Posted inଖେଳ

ଭାରତ ବିପକ୍ଷ ଟେଷ୍ଟ ସିରିଜ: ନ୍ୟୁଜିଲାଣ୍ଡ ଦଳକୁ ବୋଲ୍ଟଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବେଲିଂଟନ,୧୭।୨: ଆଗାମୀ ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଏକ ୧୩ ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ ଆଘାତ ସମସ୍ୟାରୁ ସୁସ୍ଥ ହୋଇ ଏହି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ହାତ ଭାଙ୍ଗିଯାଇଥିବା କାରଣରୁ ବୋଲ୍ଟ ବେଶ୍‌ କିଛି ଦିନ କ୍ରିକେଟରୁ ଦୂରେଇ ରହିଥିଲେ। ଗତ ଡିସେମ୍ବରରେ ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ଖେଳିବା ଅବସରରେ ବୋଲ୍ଟଙ୍କ ଡାହାଣହାତ ଭାଙ୍ଗି ଯାଇଥିଲା। ଶୁକ୍ରବାରଠାରୁ ଓ୍ବେଲିଂଟନର ରିଜର୍ଭ ବେସନ୍‌ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ସେ ଫିଟ୍‌ ଘୋଷିତ ହୋଇଛନ୍ତି।
ଓପନର ଜିତ ରାଭାଲ, ସ୍ପିନ୍‌ ବୋଲିଂ ଅଲରାଉଣ୍ଡର ମିଚେଲ ସାଣ୍ଟନର ଓ ଦ୍ରୁତ ବୋଲର ମ୍ୟାଟ୍‌ ହେନେରୀଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଗତ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆଠାରୁ ନ୍ୟୁଜିଲାଣ୍ଡ ୩-୦ରେ ପରାସ୍ତ ହୋଇ ହ୍ବାଇଟ୍‌ଓ୍ବାଶ୍‌ର ସମ୍ମୁଖୀନ ହୋଇଥିଲା। ଫଳରେ ଚୟନକର୍ତ୍ତାମାନେ ଦଳରେ ଅଦଳବଦଳ କରିଛନ୍ତି। ବାମହାତୀ ସ୍ପିନର ଅଜାଜ ପଟେଲ, ଅକଲାଣ୍ଡ ଦ୍ରୁତ ବୋଲର କାଏଲ ଜେମିଶନଙ୍କୁ ଏହି ଦଳରେ ସାମିଲ କରାଯାଇଛି। ମୁମ୍ବାଇ ଜନ୍ମିତ ଅଜାଜ ଗତ ଅଗଷ୍ଟରେ ଶେଷଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଖେଳିଥିଲେ। ଏକମାତ୍ର ସ୍ପିନର ଭାବେ ଅଜାଜ ଦଳରେ ସ୍ଥାନ ପାଇଛନ୍ତି। ପ୍ରଦର୍ଶନରେ ସ୍ଥିରତା ବଜାୟ ରଖିଥିବାରୁ ଇଶ୍‌ ସୋଧିଙ୍କ ବଦଳରେ ଅଜାଜଙ୍କୁ ଚୟନକର୍ତ୍ତାମାନେ ଅଧିକ ଭରସା କରିଛନ୍ତି।
ବୋଲ୍ଟଙ୍କ ପ୍ରତ୍ୟାବର୍ତ୍ତନରେ ଦଳ ଆହୁରି ଶକ୍ତିଶାଳୀ ହେବ ବୋଲି କୋଚ୍‌ ଗ୍ୟାରୀ ଷ୍ଟେଡ କହିଛନ୍ତି। ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଜେମିଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଟେଷ୍ଟ ଦଳରେ ସ୍ଥାନ ହାସଲ କରିଛନ୍ତି। ବୋଲ୍ଟ, ଟିମ୍‌ ସୌଦି ଓ ନିଲ ଓ୍ବାଗନରଙ୍କୁ ନେଇ ଗଠିତ ନ୍ୟୁଜିଲାଣ୍ଡ ଦ୍ରୁତ ବୋଲିଂ ବିଭାଗ ବେଶ୍‌ ଶକ୍ତିଶାଳୀ ମନେହେଉଛି। ରାଭାଲଙ୍କ ବଦଳରେ ଦଳରେ ସ୍ଥାନ ପାଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ଟମ୍‌ ବ୍ଲଣ୍ଡେଲ ଟପ୍‌ ଅର୍ଡରରେ ବ୍ୟାଟିଂ କରିବେ। ନ୍ୟୁଜିଲାଣ୍ଡ ରଗ୍‌ବୀ ୟୁନିୟନ ଖେଳାଳି ତଥା କୋଚ୍‌ ଜନ୍‌ ମିଚେଲଙ୍କ ପୁଅ ଅଲରାଉଣ୍ଡର ଡାରିଲ ମିଚେଲଙ୍କୁ ମଧ୍ୟ ସୁଯୋଗ ଦିଆଯାଇଛି। ଓ୍ବେଲିଂଟନରେ ଟେଲର କ୍ୟାରିୟରର ୧୦୦ତମ ଟେଷ୍ଟ ଖେଳିବେ। ଫଳରେ ବ୍ରେଣ୍ଡନ ମ୍ୟାକଲମ, ଡାନିଏଲ ଭିଟ୍ଟୋରୀ ଓ ଷ୍ଟିଫେନ ଫ୍ଲେମିଂଙ୍କୁ ନେଇ ଗଠିତ ଏଲିଟ୍‌ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଟେଲର ବିଶ୍ୱର ପ୍ରଥମ କ୍ରିକେଟର ଭାବେ ୩ଟି ଯାକ ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳି ରେକର୍ଡ କରିବାକୁ ଯାଉଛନ୍ତି।
ନ୍ୟୁଜିଲାଣ୍ଟ ଦଳ: କେନ୍‌ ଓ୍ବିଲିୟମସନ (ଅଧିନାୟକ), ଟମ୍‌ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, କଲିନ ଡି ଗ୍ରାଣ୍ଡହୋମ, କାଏଲ ଜେମିଶନ, ଟମ୍‌ ଲଥାମ, ଡାରିଲ ମିଚେଲ, ହେନେରୀ ନିକୋଲ୍ସ, ଅଜାଜ ପଟେଲ, ଟିମ୍‌ ସୌଦି, ରସ୍‌ ଟେଲର, ନିଲ ଓ୍ବାଗନର ଓ ବିଜେ ଓ୍ବାଟଲିଂ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri