Posted inଖେଳ

ଭାରତ ପାଇଁ ଟି୨୦ ଖେଳିବାକୁ ପ୍ରସ୍ତୁତ: ହରଭଜନ

ନୂଆଦିଲ୍ଲୀ,୨୫।୫: ପୂର୍ବତନ ଅଫ୍‌ ସ୍ପିନର ହରଭଜନ ସିଂ ପୁଣି ଥରେ ଭାରତ ପାଇଁ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଭାରତ ପାଇଁ ପୁଣି ଖେଳିବାକୁ ପ୍ରସ୍ତୁତ ଓ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଅଛି ବୋଲି ସେ କହିଛନ୍ତି। ଆସନ୍ତା ଜୁଲାଇରେ ସେ ୪୦ ବର୍ଷରେ ପଦାର୍ପଣ କରିବେ। ହରଭଜନ ୨୦୧୬ ଏସିଆ କପ୍‌ରେ ଶେଷଥର ଭାରତ ପାଇଁ ଖେଳିଥିଲେ। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରିପାରୁଛି। ଭାରତ ପାଇଁ ମଧ୍ୟ ଭଲ ପ୍ରଦର୍ଶନ କରିପାରିବି। ଆଇପିଏଲ ଏକ କଷ୍ଟକର ଟୁର୍ନାମେଣ୍ଟ। ଏହି ଟୁର୍ନାମେଣ୍ଟରେ ଅପେକ୍ଷାକୃତ ଛୋଟ ଗ୍ରାଉଣ୍ଡରେ ବିଶ୍ୱସ୍ତରୀୟ କ୍ରିକେଟରମାନଙ୍କ ସହ ଖେଳିବାକୁ ହୋଇଥାଏ। ବିଶ୍ୱର ବିଭିନ୍ନ ଦେଶର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ବୋଲିଂ କରିବା ଏକ ବଡ଼ ଚ୍ୟାଲେଞ୍ଜ। ତେଣୁ ଯଦି ଆଇପିଏଲରେ ଭଲ ପ୍ରଦର୍ଶନ କରୁଛି ତା’ହେଲେ ଅନ୍ତର୍ଜାତୀୟ ଟି୨୦ରେ ମଧ୍ୟ ଭଲ ପ୍ରଦର୍ଶନ କରିପାରିବ ବୋଲି ହରଭଜନ କହିଛନ୍ତି। ଆଇପିଏଲ୍‌ର ବିଭିନ୍ନ ମ୍ୟାଚ୍‌ର ପାଓ୍ବାର ପ୍ଲେ ମିଡିଲ ଓଭରରେ ଭଲ ବୋଲିଂ କରିବା ସହ ଉଇକେଟ ହାସଲ କରିବାରେ ସମର୍ଥ ହୋଇଛି। ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଆଇପିଏଲ ଖେଳିଛନ୍ତି। ଆଇପିଏଲ୍‌ରେ ଯୁଗ୍ମ ସର୍ବାଧିକ ଉଇକେଟକିପର ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ତାଙ୍କର ଇକୋନୋମି ରେଟ୍‌ ମଧ୍ୟ ସେତେ ଅଧିକ ନୁହଁ। ଆଇପିଏଲର ଗତ ୨୦୧୯ ସଂସ୍କରଣରେ ସେ ୧୧ଟି ମ୍ୟାଚ୍‌ ଖେଳି ୭.୦୯ ଇକୋନୋମି ରେଟ୍‌ରେ ୧୬ଟି ଉଇକେଟ ହାସଲ କରିଥିଲେ। ଆଇପିଏଲ୍‌ରେ ସେ ମୋଟ ଉପରେ ଏପର୍ଯ୍ୟନ୍ତ ୧୫୦ ଉଇକେଟ ହାସଲ କରିଛନ୍ତି। ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ସତ୍ତ୍ୱେ ଚୟନକର୍ତ୍ତାମାନେ ଅଣଦେଖା କରୁଛନ୍ତି ବୋଲି ହରଭଜନ ଅଭିଯୋଗ ଆଣିଛନ୍ତି। ବୁଢ଼ା ହୋଇଛି ବୋଲି ଚୟନକର୍ତ୍ତାମାନେ ଭାବୁଛନ୍ତି। ଘରୋଇ କ୍ରିକେଟ ଖେଳୁ ନ ଥିବାରୁ ଗତ ୪- ୫ ବର୍ଷ ହେବ ଚୟନକର୍ତ୍ତା ମୋତେ ବିଚାରକୁ ନେଉ ନାହାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri