ଭିଜିଲାନ୍ସ ଜାଲରେ ୯ ଆଇଏଏସ୍‌, ୨୨୭ ଓଏଏସ୍‌

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ତଳୁ ଉପର ଯାଏ ଦୁର୍ନୀତି ଖୁନ୍ଦି ହୋଇ ରହିଛି। କେବଳ ତଳିଆ କର୍ମଚାରୀ ଯେ ହାତଗୁଞ୍ଜା ନେଉଛନ୍ତି ତାହା ନୁହେଁ, ବଡ଼ ବାବୁମାନେ ମଧ୍ୟ ଦୁର୍ନୀତିରୁ ଦୂରରେ ନାହାନ୍ତି। ବିଜେଡି ସରକାର ପ୍ରଶାସନିକ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଆସୁଥିବା କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ କିନ୍ତୁ ଫଳ ଓଲଟା। ବାବୁମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩-ଟି କିମ୍ବା ୫-ଟିକୁ ମଧ୍ୟ ଖାତିର କରୁନାହାନ୍ତି। ୨୦୧୦ ଜାନୁୟାରୀରୁ ୨୦୧୯ ଜୁନ୍‌ ୩୦ ତାରିଖ ମଧ୍ୟରେ ଦୁର୍ନୀତି ଅଭିଯୋଗରେ ୨୩୬ ଜଣ ବାବୁଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରେ ୯ ଜଣ ଆଇଏଏସ୍‌ ଅଫିସର ଥିବା ବେଳେ ୨୨୭ ଜଣ ଓଏଏସ୍‌ ଅଫିସର ଅଛନ୍ତି। ଏହି ୯ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ୧୧ଟି ମାମଲ ରୁଜୁ କରାଯାଇଛି। ସେଥିରୁ ୬ଟି କେସ୍‌ର ଚାର୍ଜଶିଟ୍‌ ଭିଜିଲାନ୍ସ ଦାଖଲ କରିଥିବା ବେଳେ ୪ଟିର ତଦନ୍ତ ଜାରି ରହିଛି ଏବଂ ଜଣଙ୍କ ବିରୋଧରେ ଚୂଡ଼ାନ୍ତ ରିପୋର୍ଟ ଉପସ୍ଥାପନ କରାଯାଇଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନ ନଂ.୬୦୫ର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ତଥ୍ୟରୁ ଏ କଥା ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୦୧୦ ମେ ୧୧ ତାରିଖରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ତତ୍କାଳୀନ ମତ୍ସ୍ୟ ଓ ପ୍ରାଣୀସମ୍ପଦ ନିର୍ଦ୍ଦେଶକ ବଷ୍ଣୁପଦ ସେଠୀଙ୍କ ନାମରେ ଭିଜିଲାନ୍ସ ମାମଲା ରୁଜୁ କରିଥିଲା। ତେବେ ଇତିମଧ୍ୟରେ ୮ ବର୍ଷ ବିତିଯାଇଥିଲେ ସୁଦ୍ଧା ସେହି ମାମଲାର କୌଣସି ଅଗ୍ରଗତି ହୋଇପାରିନାହିଁ। ସେହିପରି ଭିଜିଲାନ୍ସ ୨୦୧୦ ଜୁନ୍‌ ୩୦ ତାରିଖରେ ଆଇଏଏସ୍‌ ଅଫିସର ଶ୍ରୀକାନ୍ତ ପୃଷ୍ଟି, ୨୦୧୦ ସେପ୍ଟେମ୍ବର ୨୯ ତାରିଖରେ ରବୀନ୍ଦ୍ର ନାଥ ଦାଶ, ୨୦୧୦ ସେପ୍ଟେମ୍ବର ୩୦ରେ ଅମ୍ବିକା ପ୍ରସାଦ ମିଶ୍ର, ୨୦୧୧ ଫେବୃୟାରୀ ୨୪ ତାରିଖରେ ଅଲେଖ ଚନ୍ଦ୍ର ପଢିଆରୀ, ୨୦୧୧ ଓ ୨୦୧୫ରେ ବିନୋଦ କୁମାର, ୨୦୧୨ ଡିସେମ୍ବର ୨୮ ତାରିଖରେ ସଞ୍ଜୀବ ରାୟ, ୨୦୧୪ ସେପ୍ଟେମ୍ବର ୩୦ ତାରିଖରେ ଦେବରାଜ ମିଶ୍ର ଏବଂ ୨୦୧୭ ଫେବୃୟାରୀ ୧୬ ଏବଂ ଏପ୍ରିଲ ୩ ତାରିଖରେ ପାର୍ଥସାରଥି ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ: ବାପ–ପୁଅ ଗିରଫ

ଭୁବନେଶ୍ୱର, ୭।୭: ରାଜଧାନୀ ଭୁବନେଶ୍ୱରରେ ବ୍ରାଉନସୁଗାର କାରବାର ବିରୋଧରେ ଅବକାରୀ ବିଭାଗ ବଡ଼ ସଫଳତା ପାଇଛି। ଦାମୀ ଗାଡ଼ିରେ ବ୍ରାଉନସୁଗାର ଚାଲାଣ କରୁଥିବା ଅଭିଯୋଗରେ ବାପ–ପୁଅଙ୍କୁ ଗିରଫ…

ଗଛରେ ଝୁଲୁଛି କଲରା ପତରିଆ ବାଘର ମୃତଦେହ, ସ୍ଥାନୀୟ ଲୋକେ….

କବିସୂର୍ଯ୍ୟନଗର,୭।୭(କୃପାସିନ୍ଧୁ ସ୍ବାଇଁ):  ଗଞ୍ଜାମ କବିସୂର୍ଯ୍ୟନଗର ଜରଡ଼ ପାହଡ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଲରା ପତରିଆ ବାଘକୁ ହତ୍ୟା ପରେ କେହି ନିମ୍ବ…

ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ: ଭାରତ ଯୋଗାଇବ ଇଣ୍ଡୋନେସିଆକୁ ସେହି ଅସ୍ତ୍ର, ଯାହା ପାକିସ୍ତାନକୁ ଥରାଇ ଦିଏ…

ନୂଆଦିଲ୍ଲୀ,୭।୭: ଭାରତ-ଇଣ୍ଡୋନେସିଆ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ଚୂଡ଼ାନ୍ତ ହୋଇଛି। ଭାରତ ମଙ୍ଗଳବାର ଇଣ୍ଡୋନେସିଆକୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଯୋଗାଇ ଦେବା ନେଇ ଚୁକ୍ତି ସ୍ବାକ୍ଷର କରିଛି।…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

ଆଳି ବ୍ରାହ୍ମଣୀ ନଦୀରେ ଭାସୁଛି ବିରାଟକାୟ କୁମ୍ଭୀର, ଆତଙ୍କିତ ସ୍ଥାନୀୟ ଲୋକେ

ପଟ୍ଟାମୁଣ୍ଡାଇ,୭।୭(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଆଳି ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀର ପତ୍ରପୁର ସେତୁ ନିକଟରେ ଏକ ବିରାଟକାୟ ବଉଳା କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି…

ଝିଅ ଘରୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ, ସିଧା ଗଛରେ…

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାର ପଡ଼ା ବ୍ଲକ ତେଲ ନଦୀର ବଢ଼ି ପାଣିରେ ଭାସି ମଙ୍ଗଳବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ…

ପାଣିରେ ବୁଡ଼ିଗଲେ ସ୍ବପ୍ନେଶ୍ୱର ମହାଦେବ, ତଥାପି ଚାଲିଛି ପୂଜାର୍ଚ୍ଚନା

କଟକ,୭।୭: ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ଗତ ଦିନ ହେଲା ଜିଲାର ବିଭିନ୍ନ ନଦୀରେ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳିସ୍ଥିତିରେ କଟକ…

ସାଧୁପଡାରୁ ବିଦେଶୀ ମଦ ଦୋକାନ ଉଠାଇବା ଦାବିରେ ଅଣ୍ଟା ଭିଡିଲେ ମହିଳା, ରାସ୍ତାରୋକୋ କରି….

ପାଟଣା,୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ସାଧୁପଡ଼ା ଗ୍ରାମରେ ମଦ ଦୋକାନ ଉଚ୍ଛେଦକୁ ନେଇ ମହିଳାମାନେ ରାସ୍ତାରୋକୋ କରିଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri