ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ

ଫୁଲବାଣୀ ଅଫିସ/ବାଲିଗୁଡ଼ା/କୋଟଗଡ଼(ଡି.ଏନ୍‌.ଏ.)୨୪ା୧୨-କନ୍ଧମାଳ ଜିଲା ବାଲିଗୁଡ଼ା ପୂର୍ତ୍ତ ବିଭାଗ ଆକାଉଣ୍ଟାଣ୍ଟ ଭିନିତ୍‌ ପ୍ରସାଦ ଶ୍ରୀବାସ୍ତବ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ପୁରୁଣା ବିଲ୍‌ ପାସ୍‌ କରାଇ ଦେବାପାଇଁ ଜଣେ ଠିକାଦାରଙ୍କଠାରୁ ସେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ କର୍ମଚାରୀ ତାଙ୍କୁ କାବୁ କରିଛନ୍ତି।
୨୦୧୭-୧୮ ଆର୍ଥିକ ବର୍ଷରେ ଠିିକାଦାର ପ୍ରଦୀପ କୁମାର ନାୟକ ରାଜସ୍ବ ବିଭାଗର କର୍ମଚାରୀ ବାସଗୃହ(କ୍ୱାର୍ଟର୍ସ) ନିର୍ମାଣ କାମ କରିଥିଲେ। ଦେଢ଼ କୋଟି ଟଙ୍କାର ଏହି କାମର କ୍ୱାଲିଟି ସାର୍ଟିଫିକେଟ ବାବଦରେ ପ୍ରଦୀପ ଏକ ଲକ୍ଷ ଟଙ୍କା ପାଇବାର ଥିଲା। ଉକ୍ତ ଟଙ୍କାର ବିଲ୍‌ କରିଦେବା ପାଇଁ ଆକାଉଣ୍ଟାଣ୍ଟ ଶ୍ରୀବାସ୍ତବ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ପ୍ରଦୀପ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ପ୍ରକାରେ ସୋମବାର ଆକାଉଣ୍ଟାଣ୍ଟ ଶ୍ରୀବାସ୍ତବଙ୍କୁ ପ୍ରଦୀପ ୫ହଜାର ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ କର୍ମଚାରୀମାନେ ଚଢ଼ାଉ କରି ଉକ୍ତ ଟଙ୍କା ଜବତ କରିବା ସହ ଆକାଉଣ୍ଟାଣ୍ଟଙ୍କୁ ଗିରଫ କରିଥିଲେ। ମଙ୍ଗଳବାର ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଭିଜିଲାନ୍ସ ଡିଏସ୍‌ପି ରବିକାନ୍ତ ସୁନା ପ୍ରକାଶ କରିଛନ୍ତି। ଏ ନେଇ ନଂ.୩୫/୧୯ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସଭା ନିର୍ବାଚନ: ନବୀନଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ବିଜେଡିର ୪ ପ୍ରାର୍ଥୀ

ଭୁବନେଶ୍ୱର, ୧୧।୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡିର ୪ ପ୍ରାର୍ଥୀ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭା ସଚିବାଳୟ ପରିସରରେ ରାଜ୍ୟ ସଭା ରିଟର୍ନିଂ...

ନଦୀରେ ବୁଡ଼ିଗଲେ ୨ ଭାଇ

ଡେଲାଙ୍ଗ,୧୭।୯(ଡି.ଏନ୍‌.ଏ.): ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଧାନକେରା ପଞ୍ଚାୟତ ନାଗଣ ଗ୍ରାମ ନିକଟ ଲୁଣା ନଦୀରେ ୨ ଶିଶୁପୁତ୍ର...

ଚୁଡ଼ା,ମୁଢ଼ି ଉପରେ ଜିଏସଟିକୁ ବିରୋଧ, ଗ୍ରାହକଙ୍କ ଉପରେ ପ୍ରଭାବ ପଡ଼ିବ ନାହିଁ କହିଲେ ମନ୍ତ୍ରୀ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଓଡ଼ିଶାର ଲୋକେ ଚୁଡ଼ା, ମୁଢ଼ିକୁ ସକାଳେ ସନ୍ଧ୍ୟାରେ ଜଳଖିଆ ଭାବେ ବ୍ୟବହାର କରନ୍ତି। ତେଣୁ ସେସବୁରେ ଜିଏସ୍‌ଟି ଲାଗିବା ପ୍ରସଙ୍ଗ ସୋମବାର ବିଧାନସଭା ଶୂନ୍ୟକାଳରେ...

ପିତ୍ତଳହଣ୍ଡା କାରିଗରଙ୍କ ମୃତ୍ୟୁ ଘଟଣା: ଚିକିତ୍ସାରେ ଅବହେଳା ଅଭିଯୋଗ

ଖଣ୍ଡପଡ଼ା,୩୦ା୫(ସ୍ବ.ପ୍ର.): ଭୁବନେଶ୍ୱରସ୍ଥିତ କିମ୍‌ସରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଗତ କିଛିଦିନ ତଳେ ହୋଇଥିବା ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ସେ ହେଉଛନ୍ତି ଖଣ୍ଡପଡ଼ା...

ପରଲୋକରେ ବରିଷ୍ଠ ଖବରଦାତା ଅଜିତ ମହାନ୍ତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଆଉ ନାହାନ୍ତି ବରିଷ୍ଠ ଖବରଦାତା ଅଜିତ ମହାନ୍ତି। ରବିବାର ମଧ୍ୟାହ୍ନରେ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ...

ଶିକ୍ଷକଙ୍କ ମାଡ଼ରେ ୫ ଛାତ୍ର ଲହୁଲୁହାଣ

ନରସିଂହପୁର,୧୧ା୭ (ସ୍ବ.ପ୍ର.): ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳଭାବେ ଘୋଷଣା କରିଛନ୍ତି। ଏହାସତ୍ତ୍ୱେ କେତେଜଣ ଶିକ୍ଷକ ନିୟମ ଉଲ୍ଲଂଘନ କରି ପିଲାଙ୍କୁ ମାଡ଼ ମାରୁଛନ୍ତି। କଟକ...

ଯୁକ୍ତ ୩ ନାମଲେଖା ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର, ୯ା୯(ବ୍ୟୁରୋ): ରାଜ୍ୟର ସମସ୍ତ ଯୁକ୍ତ୩ ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ ଓ ସଂସ୍କୃତ କଲେଜଗୁଡ଼ିକରେ ନାମଲେଖା ପାଇଁ ମଙ୍ଗଳବାରଠାରୁ ଆବେଦନ ଆରମ୍ଭ ହୋଇଛି।...

ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ

ଭୁବନେଶ୍ବର, ୩୦।୪: ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ। ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତର ୨୪ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ୨୨କୋଟି...

Advertisement
Archives

Model This Week