Posted inଖେଳ

ଭାରତ ବିପକ୍ଷ ପ୍ରଥମ ଟେଷ୍ଟ: ମ୍ୟାଟ୍‌ ହେନ୍‌ରୀଙ୍କୁ ଡକରା

ଓ୍ବେଲିଂଟନ,୧୯।୨- ଆସନ୍ତା ୨୧ ତାରିଖରେ ଭାରତ ବିପକ୍ଷରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ ଲାଗି ନ୍ୟୁଜିଲାଣ୍ଡ ଦଳ ପେସର ମ୍ୟାଟ ହେନ୍‌ରୀଙ୍କୁ ଡକରା ଦେଇଛି। ତାଙ୍କୁ ନିଲ ଓ୍ବାଗନରଙ୍କ ବଦଳ ଖେଳାଳି ଭାବେ ଦଳରେ ସାମିଲ କରାଯିବ। ଓ୍ବାଗନର ପ୍ରଥମ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ତାଙ୍କ ଅନୁପସ୍ଥିତିରେ ନ୍ୟୁଜିଲାଣ୍ଡ ଦଳରେ ଟ୍ରେଣ୍ଟ ବୋଲ୍ଟ ଓ ଟିମ ସୌଦିଙ୍କ ଭଳି ସିନିୟର ପେସରଙ୍କ ଉପରେ ଗୁରୁଦାୟିତ୍ୱ ରହିବ। ବାମହାତୀ ପେସର ଓ୍ବଗନରଙ୍କ ରେକର୍ଡ ଟେଷ୍ଟରେ ଉଲ୍ଲେଖନୀୟ ରହିଛି। ସେ ୪୭ ମ୍ୟାଚ୍‌ରେ ୨୬.୩୩ ହାରରେ ୨୦୪ ଉଇକେଟ ନେଇଛନ୍ତି। ଓ୍ବାଗନର ଓ୍ବେଲିଂଟନ ଟେଷ୍ଟରେ ଦଳ ସହ ଯୋଗଦେବେ ନାହିଁ। କାରଣ ସେ ଓ ତାଙ୍କ ପତ୍ନୀ ପ୍ରଥମ ସନ୍ତାନର ଜନ୍ମକୁ ଅପେକ୍ଷା କରିଛନ୍ତି। ସେ ଟାଉରଙ୍ଗଠାରେ ଅଛନ୍ତି। ତାଙ୍କ ବଦଳରେ ହେନ୍‌ରୀ ଦଳରେ ଯୋଗଦେବେ ବୋଲି ବ୍ଲାକ କ୍ୟାପ୍ସ ପକ୍ଷରୁ ଟୁଇଟ୍‌ କରାଯାଇଛି। ହେନରୀ ନ୍ୟୁଜିଲାଣ୍ଡ ପକ୍ଷରୁ ୧୨ ଟେଷ୍ଟ ଓ ୫୨ ଦିନିକିଆ ଖେଳିସାରିଛନ୍ତି। ତାଙ୍କ ବାଦ୍‌ କାଇଲ ଜମିସନଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବାର ସମ୍ଭାବନା ରହିଛି। ସେ ଏପର୍ଯ୍ୟନ୍ତ କ୍ରିକେଟର ଲମ୍ବା ଫର୍ମାଟରେ ପର୍ଦାପଣ କରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିବ୍ୟାଙ୍ଗ ବାଳକଙ୍କ ପାଖକୁ ବ୍ୟାଟ୍‌ ପଠାଇଲେ ସଚିନ ତେନ୍ଦୁଲକର

ରାୟପୁର, ୧୯।୧: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଛତିଶଗଡ଼ର ବସ୍ତର ଜିଲାର ଜଣେ ୧୨ ବର୍ଷ ବୟସ୍କ ଦିବ୍ୟାଙ୍ଗ ବାଳକଙ୍କ ପାଖକୁ ବ୍ୟାଟ୍‌ ପଠାଇଛନ୍ତି। ସେ...

ଇଂଲଣ୍ଡ ବିଶ୍ୱକପ୍‌ ଦଳରେ ୫ ଅଣବ୍ରିଟିଶ୍‌ ଖେଳାଳି

ଲଣ୍ଡନ,୨୭।୫- ଆସନ୍ତା ୩୦ ତାରିଖଠାରୁ ଆଇସିସି ବିଶ୍ୱକପ୍‌ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍‌ ଲାଗି ଫେଭରାଇଟ ଗଣାଯାଉଥିବା ଇଂଲଣ୍ଡ ଦଳରେ ଅଣ ବ୍ରିଟିଶ୍‌ ଖେଳାଳି...

ଧୋନୀଙ୍କୁ ମନେପକାଇଲେ ପାକିସ୍ତାନ କ୍ରିକେଟରଙ୍କ ସ୍ତ୍ରୀ

କରାଚି,୨୨।୧୦: ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ ସରଫରାଜ ଅହମ୍ମଦଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ ପଦରୁ ବହିଷ୍କାର...

କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର

କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ପରିବାର ସଦସ୍ୟଙ୍କ ବିୟୋଗ ଯୋଗୁ ଟେଷ୍ଟ ପଦାର୍ପଣରୁ ବଞ୍ଚିତ ହେଲେ ଏହି ବ୍ୟାଟ୍ସମ୍ୟାନ

ସାଉଥାମ୍ପଟନ, ୧୧।୮: ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ପୂର୍ବରୁ ଷ୍ଟାର୍‌ କ୍ରିକେଟର୍‌ ବେନ୍‌ ଷ୍ଟୋକ୍ସ...

ଆଜି କ୍ରିକେଟକୁ ଅଲ୍‌ବିଦା କରିଥିଲେ ସଚିନ

ନୂଆଦିଲ୍ଲୀ,୧୬।୧୧- କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଅନ୍ତର୍ଜାତୀୟ କ୍ରିକେଟର କ୍ୟାରିୟରର ଅନ୍ତିମ ଦିନର ବ୍ୟାଟିଂ ଦେଖିବା ପାଇଁ ୨୦୧୩, ନଭେମ୍ବର ୧୬ ତାରିଖ ତଥା ଆଜିର...

ରଣଜୀ ଟ୍ରଫି: ଦେବାଶିଷଙ୍କ ଶତକରେ ଓଡ଼ିଶା ୪୩୬

କଟକ ଅଫିସ,୧୪ା୨- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଝାଡ଼ଖଣ୍ଡ ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଓଡ଼ିଶା ପ୍ରଥମ ଇନିଂସରେ ୪୩୬ରନ କରିଛି। ଯୁବ ପ୍ରତିଭା ଦେବାଶିଷ...

ବକ୍ସିଂ ଡେ ଟେଷ୍ଟ: ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ, ନ୍ୟୁଜିଲାଣ୍ଡର ସଂଘର୍ଷ ଜାରି

ମେଲବୋର୍ନ,୨୮।୧୨(ଏଏଫ୍‌ପି)- ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ବୃହତ୍‌ ଅଗ୍ରଣୀ ହାସଲ କରିବା ସହ...

Coronavirus Update


Archives

Model This Week

Why Dharitri