Posted inଖେଳ

ଭାରତ ବିପକ୍ଷରେ ବାଂଲାଦେଶ ପ୍ରଥମ ଟି୨୦ ବିଜୟ

ନୂଆଦିଲ୍ଲୀ,୪।୧୧(ପି.ଟି.)- ଭାରତ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ବାଂଲାଦେଶ ୩ଟି ବଲ୍‌ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି। ସ୍ଥାନୀୟ ଅରୁଣ ଜେଟ୍‌ଲୀ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ୬ ଉଇକେଟ ହରାଇ ୧୪୮ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲlଦେଶ ୧୯.୩ ଓଭରରେ ୩ ଉଇକେଟ ହରାଇ ୧୫୪ ରନକରି ମ୍ୟାଚ୍‌ ହାତେଇ ନେଇଛି। ଏଥିସହିତ ଭାରତ ବିପକ୍ଷରେ ବାଂଲାଦେଶ ଟି୨୦ ଫର୍ମାଟରେ ପ୍ରଥମ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିଛି। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ବାଂଲାଦେଶ ୧-୦ରେ ଅଗ୍ରଣୀ ହାସଲ କରିଛି। ୬୦ ରନର ଅପରାଜିତ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ଏଠାରେ ଦେଖା ଦେଇଥିବା ଅତ୍ୟଧିକ ବାୟୁ ପ୍ରଦୂଷଣ ମ୍ୟାଚ୍‌ ଆୟୋଜନରେ ପ୍ରଭାବ ପକାଇପାରି ନ ଥିଲା।
୧୪୯ ରନ ଟାର୍ଗେଟ ପିଛା କରି ବାଂଲାଦେଶ ଓପନର ଲିଟନ ଦାସଙ୍କୁ ହରାଇ ଆରମ୍ଭରୁ ଝଟ୍‌କା ଖାଇଥିଲା। ସେ ମାତ୍ର ୭ ରନକରି ଦୀପକ ଚହରଙ୍କ ବଲ୍‌ରେ କଭର ପଏଣ୍ଟରେ ରାହୁଲଙ୍କୁ କ୍ୟାଚ୍‌ ଦେଇଥିଲେ। ସେହିପରି ନବାଗତ ବ୍ୟାଟ୍ସମ୍ୟାନ ମହମ୍ମଦ ନଇମ ୨୮ ବଲରୁ ୨ ଚୌକା ଓ ୧ ଛକା ସହ ୨୬ ରନ କରିଥିବାବେଳେ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ବଲ୍‌ରେ ଲଙ୍ଗ୍‌ଅନ୍‌ରେ ଶିଖର ଧାଓ୍ବନଙ୍କୁ କ୍ୟାଚ ଦେଇଥିଲେ। ତୃତୀୟ ଉଇକେଟରେ ସୌମ୍ୟ ସରକାର ଓ ମୁସ୍‌ଫିକର ରହିମ ୬୦ ରନ ସଂଗ୍ରହ କରିଥିଲେ। ସରକାର ୩୫ ବଲରୁ ୧ ଚୌକା ଓ ୨ ଛକା ସହ ୩୯ ରନ କରିଥିବା ବେଳେ ଖଲିଲ ଅହମ୍ମଦଙ୍କ ଦ୍ୱାର କ୍ଲିନ୍‌ ବୋଲ୍ଡ ହୋଇଥିଲେ। ମୁସଫିକର ରହିମ ୬୦ (୪୩ ବଲ, ୮ ଚୌକା, ୧ ଛକା) ରନ ଓ ମହମୁଦୁଲ୍ଲା ୧୫ ରନ କରି ଅପରାଜିତ ରହିବା ସହ ଦଳକୁ ବିଜୟୀ କରାଇଥିଲେ। ବୋଲିଂରେ ଭାରତ ତରଫରୁ ଚହର, ଖଲିଲ, ଚହଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପୂର୍ବରୁ ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଭାରତ ଆରମ୍ଭରୁ ଅଧିନାୟକ ତଥା ଓପନର ରୋହିତ ଶର୍ମାଙ୍କ ଉଇକେଟ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ନିୟମିତ ଅନ୍ତରରେ ଉଇକେଟ ହରାଇ ଭାରତ ବଡ଼ ସ୍କୋର ହାସଲ କରିବାରେ ସଫଳ ହୋଇ ପାରି ନ ଥିଲା। ୫ ବଲରୁ ୨ ଚୌକା ସହ ୯ ରନ କରିଥିବା ବେଳେ ରୋହିତ ସାଫିଉଲ ଇସ୍‌ଲାମଙ୍କ ଭିତରକୁ ଆସୁଥିବା ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ରୋହିତ ରିଭ୍ୟୁ ନେଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିଲା। ଲୋକେଶ ରାହୁଲ ୨ ଚୌକା ସହ ୧୭ଟି ବଲ୍‌ ଖେଳି ୧୫ ରନ କରିଥିବା ବେଳେ ଲେଗ୍‌ ସ୍ପିନର ଅମିନୁଲ ଇସ୍‌ଲାମଙ୍କ ବଲ୍‌ରେ ଶର୍ଟ କଭରରେ ମହମୁଦୁଲ୍ଲାଙ୍କୁ ଏକ ସହଜ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଯୁବ ମିଡଲଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଆୟାର ୧୩ଟି ବଲ୍‌ ଖେଳି ୧ ଚୌକା ଓ ୨ ଛକା ସହ ୨୨ ରନକରି ସ୍କୋରକୁ ଆଗେଇ ନେଉଥିବା ବେଳେ ଆଉଟ ହୋଇଥିଲେ। ଲମ୍ବା ଶଟ୍‌ ଖେଳିବାକୁ ଯାଇ ସେ ଲଙ୍ଗ୍‌ ଅଫ୍‌ରେ ମହମ୍ମଦ ନଇମଙ୍କୁ କ୍ୟାଚ୍‌ ଦେଇ ଅମିନୁଲଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାପରେ ପାଳି ପଡିଥିଲା ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କର। ସେ ୪୨ଟି ବଲ୍‌ ଖେଳି ୩ ଚୌକା ଓ ୧ ଛକା ମାରି ଦଳ ତରଫରୁ ସର୍ବାଧିକ ୪୧ ରନ କରି ପ୍ୟାଭିଲିୟନ ଫେରିଥିଲେ। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ସହ ଦ୍ୱିତୀୟ ରନ ନେବାକୁ ପ୍ରୟାସ କରିଥିଲେ। ତେବେ ଧାଓ୍ବନ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇଥିଲେ। ପଦାର୍ପଣ କରିଥିବା ମୁମ୍ବାଇ ଯୁବ ଅଲରାଉଣ୍ଡର ଶିବମ୍‌ ଦୁବେ କିନ୍ତୁ ବିଫଳ ହୋଇଥିଲେ। ସେ ମାତ୍ର ୧ ରନ କରିଥିବା ବେଳେ ଅଫ୍‌ ସ୍ପିନର ଅଫିଫ୍‌ ହୋସେନଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ। ଶେଷରେ ପନ୍ତ ୨୬ ବଲରୁ ୩ ଚୌକା ସହ ୨୭ ରନ କରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ଲମ୍ବା ଶଟ୍‌ ଖେଳିବାକୁ ଯାଇ ସେ ଆଉଟ୍‌ ହୋଇଥିଲେ। ସାଫିଉଲଙ୍କ ବଲରେ ସେ ଲଙ୍ଗଅନ୍‌ରେ ମହମ୍ମଦ ନଇମଙ୍କୁ ଏକ ସହଜ କ୍ୟାଚ ଦେଇଥିଲେ ଓ ଏଥିସହିତ ଭାରତ ଷଷ୍ଠ ଉଇକେଟ ହରାଇଥିଲା। ଏହାପରେ କ୍ରୁନାଲ ପାଣ୍ଡ୍ୟା ଓ ଓ୍ବାଶିଂଟନ ସୁନ୍ଦର ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ମାତ୍ର ୧୦ଟି ବଲରୁ ଏହି ଦୁଇ ବ୍ୟାଟ୍ସମ୍ୟାନ ସପ୍ତମ ଉଇକେଟ ଯୋଡିରେ ଅପରାଜିତ ୨୮ ରନ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। କ୍ରୁନାଲ ୮ ବଲରୁ ୧ ଚୌକା ଓ ୧ ଛକା ସହ ୧୫, ଓ୍ବାଶିଂଟନ ୫ଟି ବଲ୍‌ ଖେଳି ୨ ଛକା ସହ ୧୪ ରନ କରି ଅପରାଜିତ ରହିଥିଲେ। ବାଂଲଦେଶ ତରଫରୁ ୮ଜଣ ବୋଲର ବୋଲିଂ କରିଥିଲେ। ସଫିଉଲ ଓ ଅମିନୁଲ ୨ଟି ଲେଖାଏ, ଅଫିପ୍‌ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ଭାରତ ପାଇଁ ଶିବମ ଦୁବେ ଟି୨୦ ପଦାର୍ପଣ କରିଥିବା ବେଳେ ସ୍ପିନର ୟୁଜବେନ୍ଦ୍ର ଚହଲ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ବାଂଲାଦେଶ ତରଫରୁ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମହମ୍ମଦ ନଇମ ଟି୨୦ ପଦାର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶ୍ରୀମନ୍ଦିର ଖଣ୍ଡୋଲାଇଟ୍‌ ପଥରକୁ ନେଇ ସାଂଘାତିକ କଥା କହିଲେ ବବିଙ୍ଗ ଦାଦା: ଚର୍ଚ୍ଚାରେ..

ଯାଜପୁର ଟାଉନ,୧୨।୪(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ବାହାବଳପୁରରେ ନିର୍ମାଣ ହୋଇଥିବା ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଘର ଏବେ ଚର୍ଚ୍ଚାରେ। ଉକ୍ତ…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri