ଭିମ୍‌ସାର: ୪ ବର୍ଷରେ ୩୪୭୨ ଶିଶୁ ମୃତ

ସମ୍ବଲପୁର,୨୪ା୧:ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ସ୍ବାସ୍ଥ୍ୟସେବା ଉପରେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ନିର୍ଭର କରନ୍ତି। ସେଥିପାଇଁ ସରକାର ଭିମ୍‌ସାରର ସ୍ବାସ୍ଥ୍ୟସେବା ବିକାଶ ଦିଗରେ ନାନା ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ସେଥିରେ ସୁଫଳ ମିଳିପାରୁନାହିଁ। ବିଶେଷ କରି ଶିଶୁରୋଗୀଙ୍କ ମୃତ୍ୟୁହାର ଉଦ୍‌ବେଗଜନିତ ସ୍ଥିତିରେ ରହିଛି। ଏକ ରିପୋର୍ଟ ଅନୁଯାୟୀ ଗତ ୪ ବର୍ଷରେ ମୋଟ ୩ ହଜାର ୪ ଶହ ୭୨ ଜଣ ନବଜାତ ଓ ଚିକିତ୍ସିତ ଶିଶୁଙ୍କ ମୃତ୍ୟୁ ଘଟିଛି। ହାରାହାରି ପ୍ରତିବର୍ଷ ୯ ଶହ ଶିଶୁଙ୍କ ମୃତ୍ୟୁ ଘଟୁଛି ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ବିଶେଷ କରି ଗରିବ ଓ ଗ୍ରାମାଞ୍ଚଳ ଲୋକମାନେ ଭିମ୍‌ସାର ଉପରେ ନିର୍ଭର କରିଥାନ୍ତି। ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଉତ୍ତମ ଚିକତ୍ସା ମିଳୁନାହିଁ। ଅନ୍ୟପଟେ ଗର୍ଭବତୀ ମହିଳାମାନଙ୍କୁ ଠିକ୍‌ଭାବେ ଟିକା ପ୍ରଦାନ କରାଯାଉ ନ ଥିବା ବେଳେ ଅନ୍ୟ ଆବଶ୍ୟକ ଚିକିତ୍ସାର ଅଭାବ ରହିଥିବା ଅଭିଯୋଗ ହୋଇଛି। ସଚେତନ ଅଭାବ ତଥା ଗର୍ଭସ୍ଥ ଶିଶୁର ଠିକ୍‌ ଭାବେ ଯତ୍ନ ନିଆଯାଉ ନ ଥିବାରୁ ଦୁର୍ବଳ ପିଲା ଜନ୍ମ ହେଉଛନ୍ତି। ଫଳରେ ପ୍ରତିବର୍ଷ ନବଜାତ ଶିଶୁଙ୍କ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି।ମିଳିଥିବା ରିପୋର୍ଟ ଅନୁସାରେ ୨୦୧୮-୧୯ ବର୍ଷରେ ୨୮୭୦ ନବଜାତ ଶିଶୁ ବିଭିନ୍ନ ରୋଗରେ ପୀଡିତ ହୋଇ ଉକ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୨୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ନିଓନାଟାଲ ଇଣ୍ଟେନ୍‌ସିଭ କେୟାର ୟୁନିଟ (ଏନଆଇସିୟୁ)ରେ ଭର୍ତ୍ତି ହୋଇଥିବା ୨୨୨୯ଜଣ ଶିଶୁଙ୍କ ମଧ୍ୟରୁ ୬୫୬ ମୃତ୍ୟୁ ଘଟିଥିଲା। ସେହିବର୍ଷ ମୋଟ ୫ ହଜାର ୦୪୯ ଶିଶୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଭିତରୁ ୮୭୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୧୫-୧୬ ମସିହାରେ ଉକ୍ତ ଡାକ୍ତରଖାନାରେ ସମୁଦାୟ ୩ ହଜାର
୭୫୩ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫୬ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୬-୧୭ ମସିହାରେ ମୋଟ ୪୩୦୧ ଜଣ ଶିଶୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮୯୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୭-୧୮ ବର୍ଷରେ ମୋଟ ୪୬୧୪ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮୪୩ ଜଣଙ୍କ ମୃତ୍ୟୁ ଘଟିଛି। ଏପରି କି ସେହି ବର୍ଷ ୨୪ ଘଣ୍ଟା ମଧ୍ୟରେ ୯ ଶିଶୁରୋଗୀଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଥିଲା।
ସୂଚନାଯୋଗ୍ୟ, ଭିମ୍‌ସାରରେ ନବଜାତ ଓ ଶିଶୁ ରୋଗୀମାନଙ୍କ ପାଇଁ ଏକ ୯ ତାଲା ବିଶିଷ୍ଟ କୋଠା ନିର୍ମାଣ କାମ ସରିଛି। ମୁଖ୍ୟମନ୍ତ୍ରୀ ଏହି କୋଠାକୁ ଉଦ୍‌ଘାଟନ ବି କରି ସାରିଛନ୍ତି। ହେଲେ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇ ନ ଥିବାରୁ ଶିଶୁରୋଗୀମାନଙ୍କୁ ସେହି ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇ ପାରୁ ନ ଥିବା ଭିମ୍‌ସାର ପକ୍ଷରୁ ସୂଚନା ଦିଆଯାଇଛି। ସେଥିପାଇଁ ଅନ୍ୟ ବିଭାଗରେ ଶିଶୁରୋଗୀମାନଙ୍କୁ ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ ଭିମ୍‌ସାର ଅଧୀକ୍ଷକ ଡାକ୍ତର ଜୟଶ୍ରୀ ଡୋରା କହିଛନ୍ତି ଯେ, ଶିଶୁ ରୋଗୀମାନଙ୍କ ଚିକିତ୍ସାରେ କିଛି ସମସ୍ୟା ହେଉଛି। ହେଲେ ମୃତ୍ୟୁ ହାର ନିୟନ୍ତ୍ରଣରେ ରହିଛି। ପୂର୍ବ ମୃତ୍ୟୁହାରକୁ ଆହୁରି କିପରି କମାଯାଇ ପାରିବ ସେ ନେଇ ଚେଷ୍ଟା କରାଯିବ।
ଭିମ୍‌ସାରର ଉନ୍ନତି ପାଇଁ ଏମସିଏଲ ପକ୍ଷରୁ ୫୫ କୋଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହି ଅର୍ଥରେ ନୂତନ ଶିଶୁ ଭବନ ନିର୍ମାଣ ପାଇଁ ମଞ୍ଜୁର ହୋଇଛି। ହେଲେ ଜମି ଅଭାବ ଯୋଗୁ ୨ ବର୍ଷ ହେଲା କାମ ଆରମ୍ଭ ହୋଇ ପାରୁନାହିଁ। ଏଦିଗରେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ଓ ଉଦ୍‌ଘାଟିତ ହୋଇସାରିଥିବା ୯ ତାଲା ବିଶିଷ୍ଟ କୋଠାକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣ ଦାବି ହେଉଛି।

ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri