ଭିଡ଼, ଜରିମାନାକୁ ଦୂରେଇବ ଫାଷ୍ଟାଗ୍‌ ବ୍ୟବସ୍ଥା

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ):

ସାରା ଦେଶର ଜାତୀୟ ରାଜପଥଗୁଡ଼ିକରେ ଥିବା ଟୋଲ୍‌ଗେଟରେ ରବିବାରଠାରୁ ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ ହୋଇଛି। ଓଡ଼ିଶା ଦେଇ ଯାଇଥିବା ଜାତୀୟ ରାଜପଥରେ ୧୧ଟି ଟୋଲ୍‌ ଗେଟ୍‌ରେ ଫାଷ୍ଟାଗ୍‌ ବ୍ୟବସ୍ଥା ଲାଗୁ ସହ ପୂର୍ବପରି ମାନୁଆଲ୍‌ ବ୍ୟବସ୍ଥା ମଧ୍ୟ ଚାଲୁ ରହିଛି। ସୋମବାର ଭୁବନେଶ୍ୱର- ପୁରୀ ଏନ୍‌ଏଚ୍‌-୩୧୬ର ପାଟ୍ଟଶାଣୀପୁର (ପିପିଲି) ଟୋଲଗେଟ୍‌ ଦେଇ ଯାତାୟତ କରୁଥିବା ଚାଳକଙ୍କ ସୁବିଧା ଅସୁବିଧାକୁ ଧରିତ୍ରୀ ଅନୁଧ୍ୟାନ କରିଥିଲା। ପିପିଲି ଟୋଲ୍‌ଗେଟ୍‌ ଦେଇ ପ୍ରତିଦିନ ୧୫ ହଜାରରୁ ଊର୍ଦ୍ଧ୍ୱ ଯାନବାହନ ଚଳାଚଳ କରୁଛି। ପୁରୀକୁ ଯିବା ଆସିବା ଲାଗି ଉଭୟ ପାର୍ଶ୍ୱରେ ୮ଟି ଲେନ କରାଯାଇଛି। ଗୋଟିଏ ପାର୍ଶ୍ୱରେ ଥିବା ୪ଟି ଲେନ ମଧ୍ୟରୁ ୨ଟି ଫାଷ୍ଟାଗ, ଗୋଟିଏ କ୍ୟାଶ ଏବଂ ଅନ୍ୟଟି ଭିଭିଆଇପିଙ୍କ ନିମନ୍ତେ ଉଦ୍ଦିଷ୍ଟ। ମାତ୍ର ୧୫ ପ୍ରତିଶତ ଲୋକ ବର୍ତ୍ତମାନ ଫାଷ୍ଟାଗ ବ୍ୟବହାର କରୁଥିବାରୁ କ୍ୟାଶ୍‌ ଲେନ୍‌ରେ ଭିଡ ଲାଗୁଛି। ଜନସାଧାରଣ ସଚେତନ ହେବା ସହ ୫୦ ପ୍ରତିଶତ ଲୋକ ଫାଷ୍ଟାଗ ବ୍ୟବହାର କରିବା ପରେ ଆଉ ଟୋଲରେ ଭିଡ଼ ଦେଖିବାକୁ ମିଳିବନି ବୋଲି ପିପିଲି ଟୋଲ୍‌ଗେଟ୍‌ର ପରିଚାଳକ ନକୁଳ ଚନ୍ଦ୍ର ଦାସ କହିଛନ୍ତି।
ଦୁଇଗୁଣା ଜରିମାନା ଭରିବାକୁ ପଡ଼ିବ
ଫାଷ୍ଟାଗ ବ୍ୟବସ୍ଥା ନ ଥିବା ଯାନଗୁଡ଼ିକ କ୍ୟାଶ୍‌ ଲେନ୍‌ରେ ଯିବାକୁ ପଡ଼ିବ। ଯଦି ଫାଷ୍ଟାଗ ଲେନ୍‌ରେ ବେନିୟମ ଭାବେ ଗାଡ଼ି ପ୍ରବେଶ କରେ ତେବେ ଦୁଇଗୁଣା ଜରିମାନା ଭରିବାକୁ ପଡ଼ିବ। ଏହି ନିୟମକୁ ଏନ୍‌ଏଚ୍‌ଏଆଇ ତରଫରୁ ଲାଗୁ କରାଯାଇଥିବା ବେଳେ ଆଗକୁ ଏହା କଡ଼ାକଡ଼ି ଭାବେ ପାଳନ କରାଯିବ। ଗତ ରବିବାର ପୁରୀ -ଭୁବନେଶ୍ୱର ରାସ୍ତାରେ ଥିବା ଟୋଲଗେଟ୍‌ଗୁଡ଼ିକରେ ଭିଡ ରହିଥିଲା। ଏକାଧିକ ଗାଡ଼ିଚାଳକ ତୁରନ୍ତ ଟୋଲଗେଟ ଅତିକ୍ରମ କରିବା ନିମନ୍ତେ ଫାଷ୍ଟାଗ ଗେଟରେ ଜବରଦସ୍ତ ପ୍ରବେଶ କରିଥିଲେ। ଏଥିଯୋଗୁ ୧୦ରୁ ଊର୍ଦ୍ଧ୍ୱ ଗାଡ଼ିକୁ ଜରିମାନା ଦେବାକୁ ପଡ଼ିଥିଲା। ତେବେ ପରେ ଏହି ନିୟମକୁ କୋହଳ କରାଯାଇଛି। ଏବେ ଫାଷ୍ଟାଗ ବ୍ୟବହାର ନେଇ ସଚେତନତା ସୃଷ୍ଟି କରାଯାଉଛି। ତେଣୁ ପରବର୍ତ୍ତୀ ସମୟରେ ଜରିମାନା ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ଟୋଲଗେଟ୍‌ ପରିଚାଳକ ଦାସ କହିଛନ୍ତି।
ଏହା ଅତି
ସୁନ୍ଦର ବ୍ୟବସ୍ଥା
ଏ ନେଇ ପୁରୀ ଟାଉନ ଅଞ୍ଚଳର ସୁନୀଲ କୁମାର ସିଂ କୁହନ୍ତି, ମାସକୁ ପ୍ରାୟ ୧୫ ଥର ପୁରୀରୁ କାର୍‌ ଯୋଗେ ଭୁବନେଶ୍ୱର ଓ କଟକ ଯିବା ଆସିବା କରୁଛି। ଏଥିସହ ଅନ୍ୟ ମାଲବାହୀ ଗାଡ଼ିଗୁଡ଼ିକର ମାସିକ ପାସ୍‌ ରହିଛି। ମାତ୍ର କାର୍‌ ବା ମାଲବାହୀ ଗାଡ଼ିର ରେଜିଷ୍ଟ୍ରେଶନ ନମ୍ବର ଏବଂ କୌଣସି ସରକାରୀ ପରିଚୟ ପତ୍ର ଦେଲେ ତାହା ୫ ମିନିଟରେ ଫାଷ୍ଟାଗ ଅନ୍ତର୍ଭୁକ୍ତ ହୋଇଯାଉଛି। ମାସିକ ପାସ ଥିବା ଯାନଗୁଡିକ ଅତି ସହଜରେ ଏହାର ଅନ୍ତର୍ଭୁକ୍ତ କରାଯାଇପାରୁଛି। ଏହା ଏକ ଅତି ସୁନ୍ଦର ବ୍ୟବସ୍ଥା, ପ୍ରତ୍ୟେକ ଚାଳକ ଏହାକୁ ବ୍ୟବହାର କରି ଏହାର ବିଭିନ୍ନ ସୁବିଧାର ଫାଇଦା ନେଇପାରିବେ।
ଫାଷ୍ଟାଗ ଅନ୍ତର୍ଭୁକ୍ତ
ହେବା ସହଜ

ବିଭିନ୍ନ ଟୋଲ୍‌ଗେଟରେ ପେଟିଏମ୍‌, ଏୟାରଟେଲ ଓ ବ୍ୟାଙ୍କର ଏଜେଣ୍ଟମାନେ ମାଗଣାରେ ଅନ୍‌ଲାଇନ ଜରିଆରେ ୧୦ ମିନିଟରେ ଫାଷ୍ଟାଗ କାର୍ଡ ପ୍ରଦାନ କରୁଛନ୍ତି। ଏଥିସହ ୧୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଫାଷ୍ଟାଗ୍‌ ସେବା ଉପଲବ୍ଧ ହେଉଛି। ସେହିପରି ଅନଲାଇନ ଜରିଆରେ ମଧ୍ୟ ଏହି ସେବା ଉପଲବ୍ଧ ରହୁଛି। ଅନଲାଇନ ଜରିଆରେ ବ୍ୟକ୍ତି ବିଶେଷଙ୍କ ଆକାଉଣ୍ଟ ରହିଥିବା ବ୍ୟାଙ୍କର ଫାଷ୍ଟାଗ ସେବା ଆପ୍‌କୁ ଖୋଲିବା ପରେ ପ୍ରଥମେ ଫିଙ୍ଗର ପ୍ରିଣ୍ଟ ଦେବାକୁ ପଡ଼ିବ। ଏହା ପରେ ଯାନର ରେଜିଷ୍ଟ୍ରେଶନ ନମ୍ବର ସହ ଆଧାର ବା ପ୍ୟାନ ନମ୍ବରକୁ ଲିଙ୍କ କରିବାକୁ ହେବ। ଏହା ପରେ ଏକ ଫାଷ୍ଟାଗ ଓ୍ବାଲେଟ ଖୋଲିବା ସହ ଆପଣଙ୍କ କାର ଆଗରେ ଫାଷ୍ଟାଗ ଷ୍ଟିକରକୁ ଲଗାଯାଇଥାଏ। ଆପଣଙ୍କ ଯାନ ବା କାର ଟୋଲ ଗେଟ୍‌ ପାର ହେବାବେଳେ ଫାଷ୍ଟାଗ ଷ୍ଟିକର ଉପରେ ଥିବା ବାର୍‌ କୋଡ୍‌କୁ ସେଠାରେ ଲାଗିଥିବା ଲେଜର ଲାଇଟ ସ୍କାନର ସ୍କାନ କରିବା ପରେ ଆପଣଙ୍କ ଓ୍ବାଲେଟ ଟଙ୍କା କଟିବ। ଓ୍ବାଲେଟରୁ ଟଙ୍କା ସରିବା ପରେ ଆପଣ ପୁଣି ସେଥିରେ ଆବଶ୍ୟକ ମୁତାବକ ଟଙ୍କା ଭରି ପାରିବେ ବୋଲି ଏୟାରଟେଲ ମନି ଓ୍ବାଲେଟ କର୍ମଚାରୀ ସିଦ୍ଧନାଥ ରାଉତ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri