ଭାରତ ସପକ୍ଷରେ ବ୍ରିଟେନ କୋର୍ଟ ରାୟ: ପାକିସ୍ତାନର ନୁହେଁ ନିଜାମଙ୍କ ସମ୍ପତ୍ତି

ଲଣ୍ଡନ,୩ା୧୦(ପି.ଟି.): ହାଇଦ୍ରାବାଦର ନିଜାମଙ୍କ ସମ୍ପତ୍ତି ଉପରେ ପାକିସ୍ତାନର ଦାବିକୁ ବ୍ରିଟେନ ହାଇକୋର୍ଟ ବୁଧବାର ଅଗ୍ରାହ୍ୟ କରିଦେଇଛନ୍ତି। ବହୁ ଦଶନ୍ଧି ଧରି ଲାଗି ରହିଥିବା ଏହି ବିବାଦର ରାୟ ଭାରତ ସପକ୍ଷରେ ଯାଇଛି। ୧୯୪୭ରେ ଦେଶ ବିଭାଜନ ବେଳେ ନିଜାମଙ୍କର ବିପୁଳ ପାଣ୍ଠି ଓ ଲଣ୍ଡନ ବ୍ୟାଙ୍କ ଆକାଉଣ୍ଟରେ ଥିବା ଜମାରାଶି ଉପରେ ପାକିସ୍ତାନ ଦାବି କରିଆସୁଥିଲା। ବ୍ରିଟେନର ନେଟଓ୍ବେଷ୍ଟ ବ୍ୟାଙ୍କରେ ନିଜାମଙ୍କର ପାଖାପାଖି ୩୫ ନିୟୁତ ପାଉଣ୍ଡ ଜମା ରହିଛି। ଏହି ଆଇନଗତ ଲଢ଼େଇରେ ଭାରତ ସରକାରଙ୍କ ସହ ନିଜାମଙ୍କ ବଂଶଧର ଯୁବରାଜ ମୁକାରାମ ଜାହ ଓ ତାଙ୍କ ସାନଭାଇ ମୁଫକରାମ ହାତ ମିଳାଇଥିଲେ। ଲଣ୍ଡନ ରୟାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ର ବିଚାରପତି ମାର୍କସ୍‌ ସ୍ମିଥ୍‌ ତାଙ୍କ ରାୟରେ କହିଥିଲେ ସପ୍ତମ ନିଜାମଙ୍କ ସମ୍ପତ୍ତିର ହକ୍‌ଦାର ଯୁବରାଜ ଓ ଭାରତ। ଫରେନ୍‌ ଆକ୍ଟ ଅଫ ଷ୍ଟେଟ୍‌ ଡକ୍ଟ୍ରିନ୍‌ କାରଣରୁ ପାକିସ୍ତାନର ଦାବି ଯଥାର୍ଥ ନୁହେଁ।
ହାଇଦ୍ରାବାଦର ତତ୍କାଳୀନ ନିଜାମଙ୍କର ୧,୦୦୭,୯୪୦ ପାଉଣ୍ଡ ୯ ସିଲିଂ ନବଗଠିତ ପାକିସ୍ତାନର ବ୍ରିଟେନରେ ଥିବା ହାଇକମିଶନରଙ୍କ ପାଖକୁ ଟ୍ରାନ୍ସଫର ହୋଇଥିଲା, ଯାହାକୁ ନେଇ ବିବାଦ ଲାଗି ରହିଛି। ଏବେ ଉକ୍ତ ଅର୍ଥରାଶି ପରିମାଣ ୩୫ ନିୟୁତ ପାଉଣ୍ଡରେ ପହଞ୍ଚତ୍ଲାଣି। ଭାରତ ସମର୍ଥନ କରୁଥିବା ନିଜାମଙ୍କ ବଂଶଧର ଉକ୍ତ ଜମାରାଶି ସେମାନଙ୍କର ବୋଲି ଦାବି କରିଥିବାବେଳେ ପାକିସ୍ତାନ ଏହା ଉପରେ ନିଜର ଅଧିକାର ସାବ୍ୟସ୍ତ କରୁଥିଲା। ୧୯୪୮ରୁ ଲାଗି ରହିଥିବା ଏହି ବିବାଦର ଏକପ୍ରକାର ସମାଧାନ ହୋଇଯାଇଛି। ପାଣ୍ଠି ଉପରେ ଅଷ୍ଟମ ନିଜାମର ଅଧିକାର ରହିଥିବା କୋର୍ଟ କହିଛନ୍ତି। ବିବାଦ ଆରମ୍ଭ ହେବା ବେଳେ ଯୁବରାଜ ଶିଶୁ ଥିଲେ। ଏବେ ସେ ୮୦ ବର୍ଷରେ ପହଞ୍ଚତ୍ଥିବାବେଳେ ରାୟ ତାଙ୍କ ସପକ୍ଷରେ ଯାଇଥିବା ଓକିଲ ପଲ୍‌ ହଓ୍ବେିଟ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

ଭଞ୍ଜନଗର ବ୍ଲକ ଓଷ୍ଟାର ନୂତନ କର୍ମକର୍ତ୍ତା ମନୋନୀତ: ଜାଣନ୍ତୁ ସେମାନେ ସବୁ କିଏ…

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପିଏମଶ୍ରୀ ୟୁ. ବି. ହାଇସ୍କୁଲଠାରେ ବ୍ଲକର ଓଷ୍ଟା ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଦିଲ୍ଲୀପ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri