Posted inଖେଳ

ଭାରତ ପାଇଁ ସମ୍ମାନର ପ୍ରଶ୍ନ

ଭୁବନେଶ୍ୱର, ୧୪।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପରେ ଶୁକ୍ରବାର ଭାରତ ଓ ମରକ୍କୋ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଏହି ମ୍ୟାଚ ରାତି ୮ଟାରେ ଖେଳାଯିବ। ଭାରତ ଏହାର ପ୍ରଥମ ମ୍ୟାଚରେ ଗତ ମଙ୍ଗଳବାର ଆମେରିକାଠାରୁ ୦-୮ ଗୋଲରେ ହାରି ବ୍ୟାକ୍‌ଫୁଟରେ ରହିଛି। ଅନ୍ୟପକ୍ଷରେ ନିଜର ପଦାର୍ପଣ ମ୍ୟାଚରେ ଶକ୍ତିଶାଳୀ ବ୍ରାଜିଲକୁ କଡ଼ା ଟକ୍କର ଦେଇଥିଲା ଆଫ୍ରିକୀୟ ଦେଶ ମରକ୍କୋ। ଫଳରେ ବ୍ରାଜିଲ ମାତ୍ର ୧-୦ ଗୋଲରେ ବିଜୟୀ ହେବାକୁ ସକ୍ଷମ ହୋଇଥିଲା। ତେଣୁ ଆଗାମୀ ଭାରତ-ମରକ୍କୋ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି। ବିଶେଷ କରି ଲୋ ର଼୍ୟାଙ୍କପ୍ରାପ୍ତ ମରକ୍କୋକୁ ଭେଟୁଥିବାରୁ ଭାରତ ପାଇଁ ଏହି ମ୍ୟାଚ ସମ୍ମାନର ପ୍ରଶ୍ନ ହେବ।
ଆୟୋଜକ ଦେଶଭାବେ ଭାରତ ଏହି ଟୁର୍ନାମେଣ୍ଟରେ ପ୍ରଥମଥରପାଇଁ ଖେଳିବା ସୁଯୋଗ ପାଇଛି। ଅନ୍ୟପକ୍ଷରେ ମରକ୍କୋ ଆଫ୍ରିକାନ୍‌ କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ପ୍ରଭାବୀ ପ୍ରଦର୍ଶନ କରି ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିଛି। ବିଶ୍ୱକପ ଯୋଗ୍ୟତା ପଥରେ ଘାନା ପରି ଶକ୍ତିଶାଳୀ ଦଳକୁ ପେନାଲ୍ଟି ଶୁଟ୍‌ ଆଉଟରେ ପରାସ୍ତ କରିଥିଲା ମରକ୍କୋ। ତେଣୁ ଭାରତ ପାଇଁ ଆଗାମୀ ମ୍ୟାଚ ସହଜ ହେବନାହିଁ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଆମେରିକା ଖେଳାଳିଙ୍କ ଫିଟ୍‌ନେସ, ସ୍ପିଡ୍‌, ଟେକ୍ନିକ ଆଦି ସବୁ ବିଭାଗରେ ଭାରତୀୟ ଖେଳାଳିମାନେ ପଛରେ ପଡ଼ି ଯାଇଥିଲେ। ତେବେ ମରକ୍କୋ ବିପକ୍ଷରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଭାରତୀୟ କୋଚ୍‌ ଥୋମାସ ଡେନର୍ବି ଆଶା ରଖିଛନ୍ତି। ”ଆମକୁ ଲଢ଼େଇ କରିବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ“ ବୋଲି ଡେନର୍ବି କହିଛନ୍ତି। ଭାରତ ଏହାର ଶେଷ ଗ୍ରୁପ୍‌ ମ୍ୟାଚରେ ଟାଇଟଲ ଫେଭରାଇଟ ବ୍ରାଜିଲକୁ ଆଗାମୀ ୧୭ ତାରିଖରେ ଭେଟିବ। ତେଣୁ ମରକ୍କୋ ବିପକ୍ଷ ମ୍ୟାଚ ଜିତି ଦଳକୁ ମନୋବଳ ବଢ଼ାଇବାକୁ ପଡ଼ିବ। ଭାରତୀୟ ଖେଳାଳିଙ୍କ ନିକଟରେ ସ୍ପିଡ୍‌ ବଢ଼ାଇବାର କ୍ଷମତା ରହିଛି। ମାତ୍ର ଫୁଟବଲ ଖାଲି ରନିଂ କିମ୍ବା ସ୍ପ୍ରିଣ୍ଟ ଗେମ୍‌ ନୁହେଁ। ଉଚିତ ସମୟରେ ଠିକ୍‌ ନିଷ୍ପତ୍ତି ନେବା ବଡ଼କଥା ବୋଲି ଡେନର୍ବି କହିଛନ୍ତି।
ବ୍ରାଜିଲ ବିପକ୍ଷ ମ୍ୟାଚରେ ମରକ୍କୋ ଅଧିକାଂଶ ସମୟ ରକ୍ଷଣାତ୍ମକ ଖେଳିଥିଲା। ସେମାନେ କେବଳ ୪ଟି ଶଟ୍‌ ବ୍ରାଜିଲ ଗୋଲପୋଷ୍ଟକୁ ଟାର୍ଗେଟ କରି ପାରିଥିଲେ। ବ୍ରାଜିଲ ଫରଓ୍ବାର୍ଡମାନେ ଅନେକ ସହଜ ସୁଯୋଗ ହାତଛଡ଼ା କରିଥିଲେ। ନଚେତ ଏହି ଦଳ ବଡ଼ ବ୍ୟବଧାନରେ ବିଜୟୀ ହୋଇଥାନ୍ତା। ମରକ୍କୋ ଗୋଲପୋଷ୍ଟକୁ ବ୍ରାଜିଲ ଖେଳାଳି ୧୭ ଶଟ୍‌ ଟାର୍ଗେଟ କରିଥିଲେ। ଚାପର ବଶବର୍ତ୍ତୀ ନହୋଇ ଭାରତ ଆଗାମୀ ମ୍ୟାଚରେ ସ୍ବାଭାବିକ ଖେଳ ଖେଳିବାର ଅଛି। ଏହା ହେଲେ ଯାଇ ଘରୋଇ ଦଳପାଇଁ ବିଜୟ ସୁଯୋଗ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri