ଭିମ୍‌ସାର: ୪ ବର୍ଷରେ ୩୪୭୨ ଶିଶୁ ମୃତ

ସମ୍ବଲପୁର,୨୪ା୧:ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍‌ସେସ୍‌ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ସ୍ବାସ୍ଥ୍ୟସେବା ଉପରେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ନିର୍ଭର କରନ୍ତି। ସେଥିପାଇଁ ସରକାର ଭିମ୍‌ସାରର ସ୍ବାସ୍ଥ୍ୟସେବା ବିକାଶ ଦିଗରେ ନାନା ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ ସେଥିରେ ସୁଫଳ ମିଳିପାରୁନାହିଁ। ବିଶେଷ କରି ଶିଶୁରୋଗୀଙ୍କ ମୃତ୍ୟୁହାର ଉଦ୍‌ବେଗଜନିତ ସ୍ଥିତିରେ ରହିଛି। ଏକ ରିପୋର୍ଟ ଅନୁଯାୟୀ ଗତ ୪ ବର୍ଷରେ ମୋଟ ୩ ହଜାର ୪ ଶହ ୭୨ ଜଣ ନବଜାତ ଓ ଚିକିତ୍ସିତ ଶିଶୁଙ୍କ ମୃତ୍ୟୁ ଘଟିଛି। ହାରାହାରି ପ୍ରତିବର୍ଷ ୯ ଶହ ଶିଶୁଙ୍କ ମୃତ୍ୟୁ ଘଟୁଛି ବୋଲି ଏହି ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ବିଶେଷ କରି ଗରିବ ଓ ଗ୍ରାମାଞ୍ଚଳ ଲୋକମାନେ ଭିମ୍‌ସାର ଉପରେ ନିର୍ଭର କରିଥାନ୍ତି। ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଉତ୍ତମ ଚିକତ୍ସା ମିଳୁନାହିଁ। ଅନ୍ୟପଟେ ଗର୍ଭବତୀ ମହିଳାମାନଙ୍କୁ ଠିକ୍‌ଭାବେ ଟିକା ପ୍ରଦାନ କରାଯାଉ ନ ଥିବା ବେଳେ ଅନ୍ୟ ଆବଶ୍ୟକ ଚିକିତ୍ସାର ଅଭାବ ରହିଥିବା ଅଭିଯୋଗ ହୋଇଛି। ସଚେତନ ଅଭାବ ତଥା ଗର୍ଭସ୍ଥ ଶିଶୁର ଠିକ୍‌ ଭାବେ ଯତ୍ନ ନିଆଯାଉ ନ ଥିବାରୁ ଦୁର୍ବଳ ପିଲା ଜନ୍ମ ହେଉଛନ୍ତି। ଫଳରେ ପ୍ରତିବର୍ଷ ନବଜାତ ଶିଶୁଙ୍କ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି।ମିଳିଥିବା ରିପୋର୍ଟ ଅନୁସାରେ ୨୦୧୮-୧୯ ବର୍ଷରେ ୨୮୭୦ ନବଜାତ ଶିଶୁ ବିଭିନ୍ନ ରୋଗରେ ପୀଡିତ ହୋଇ ଉକ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨୨୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ନିଓନାଟାଲ ଇଣ୍ଟେନ୍‌ସିଭ କେୟାର ୟୁନିଟ (ଏନଆଇସିୟୁ)ରେ ଭର୍ତ୍ତି ହୋଇଥିବା ୨୨୨୯ଜଣ ଶିଶୁଙ୍କ ମଧ୍ୟରୁ ୬୫୬ ମୃତ୍ୟୁ ଘଟିଥିଲା। ସେହିବର୍ଷ ମୋଟ ୫ ହଜାର ୦୪୯ ଶିଶୁ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଭିତରୁ ୮୭୬ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୨୦୧୫-୧୬ ମସିହାରେ ଉକ୍ତ ଡାକ୍ତରଖାନାରେ ସମୁଦାୟ ୩ ହଜାର
୭୫୩ ଜଣ ଶିଶୁ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୫୬ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୬-୧୭ ମସିହାରେ ମୋଟ ୪୩୦୧ ଜଣ ଶିଶୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮୯୭ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୭-୧୮ ବର୍ଷରେ ମୋଟ ୪୬୧୪ ଜଣ ଶିଶୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮୪୩ ଜଣଙ୍କ ମୃତ୍ୟୁ ଘଟିଛି। ଏପରି କି ସେହି ବର୍ଷ ୨୪ ଘଣ୍ଟା ମଧ୍ୟରେ ୯ ଶିଶୁରୋଗୀଙ୍କ ମୃତ୍ୟୁ ଘଟିଥିବା ଚର୍ଚ୍ଚାର ବିଷୟ ହୋଇଥିଲା।
ସୂଚନାଯୋଗ୍ୟ, ଭିମ୍‌ସାରରେ ନବଜାତ ଓ ଶିଶୁ ରୋଗୀମାନଙ୍କ ପାଇଁ ଏକ ୯ ତାଲା ବିଶିଷ୍ଟ କୋଠା ନିର୍ମାଣ କାମ ସରିଛି। ମୁଖ୍ୟମନ୍ତ୍ରୀ ଏହି କୋଠାକୁ ଉଦ୍‌ଘାଟନ ବି କରି ସାରିଛନ୍ତି। ହେଲେ ତାହା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆଜି ପର୍ଯ୍ୟନ୍ତ ହୋଇ ନ ଥିବାରୁ ଶିଶୁରୋଗୀମାନଙ୍କୁ ସେହି ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇ ପାରୁ ନ ଥିବା ଭିମ୍‌ସାର ପକ୍ଷରୁ ସୂଚନା ଦିଆଯାଇଛି। ସେଥିପାଇଁ ଅନ୍ୟ ବିଭାଗରେ ଶିଶୁରୋଗୀମାନଙ୍କୁ ଚିକିତ୍ସା କରାଯାଉଛି। ଏ ସମ୍ପର୍କରେ ଭିମ୍‌ସାର ଅଧୀକ୍ଷକ ଡାକ୍ତର ଜୟଶ୍ରୀ ଡୋରା କହିଛନ୍ତି ଯେ, ଶିଶୁ ରୋଗୀମାନଙ୍କ ଚିକିତ୍ସାରେ କିଛି ସମସ୍ୟା ହେଉଛି। ହେଲେ ମୃତ୍ୟୁ ହାର ନିୟନ୍ତ୍ରଣରେ ରହିଛି। ପୂର୍ବ ମୃତ୍ୟୁହାରକୁ ଆହୁରି କିପରି କମାଯାଇ ପାରିବ ସେ ନେଇ ଚେଷ୍ଟା କରାଯିବ।
ଭିମ୍‌ସାରର ଉନ୍ନତି ପାଇଁ ଏମସିଏଲ ପକ୍ଷରୁ ୫୫ କୋଟି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେହି ଅର୍ଥରେ ନୂତନ ଶିଶୁ ଭବନ ନିର୍ମାଣ ପାଇଁ ମଞ୍ଜୁର ହୋଇଛି। ହେଲେ ଜମି ଅଭାବ ଯୋଗୁ ୨ ବର୍ଷ ହେଲା କାମ ଆରମ୍ଭ ହୋଇ ପାରୁନାହିଁ। ଏଦିଗରେ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ ଓ ଉଦ୍‌ଘାଟିତ ହୋଇସାରିଥିବା ୯ ତାଲା ବିଶିଷ୍ଟ କୋଠାକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣ ଦାବି ହେଉଛି।

ଶୁଭାଶିଷ ପାଢ଼ୀ


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri