Posted inଖେଳ

ଭାରତ- ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ: ଫୋକସ୍‌ରେ ପାଣ୍ଡ୍ୟା

ଧର୍ମଶାଳା,୧୨।୩ (ପି.ଟି.)- ଭାରତ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି। ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଗୁରୁବାର ଦୁଇ ଦଳ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ନ୍ୟୁଜିଲାଣ୍ଡ ଗସ୍ତର ବିଫଳତାକୁ ଭୁଲ ଭାରତ ଏକ ନୂଆ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସାରା ବିଶ୍ୱରେ କରୋନାଭାଇରସ ଆତଙ୍କ ଓ ବର୍ଷା ସମ୍ଭାବନା ମ୍ୟାଚ୍‌କୁ ପ୍ରଭାବିତ କରିବା ସମ୍ଭାବନା ରହିଛି। ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଇଞ୍ଜୁରିରୁ ପ୍ରତ୍ୟାବର୍ତ୍ତନ କରି ଦଳରେ ଯୋଗ ଦେଇଛନ୍ତି। ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ନ୍ୟୁଜିଲାଣ୍ଡ ବିପକ୍ଷ ଗତ ଦିନିକିଆ ସିରିଜରେ ଭାରତ ୩-୦ରେ ପରାସ୍ତ ହୋଇଥିଲା। ଏହି ପରାଜୟ ଗ୍ଳାନିକୁ ଭୁଲି ଭାରତୀୟ ଅଧିନାୟକ ବିରାଟ କୋହଲି ନିଶ୍ଚିତ ଭାବେ ପ୍ରୟାସ କରିବେ।
ମାଞ୍ଚେଷ୍ଟରରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱକପ୍‌ ସେମିଫାଇନାଲରେ ପାଣ୍ଡ୍ୟା ଶେଷଥର ପାଇଁ ଦିନିକିଆ ଖେଳିଥିଲେ। ସେହିପରି ଗତ ସପ୍ଟେମ୍ବର ମାସରେ ସେ ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷଥର ପାଇଁ ଟି୨୦ ମ୍ୟାଚ୍‌ ଖେଳିଥିଲେ। କିଛିଦିନ ତଳେ ଅନୁଷ୍ଠିତ ଡିୟାଇ ପାଟିଲ କର୍ପୋରେଟ କପ୍‌ରେ ଅଲରାଉଣ୍ଡ ପ୍ରଦର୍ଶନ କରି ପାଣ୍ଡ୍ୟା ନିଜର ଫର୍ମ ଓ ଫିଟ୍‌ନେସର ପ୍ରମାଣ ଦେବା ସହ ଜାତୀୟ ଦଳକୁ ଫେରିଥିଲେ। ଆଗକୁ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବାରୁ ଅଧିନାୟକ କୋହଲି ଓ କୋଚ୍‌ ରବି ଶାସ୍ତ୍ରୀ ଦିନିକିଆ ଫର୍ମାଟକୁ ଅଧିକ ପ୍ରଧାନ୍ୟ ଦେଉ ନ ଥିବା ଖୋଲାଖୋଲି ଭାବେ କହିଛନ୍ତି। ତେବେ ଅନଭିଜ୍ଞ ଦକ୍ଷିଣ ଆଫ୍ରିକା ଦଳଠାରୁ ଦିନିକିଆ ସିରିଜ ହାରିବାକୁ ଭାରତ ଚାହିଁବ ନାହିଁ। ଗତ ଦିନିକିଆ ସିରିଜରେ ଦକ୍ଷିଣ ଆଫ୍ରିକା ଘରୋଇ ପରିବେଶରେ ଅଷ୍ଟ୍ରେଲିଆକୁ ୩-୦ରେ ପରାସ୍ତ କରି କ୍ଲିନ୍‌ ସୁଇପ୍‌ କରିଥିଲା।
କ୍ରମାଗତ ଭାବେ ୫ଟି ଅନ୍ତର୍ଜାତୀୟ ମ୍ୟାଚ୍‌ (୩ ଦିନିକିଆ, ୨ ଟେଷ୍ଟ) ହାରିବା କୋହଲିଙ୍କ ପାଇଁ ଏକ ବଡ଼ ଦୁଃସ୍ବପ୍ନ ସାବ୍ୟସ୍ତ ହୋଇଛି। ଗତ ୬ ବର୍ଷ ମଧ୍ୟରେ ସେ ପ୍ରଥମଥର ପାଇଁ ଏଭଳି ଏକ ଅଲୋଡା ଖରାପ ସମୟ ଦେଇ ଗତି କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲି ମାତ୍ର ୭୫ ରନ ସଂଗ୍ରହ କରିଛନ୍ତି। ତାଙ୍କ ପ୍ରତିଭା ଓ ଦକ୍ଷତା ତୁଳନା ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହା କୋହଲିଙ୍କ ପାଇଁ ଅତ୍ୟନ୍ତ ନିମ୍ନମାନର ପ୍ରଦର୍ଶନ ସାବ୍ୟସ୍ତ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭଲ ପ୍ରଦର୍ଶନ କରି କୋହଲି ନିଜ ସମାଲୋଚକଙ୍କୁ ମଧ୍ୟ ଚୁପ୍‌ କରିବାକୁ ଚାହିଁବେ। ଚଳିତ କ୍ୟାଲେଣ୍ଡର ବର୍ଷରେ ଦିନିକିଆକୁ ଆମେ ଅଧିକ ଗୁରୁତ୍ୱ ଦେବୁ ନାହିଁ ବୋଲି କହିବା ପରେ ସମାଲୋଚକ ମାନେ ଆହୁରି ରୁକ୍ଷ ହୋଇଛନ୍ତି। ପାଣ୍ଡ୍ୟାଙ୍କ ସହିତ ଇଞ୍ଜୁରିରୁ ଫେରିଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନ ଓ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଭାରତୀୟ ଦଳକୁ ଆହୁରି ଶକ୍ତିଶାଳୀ କରିଛନ୍ତି। ଫଳରେ ଭାରତ କାଗଜ କଲମରେ ଫେଭରାଇଟ ମନେ ହେଉଛି। ଗତ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ଅବସରରେ ଧାଓ୍ବନ କାନ୍ଧରେ ଆଘାତର ପାଇଥିବା ବେଳେ ଭୁବନେଶ୍ୱର ସ୍ପୋଟର୍‌ସ ହାର୍ନିଆର ଆସ୍ତ୍ରୋପଚାର କରାଇଥିଲେ। ଏହି ୩ ଖେଳାଳି ନ୍ୟୁଜିଲାଣ୍ଡ ଗସ୍ତରେ ସାମିଲ ହୋଇ ନ ଥିଲେ।
ମନୀଷ ପାଣ୍ଡେଙ୍କୁ ୬ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ମିଳିପାରେ। କେଦାର ଯାଦବଙ୍କୁ ଶେଷରେ ଦଳରୁ ବାଦ୍‌ ଦିଆଯାଇଛି। କାଫ୍‌ ଇଞ୍ଜୁରି କାରଣରୁ ତାରକା ଓପନର ରୋହିତ ଦଳରୁ ବାଦ୍‌ ପଡିଛନ୍ତି। ତାଙ୍କ ଅନୁପସ୍ଥିତିରେ ଧାଓ୍ବନଙ୍କୁ ଗୁରୁଦାୟିତ୍ୱ ତୁଲାଇବାକୁ ହେବ। ନ୍ୟୁଜିଲାଣ୍ଡ ସିରିଜରେ ଦୁଇ ଭାରତୀୟ ଓପନର ସାଂଘାତିକ ଭାବେ ବିଫଳ ହୋଇଥିଲେ। ଭୁବନେଶ୍ୱରଙ୍କ ପ୍ରତ୍ୟାବର୍ତ୍ତନ ସ୍ଲଗ୍‌ ଓଭରରେ ଭାରତୀୟ ବୋଲିଂର ଗଭିରତା ବଢାଇବ। ଯୁବ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ସ୍ଲଗ୍‌ ଓଭରରେ ବିଫଳ ହୋଇଛନ୍ତି। ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଅବସରରେ କାନ୍ଧରେ ଆହତ ହେବା ଫଳରେ ଏହି ସିରିଜରୁ ବିଶ୍ରାମ ନେଇଛନ୍ତି। କୁଲଦୀପ ଯାଦଙ୍କୁ ଦଳରେ ସାମି ନ କରାଗଲେ ଦ୍ରୁତ ବୋଲରଙ୍କୁ ସୁହାଉଥିବା ଧର୍ମଶାଳା ପିଚ୍‌ରେ ରବୀନ୍ଦ୍ର ଜଡେଜା ଖେଳିବା ଆଶା କରାଯାଉଛି।
ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆ ବିପକ୍ଷରେ କ୍ଲିନ୍‌ ସୁଇପ୍‌ କରି ନିଜର ଆତ୍ମ ବିଶ୍ୱାସକୁ ଆହୁରି ଦୃଢ କରିଛି। ଦଳରେ କ୍ୱିଣ୍ଟନ ଡିକକ୍‌, ଫାଫ୍‌ା ଡୁପ୍ଲେସି ଓ ଡେଭିଡ ମିଲରଙ୍କ ଭଳି ବିଶ୍ୱସ୍ତରୀରେ ଖେଳାଳି ସାମିଲ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଶ୍ରାମ ନେଇଥିବା ଫାଫ୍‌ ଡୁପ୍ଲେସି ଓ ରାସି ଭାନ ଡେର ଡୁସେନ ଭାରତ ଗସ୍ତରେ ସାମିଲ ହୋଇଛନ୍ତି। ନେତୃତ୍ୱ ଛାଡିବା ପରେ ଡୁପ୍ଲେସି ଭଲ ଫର୍ମରେ ନ ଥିଲେ। ଫଳରେ ଏହି ସିରିଜରେ ସେ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ଅଷ୍ଟ୍ରେଲିଆ ବିପକ୍ଷରେ ଦମ୍‌ଦାର ପ୍ରଦର୍ଶନ କରିଥିବା ହେନେରିଚ କ୍ଲାସେନ ଓ କାଲେ ଭେରିନ୍‌ ଏହି ସିରିଜରେ ମଧ୍ୟ ଫର୍ମ ବଜାୟ ରଖିବେ ବୋଲି ଆଶା କରାଯାଉଛି। ସେହିପରି ହାର୍ମଷ୍ଟ୍ରିଙ୍ଗ୍‌ ଷ୍ଟ୍ରେନ୍‌ରୁ ମୁକ୍ତ ହୋଇଥିବା ଟେମ୍ବା ବଭୁମା ଦଳକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମ୍ୟାଚ୍‌ ବିଜୟୀ ଶତକୀୟ ଇନିଂସ ଖେଳିଥିବା ଜାନେମାନ ମଲାନ ମଧ୍ୟ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି। ଏହି ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଦିନିକିଆ ଖେଳିବାକୁ ଯାଉଛି। ତେବେ ଭାରତ ଏଠାରେ ପୂର୍ବରୁ ୪ଟି ମ୍ୟାଚ୍‌ ଖେଳିସାରିଛି। ଏଠାରେ ଖେଳାଯାଇଥିବା ୪ଟି ମ୍ୟାଚ୍‌ରେ ଦ୍ୱିତୀୟରେ ବ୍ୟାଟିଂ କରିଥିବା ଦଳ ୩ଥର ବିଜୟୀ ହୋଇଛି। ଦ୍ୱିତୀୟ ଓ ତୃତୀୟ ଦିନିକିଆ ଆସନ୍ତା ୧୫ ଓ ୧୮ ତାରିଖରେ ଯଥାକ୍ରମେ ଲକ୍ଷ୍ନୌ ଓ କୋଲକାତାରେ ଖେଳାଯିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ବନ, ପୃଥ୍ବୀ ଶ, ଲୋକେଶ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ନବଦୀପ ସଇନି, କୁଲଦୀପ ଯାଦବ ଓ ଶୁବମନ ଗିଲ।
ଦକ୍ଷିଣ ଆଫ୍ରିକା ଦଳ: କ୍ୱିଣ୍ଟନ ଡିକକ (ଅଧିନାୟକ), ଟେମ୍ବା ବଭୁମା, ରାସି ଭାନ ଡେର ଡୁସେନ, ଫାଫ୍‌ ଡୁପ୍ଲେସି, କାଏଲ ଭେରେନ, ହେନରିଚ କ୍ଲସେନ, ଜାନେମନ ମଲାନ, ଡେଭିଡ ମିଲର, ଜନ-ଜନ ସ୍ମୁଟ୍ସ, ଆଣ୍ଡିଲ ଫେଲୁକ୍ୱାଓ୍ବୋ, ଲୁନ୍‌ଗି ଏନ୍‌ଗିଡି, ଲୁଥୋ ସିପାମ୍ଲା, ବେଉରାନ ହେଣ୍ଡ୍ରିକ୍ସ, ଅନରିଚ ନୋର୍ଜ, ଜର୍ଜ ଲିଣ୍ଡେ ଓ କେଶବ ମହାରାଜ।
ମ୍ୟାଚ୍‌ ଆରମ୍ଭ: ୧.୩୦
ସ୍ଥାନ: ଧର୍ମଶାଳା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଟି-୨୦ ବିଶ୍ୱକପ୍‌ରୁ ଅଷ୍ଟ୍ରେଲିଆ ଆଉଟ୍: ବର୍ଷା ସାଜିଲା ବାଧକ, ସୁପର-୮ରେ ଜିମ୍ବାୱେ

ନୂଆଦିଲ୍ଲୀ,୧୭।୨: ଟି-୨୦ ବିଶ୍ୱକପ୍‌ରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପାଲେକେଲେରେ ଜିମ୍ବାୱେ ଏବଂ ଆୟରଲାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଯାଇଛି।…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri