ଭିତ୍ତିଭୂମି ଅବ୍ୟବସ୍ଥା, ଖୋଲାରେ ପଡ଼ିରହିଛି ଧାନ

ବାସୁଦେବପୁର, ୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲାର ବାସୁଦେବପୁର କୃଷିପ୍ରଧାନ ବ୍ଲକ। ବ୍ଲକରେ ମୋଟ ୩୪ ଶହ ହେକ୍ଟର ଚାଷଜମିରୁ ୩୨ ଶହ ହେକ୍ଟର ଜମିରେ ଧାନ ଚାଷ ଚଳିତ ଖରିଫ ଋତୁରେ ହୋଇଥିଲା। ଚାଷୀମାନଙ୍କର ବଳକା ଧାନକୁ ସମବାୟ ସମିତି ମାଧ୍ୟମରେ ବିକ୍ରି ଉଦ୍ଦେଶ୍ୟରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ବିଭିନ୍ନ ସମିତି ଓ ସମବାୟ ବିଭାଗରେ ବୈଷୟିକ ତ୍ରୁଟି ଏବଂ ମିଲରଙ୍କ ଅସହଯୋଗ ମନୋଭାବ ଯୋଗୁ ଚାଷୀମାନେ ଠିକ୍‌ ଭାବେ ଧାନ ମଣ୍ଡିରେ ବିକି ପାରୁ ନାହାନ୍ତି। ସେହିପରି ଭିତ୍ତିଭୂମି ଅବ୍ୟବସ୍ଥା ପାଇଁ ଖୋଲା ଆକାଶ ତଳେ ଧାନବସ୍ତା ପଡ଼ି ରହିଛି।
ପ୍ରକାଶ ଯେ, ଏହି ବ୍ଲକରେ ଚାଷୀଙ୍କଠାରୁ ଧାନ କ୍ରୟ ସକାଶେ ଚଳିତବର୍ଷ ୨୨ଟି ସମିତି ମଧ୍ୟରୁ ୨୦ ସମିତି ଅନୁମତି ପାଇଛନ୍ତି। ପ୍ରଥମଥର କରି ଚୂଡ଼ାମଣି ପଞ୍ଚାୟତସ୍ତରୀୟ ମହିଳା ମହାସଂଘ, ଶାଶୁଭୁଆସୁଣୀ ମହିଳା ମହାସଂଘ ମାଧ୍ୟମରେ ଚୂଡ଼ାମଣି ଓ ଶାଶୁଭୁଆସୁଣୀ ପଞ୍ଚାୟତରେ ଧାନକ୍ରୟ ଆରମ୍ଭ ହୋଇଛି। ବିଭିନ୍ନ ସେବା ସମବାୟ ସମିତିରେ ଭିତ୍ତିଭୂମିର ଅଭାବ ହେତୁ ଚାଷୀମାନଙ୍କ ଧାନ ଖୋଲାରେ ଅସୁରକ୍ଷିତ ଭାବେ ପଡ଼ିରହିଛି। ଗୋଦାମ ନ ଥିବାରୁ ଏଭଳି ସମସ୍ୟା ଉପୁଜିଛି। ସମିତିଗୁଡ଼ିକରୁ ଧାନ କ୍ରୟ ନିମନ୍ତେ ଅନୁବନ୍ଧିତ ହୋଇଥିବା ଜିଲା ଓ ଜିଲା ବାହାରର ମିଲରମାନେ ଠିକ୍‌ ସମୟରେ କିଣୁ ନ ଥିବା ସହିତ ସମିତିକୁ ଧାନବୁରା ଦେଉ ନ ଥିବାରୁ ଧାନକିଣାରେ ମନ୍ଥରତା ଦେଖାଦେଇଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁସାରେ, ବିରସ ସମିତିରେ ୮୨୨ ଚାଷୀଙ୍କ ମଧ୍ୟରୁ ୭୪୫ ଜଣଙ୍କୁ ଧାନ ବିକ୍ରି ପାଇଁ ଅନୁମତି ଆସିଛି। ୨୩ ହଜାର ୫ ଶହ କୁଇଣ୍ଟାଲ ଧାନ କିଣା ସକାଶେ ଧାର୍ଯ୍ୟ ଥିବାବେଳେ ୨୩ ହଜାର ଧାନକ୍ରୟ ହୋଇଛି। ବାଲିମେଦ ସମିତିରେ ୧୨୦୮ ଚାଷୀ ପଞ୍ଜୀକୃତ ହୋଇଥିବାବେଳେ ୪ ଶହ ଚାଷୀ ଟୋକନ ଜେନେରେଟ୍‌ ପାଇଁ ପଠାଯାଇଛି। ବର୍ତ୍ତମାନ ସୁଦ୍ଧା ୨୦ ହଜାର କୁଇଣ୍ଟାଲ ଧାନ କିଣା ସରିଛି। ମା’ କାଳୀ ସମିତିରେ ୪୧୬ ଚାଷୀଙ୍କ ମଧ୍ୟରୁ ୩୫୬ ଜଣଙ୍କୁ ଅନୁମତି ମିଳିଛି। ୯ ହଜାର କୁଇଣ୍ଟାଲ ଧାନକ୍ରୟ ଧାର୍ଯ୍ୟ ଥିବାବେଳେ ୪ ହଜାର କୁଇଣ୍ଟାଲ କ୍ରୟ ହୋଇଛି। ବାସୁଦେବପୁର ଓ ସୁରେଶ୍ୱରପୁର ସମିତିରେ ୫୭୭ ଚାଷୀଙ୍କ ମଧ୍ୟରୁ ୫୧୯ ଜଣଙ୍କୁ ଅନୁମତି ମିଳିଛି। ଧାର୍ଯ୍ୟ ୯ ହଜାର ୮ ଶହ କୁଇଣ୍ଟାଲରୁ ୬ ହଜାର କୁଇଣ୍ଟାଲ ଧାନ କିଣା ଯାଇଛି। ସେହିପରି ବରଣ୍ଡୁଆ ସମିତିରୁ ୨୦ରୁ ଊର୍ଦ୍ଧ୍ୱ ଚାଷୀ ଧାନ ଦେବା ପାଇଁ ଟୋକନ ପାଇଥିଲେ ମଧ୍ୟ ସେମାନଙ୍କ ନାମ ବୈଷୟିକ ତ୍ରୁଟି ଯୋଗୁ କଟିଯାଇଛି। ଫଳରେ ଚାଷୀମାନେ ପ୍ରାୟ ୮ଶହ କୁଇଣ୍ଟାଲ ଧାନ ବିକ୍ରି କରି ନ ପାରି ଗତ ୩ ଦିନ ତଳେ ସମିତିରେ ତାଲା ପକାଇଥିଲେ। ଅନ୍ୟ ସମିତିରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଉଛି। ଏହି ସମସ୍ୟା ସମ୍ପର୍କରେ ଏଆର୍‌ସିଏସ୍‌ ଅମୂଲ୍ୟ ସେଠୀଙ୍କୁ ପଚାରିବାରୁ କହିଛନ୍ତି, ଧାନକିଣା ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ସମବାୟ ବିଭାଗ ଉଦ୍ୟମ ଜାରି ରଖିଛି। ଧାନକ୍ରୟ କ୍ଷେତ୍ରରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି। ପ୍ରଶାସନିକ ସ୍ତରରେ ମିଲରମାନଙ୍କୁ ମଧ୍ୟ ଏ ଦିଗରେ ତାଗିଦ୍‌ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଯୋଗାସନ ପ୍ରତିଯୋଗୀତା ପାଇଁ ୭ ମନୋନୀତ

ଦିଗପହଣ୍ଡି,୧୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ୨ ଦିନିଆ ରାଜ୍ୟସ୍ତରୀୟ ବାଳିକା ଯୋଗାସନ...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

ଗଞ୍ଜାମର ୪୧ ଡିଗ୍ରୀ କଲେଜକୁ ଅର୍ଥ ଅନୁମୋଦନ

ଭଞ୍ଜନଗର,୧୨ା୧୨(ବାବୁଲା ପ୍ରଧାନ): କଲେଜ ପଢୁଆ ଛାତ୍ରୀମାନଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ବଢ଼ିବା ଲକ୍ଷ୍ୟ ନେଇ ସରକାର ସେମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଏହିଭଳି...

ଦାୟିତ୍ୱ ନେଲେ ନବନିର୍ବାଚିତ ଅଧ୍ୟକ୍ଷା, ନୂଆ ରୂପରେଖ ନେଇ କହିଲେ…

କୁନ୍ଦୁରା,୧୨ା୧୨(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପନିର୍ବାଚନରେ ସ୍ବାଧୀନ ଭାବେ ବିଜୟୀ ହୋଇ ଦାୟିତ୍ୱ ନେଲେ ବନିତା କାନ୍ଦଲିଆ। ବହୁ ବାଦବିବାଦ...

ଆହୁରି ୨ଦିନ ପ୍ରବଳ ଶୀତ: ଆଜି ୯ ଜିଲାକୁ ଓ୍ୱାର୍ନିଂ

ଭୁବନେଶ୍ୱର,୧୨।୧୨: ଆହୁରି ୨ ଦିନ ଯାଏ ଶୀତ ଲହରି ଜାରି ରହିବ। ଉତ୍ତର-ପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି...

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଶ୍ମଶାନ ଘାଟ

ପୁରୁଷୋତ୍ତମପୁର,୧୨ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମୃତଦେହ ଦାହ କରିବା ଓ କ୍ରିୟାକର୍ମ କରିବା ସହ ମୃତବ୍ୟକ୍ତିଙ୍କ ଅସ୍ଥି ରଖିବା ଲୋକଙ୍କ ଲାଗି ସମସ୍ୟା ପାଲଟିଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri