Advertisement

ଭିଜିଲାନ୍ସ ଜାଲରେ କୋଟିପତି ରେଞ୍ଜର

ଭବାନୀପାଟଣା,୨୧।୧୨(ସ୍ବ.ପ୍ର.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କେଗାଁ ରେଞ୍ଜର କେଶବ ମାଝି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳେ କେସିଙ୍ଗା ଓମ ନଗରପଡାସ୍ଥିତ ବାସ ଭବନ, କେଗାଁ ସରକାରୀ କାର୍ଯ୍ୟାଳୟ, କ୍ୱାର୍ଟର ଓ ବ୍ରାହ୍ମଣୀର ପୈତୃକ ଘରେ ଏକକାଳିନ କୋରାପୁଟ ଓ କଳାହାଣ୍ଡି ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି।
ଚଢ଼ାଉ ସମୟରେ ରେଞ୍ଜର ମାଝି ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ବ୍ୟାଙ୍କରେ ଖାତା ରହିବା ସହିତ ନଗଦ ୨ ଲକ୍ଷ ୭୮ ହଜାର ୬୪୦ ଟଙ୍କା ଜମା, ବ୍ୟାଙ୍କ ଓ ବୀମାରେ ୩୩ ଲକ୍ଷ ଟଙ୍କା ଜମା ଥିବା, ୨୦୨୦ରେ କେସିଙ୍ଗା ଓମ ନଗର ପଡ଼ାରେ ନିର୍ମିତ ୩ ମହଲା କୋଠା ଯାହାର ଦାମ ୧ କୋଟି ୧୮ ଲକ୍ଷରୁ ଊଦ୍ଧର୍‌ବ, କେସିଙ୍ଗା ସହର ଆଖପାଖରେ ୪ଟି ପ୍ଲଟ ରହିଥିବା ଜଣାପଡିଛି। ପ୍ଲଟଗୁଡିକ ହେଲା କେସିଙ୍ଗା ବ୍ରାହ୍ମଣୀରେ ୧ ଏକର.୬୬ ଡିସମିଲ ଓ ୧ ଏକର ୩୬ ଡିସମିଲ, କେସିଙ୍ଗା ସହରରେ ୧୧ ଡିସମିଲ, ବୋରିଙ୍ଗ ପଦରରେ ୬୨ ଡିସମିଲର ପ୍ଲଟ ରହିଥିବା ସୂଚନା ମିଳିଛି। ସେହିପରି ୪୭୭ ଗ୍ରାମ ସୁନା ଅଳଙ୍କାର, ୩୨୦ ଗ୍ରାମ ରୁପା, ୨ଟି ଚାରିଚକିଆ ଯାନ, ବୁଲେଟ ଆଦି ବହୁ ସାମଗ୍ରୀ ଠାବ ହୋଇଥିବା ଜଣାପଡିଛି। ଯାହାର ଆନୁମାନିକ ମୂଲ୍ୟ ୨.୪୫ କୋଟି ବୋଲି ସୂଚନା ମିଳିଛି। ଚଢ଼ାଉରେ ମାଲକାନଗିରି ଡିଏସ୍‌ପି ସୁଶାନ୍ତ ବିଶ୍ୱାଳ, ଭବାନୀପାଟଣା ଡିଏସ୍‌ପି ସଦାନନ୍ଦ ପାଣି, ନବରଙ୍ଗପୁର ଡିଏସ୍‌ପି କଳାବତୀ ବାଗ, ଇନ୍ସପେକ୍ଟର ସାବିତ୍ରୀ ପ୍ରଧାନ, ପ୍ରମିଳା ସୁନା, ଆଲୋକ ମହାପାତ୍ର ପ୍ରମୁଖ ୧୨ଜଣିଆ ଟିମ୍‌ ସାମିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁରଟ ଫେରନ୍ତା ଅଧା ରାସ୍ତାରେ ଓହ୍ଲାଇ ପଳାଉଥିଲେ, ଅଟକାଇଲେ ଲୋକେ

ଭଦ୍ରକ ଅଫିସ,୪ା୫: ସୁରଟରୁ ଫେରୁଥିବା ବେଳେ ଅଧା ରାସ୍ତାରେ ଗାଡ଼ିରୁ ଓହ୍ଲାଇ ପଳାଉଥିଲେ। ଜଣେ ନୁହଁ କି ଦୁଇଜଣ ନୁହେଁ। ୨୨ରୁ ଅଧିକ ଲୋକ ଖସି...

ବିପଦରେ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ,୨୫ା୧୨(ଡି.ଏନ.ଏ.):  ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଲଲିତଗିରି ସଂଲଗ୍ନ ପାରାଭାଡ଼ି ପାହାଡ଼ ପ୍ରାଚୀନ ବୌଦ୍ଧସ୍ତୂପ ପାଇଁ ବେଶ ପରିଚୟ ସୃଷ୍ଟି କରିଛି। ମାତ୍ର ରାଜ୍ୟ ସରକାର ଏହି...

ଗ୍ରାମରେ ଚଢ଼ାଉ ବେଳେ ପୋଲିସ ହଟହଟା: ୨ ଅଫିସରଙ୍କ ସହ ୧୦ ପୋଲିସ ୫ଘଣ୍ଟା ଅଟକ

ଗୋପ,୭ା୮(ଡି.ଏନ୍‌.ଏ.)- ଗୋପ ଥାନା ପୋଲିସ ଗଁା ବିବାଦକୁ ନେଇ ବୀରତୁଙ୍ଗ ପଞ୍ଚାୟତ ଅଧୀନ ରେଢୁଆ ଗ୍ରାମକୁ ଚଢ଼ାଉ କରିବାକୁ ଯାଇ ହଟହଟା ହୋଇଛି। ବିନା ମାମଲାରେ...

୩୯ ବର୍ଷ ପରେ ଟିଟିଲାଗଡ଼କୁ ମନ୍ତ୍ରୀ ପଦ

ଟିଟିଲାଗଡ଼,୩୦ା୫ (ଡି.ଏନ.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ବୁଧବାର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

କରୋନା ଭୟ: ଗାଁ ଜଗିଛନ୍ତି ଚାନ୍ଦିପୋଷର ଚାନ୍ଦମଣି

ରାଉରକେଲା ଅଫିସ, ୧ା ୪ – ଆଦିବାସୀ ବହୁଳ ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଏରଗେଡା ବାସିନ୍ଦା ଚାନ୍ଦମଣି ସାଣ୍ଡିଲ। ଚାଷୀ ପରିବାରର ଏହି...

ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କଲେ ତହସିଲଦାର

ଶେରଗଡ଼,୨୫।୭(ଡି.ଏନ.ଏ.): ଗଞ୍ଜାମ ଜିଲାର ଶେରଗଡ଼ ତହସିଲଦାର ଗୁରୁବାର ଦିନ କୁଲାଗଡ଼ ସେକ୍ଟର ଓ ମହୁପଦର ସେକ୍ଟରରେ ଥେିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକୁ ଅଚାନକ ପରିଦର୍ଶନ କରିଛନ୍ତି।...

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଭୁଲ୍‌ ତଥ୍ୟ ଦେବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା

କର୍ଲାମୁଣ୍ଡା,୨୩ା୬(ଡି.ଏନ୍‌.ଏ.): ବାସହୀନଙ୍କ ପାଇଁ ଘର ଯୋଗାଇବା ଉଦ୍ଦେଶ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କରୁଥିଲେ ହେଁ ସରକାରୀ ଅଧିକାରୀମାନଙ୍କ ଆନ୍ତରିକତା ଅଭାବରୁ...

ଆଖି ବୁଜିଲେ ପେଟ ବାହାରେ ପାକସ୍ଥଳୀ ଥିବା ଶିଶୁ

ବରଗଡ଼ ଅଫିସ,୨୦।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପେଟ ବାହାରେ ପାକସ୍ଥଳୀ ରହିଥିବା ଅବସ୍ଥାରେ ଜନ୍ମ ନେଇଥିବା ନବଜାତ ଶିଶୁପୁତ୍ରଙ୍କ ଶନିବାର ସକାଳୁ...

Advertisement
Archives

Model This Week