେଇ କାଗଜପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri