ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୪ା୧୨(ବ୍ୟୁରୋ):ଭିନ୍ନକ୍ଷମମାନେ ସମାଜର ଗୁରୁତ୍ୱପୂର୍ଣ୍ଣ ଅଂଶ। ସମାଜର ବିକାଶରେ ସେମାନଙ୍କର ମଧ୍ୟ ଅବଦାନ ରହିଛି। ଉପଯୁକ୍ତ ତାଲିମ ଓ ପ୍ରୋତ୍ସାହନ ଦ୍ୱାରା ସେମାନେ ମଧ୍ୟ ଦକ୍ଷତା ଓ ପ୍ରତିଭା ଦେଖାଇ ପାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଶ୍ୱ ଭିନ୍ନକ୍ଷମ ଦିବସ ଅବସରରେ ମଙ୍ଗଳବାର ଭୁବନେଶ୍ୱରର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଭିନ୍ନକ୍ଷମମାନେ ଯେପରି ସେମାନଙ୍କ ଅଧିକାରରୁ ବଞ୍ଚତ୍ତ ନ ହୁଅନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ୮ଜଣ ପ୍ରତିଭାଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ପୁରସ୍କାର ବାବଦରେ ସେମାନଙ୍କୁ ୨୫,୦୦୦ ଟଙ୍କା ଓ ସ୍ମାରକ ପ୍ରଦାନ କରାଯାଇଥିଲା। ପୁରସ୍କୃତ ବ୍ୟକ୍ତିମାନେ ହେଲେ ନୂଆପଡ଼ାର ରବି ଶବର, ଭଦ୍ରକର ମଦନ ମୋହନ ଚୌଧୁରୀ, ପୁରୀର ଗଜଲକ୍ଷ୍ମୀ ରାୟ, ଭଦ୍ରକର ରାଖାଲ କୁମାର ସେଠୀ, ରାୟଗଡ଼ାର ଅମରେନ୍ଦ୍ର ନାଥ, ଭୁବନେଶ୍ୱରର ସୁରେଶ ବେହେରା, ଅନୁଷ୍କା ଆଚାର୍ଯ୍ୟ ଓ ଦେବାଶିଷ ସେନାପତି। ମୁଖ୍ୟମନ୍ତ୍ରୀ ଦୁଇଜଣ ହିତାଧିକାରୀଙ୍କୁ ତିନିଚକିଆ ଗାଡ଼ି ଓ ଦୁଇଜଣ ଛାତ୍ରୀଛାତ୍ରଙ୍କୁ ଲାପଟପ୍‌ ପ୍ରଦାନ କରିଥିଲେ। ସମ୍ବଲପୁର ଜିଲାକୁ ଭିନ୍ନକ୍ଷମ କଲ୍ୟାଣ କ୍ଷେତ୍ରରେ ଉଲ୍ଲେଖନୀୟ କାମ ପାଇଁ ‘ବେଷ୍ଟ ପରଫର୍ମିଂ ଡିଷ୍ଟ୍ରିକ୍ଟ’ ଭାବେ ପୁରସ୍କୃତ କରାଯାଇଥିଲା। ପୁରସ୍କାର ବାବଦରେ ୫୦,୦୦୦ଟଙ୍କା ଓ ସ୍ମାରକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଭିନ୍ନକ୍ଷମମାନଙ୍କ ଦ୍ୱାରା ଆୟୋଜିତ ଫଟୋ ପ୍ରଦର୍ଶନୀ ଏବଂ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ଏଥିସହିତ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ଓ୍ବେବ୍‌ପୋର୍ଟାଲ୍‌ ଓ ମୋବାଇଲ୍‌ ଆପ୍‌କୁ ଲୋକାର୍ପଣ କରିଥିଲେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ, ବର୍ତ୍ତମାନ ରାଜ୍ୟରେ ୯ ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କାର୍ଯ୍ୟ କରୁଛି। ଖୁବ୍‌ଶୀଘ୍ର ଆଉ କେତେକ ଜିଲାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଭାସ୍କର ଶର୍ମା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri