Posted inଖେଳ

ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳ ଘୋଷଣା

ନୂଆଦିଲ୍ଲୀ,୨ା୩- ଆଗାମୀ ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଲାଗି ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଦଳକୁ ସିନିୟର ବ୍ୟାଟ୍ସମ୍ୟାନ ଫାଫ୍‌ ଡୁପ୍ଲେସି ଓ ରାସି ଭାନ ଡର ଡୁସେନ ଫେରିଛନ୍ତି। ପ୍ରଥମ ପସନ୍ଦ ସ୍ପିନର ତାବ୍ରିଜ ଶାମ୍‌ସିଙ୍କ ବଦଳରେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ଦିଆଯାଇଛି। ୨୮ ବର୍ଷୀୟ ଶାମ୍‌ସି ବାପା ହେବାକୁ ଯାଉଥିବାରୁ ଏହି ସିରିଜରୁ ଓହରିଯାଇଛନ୍ତି। ଆଇସିସି ବିଶ୍ୱକପ୍‌ ପରଠାରୁ ଡୁପ୍ଲେସି ଏପର୍ଯ୍ୟନ୍ତ ଦିନିକିଆ ଫର୍ମାଟରେ ଖେଳିନାହାନ୍ତି। ତାଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଇତିମଧ୍ୟରେ ସେ ଦଳର ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ଫଳରେ ଉଇକେଟକିପର ବ୍ୟାଟ୍ସମ୍ୟାନ କୁଇଣ୍ଟନ ଡିକକ୍‌ ସମସ୍ତ ଫର୍ମାଟରେ ଅଧିନାୟକ ହୋଇଛନ୍ତି। ଅନ୍ୟପକ୍ଷରେ ଡୁସେନ ଗତବର୍ଷଠାରୁ ମଧ୍ୟକ୍ରମରେ ନିଜ ସ୍ଥାନ ପକ୍କା କରିଥିଲେ। ସେ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଖେଳିଥିଲେ। କିନ୍ତୁ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଛି। ଦୁଇ ଜଣଙ୍କ ଅନୁପସ୍ଥିତିରେ ହେନ୍‌ରିଚ କ୍ଲାସେନ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ହାସଲ କରିଛନ୍ତି। ତାଙ୍କ ବ୍ୟତୀତ ପଦାର୍ପଣକାରୀ କାଇଲ ଭରନେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଦୁଇ ଜଣ ବ୍ୟାଟ୍ସମ୍ୟାନ ନିଜ ସ୍ଥାନ ବଜାୟ ରଖିଛନ୍ତି। ଶନିବାର କ୍ୟାରିୟରର ପ୍ରଥମ ମ୍ୟାଚ୍‌ ଖେଳିଥିବା ଜାନେମନ ମଲାନଙ୍କୁ ବାଦ୍‌ ଦିଆଯାଇଛି। ଦଳରେ ସ୍ଥାନ ପାଇଁ ଖେଳାଳିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଭଳି ସମସ୍ୟା ଚୟନକର୍ତ୍ତାଙ୍କ ପାଇଁ ଭଲ। ଭାରତ ଭଳି ଚ୍ୟାଲେଞ୍ଜିଂ ଗସ୍ତ ଲାଗି ଦଳ ଚୟନରେ ସନ୍ତୁଷ୍ଟ। ଗତବର୍ଷ ସେଠାରେ ଟି୨୦ ଫର୍ମାଟରେ ଦଳର କିଛି ଖେଳାଳି ଭଲ ପ୍ରଦର୍ଶନ କରିଥତ୍ଲେ। ସେମାନଙ୍କୁ ପୁଣି ସୁଯୋଗ ମିଳିଛି। ଜର୍ଜ ଲିଣ୍ଡେଙ୍କ ଭଳି ସ୍ପିନରଙ୍କୁ ଆମେ ସୁଯୋଗ ଦେଇଛୁ। ତାଙ୍କୁ ଭାରତୀୟ ସ୍ଥିତି ସୁହାଇବ ବୋଲି କ୍ରିକେଟ ଦକ୍ଷିଣ ଆଫ୍ରିକା ସ୍ବାଧୀନ ଚୟନକର୍ତ୍ତା ଲିଣ୍ଡା ଜୋଣ୍ଡି କହିଛନ୍ତି।
ଦକ୍ଷିଣ ଆଫ୍ରିକା ଦଳ: କୁଇଣ୍ଟନ ଡିକକ୍‌(ଅଧିନାୟକ), ତେମ୍ବା ବାଭୁମା, ରାସି ଭାନ୍‌ ଡର ଡୁସେନ, ଫାଫ୍‌ ଡୁପ୍ଲେସି, କାଇଲ ଭରନେ, ହେନ୍‌ରିଚ କ୍ଲାସେନ, ଡେଭିଡ ମିଲର, ଜନ୍‌ ଜନ୍‌ ସ୍ମୁଟ୍ସ, ଆଣ୍ଡିଲେ ଫେଲୁକ୍ୱାୟୋ, ଲୁଙ୍ଗି ଏନ୍‌ଗିଡି, ଲୁଥୋ ସିପାମଲା, ବେଉରାନ ହେଣ୍ଡ୍ରିକ୍ସ, ଅନ୍‌ରିଚ ନର୍ଟଜେ, ଜର୍ଜ ଲିଣ୍ଡେ ଓ କେଶବ ମହାରାଜ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେହ୍ବାଗଙ୍କ ବିସ୍ଫୋରକ ସଟ୍‌ ଦେଖି ଡରିଯାଉଥିଲେ ଏହି ଖେଳାଳି, କହୁଥିଲେ…

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗ୍‌ ଯଦିଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିସାରିଛନ୍ତି କିନ୍ତୁ ଆଜି ବି ତାଙ୍କ ବ୍ୟାଟିଂକୁ ଦର୍ଶକ ଭୁଲି...

ଖୁସି ଖବର: କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମ୍‌ ଆସିପାରିବେ ଦର୍ଶକ

ସିଡନୀ,୧୦।୧୧: କରୋନା ଯୋଗୁ କ୍ରିକେଟ ପ୍ରଶଂସକମାନେ ଦୀର୍ଘ ଦିନ ହେବ ଟିଭିରେ ମ୍ୟାଚ୍‌ ଉପଭୋଗ କରୁଛନ୍ତି। ତେବେ କରୋନା ଅବଧି ପରେ ପ୍ରଥମ ଥର ପାଇଁ...

ଭୋ’ ଭୋ’ ହୋଇ କାନ୍ଦିଲେ ସୁଶୀଲ କୁମାର

ନୂଆଦିଲ୍ଲୀ,୪।୬: ଅଲିମ୍ପିଆନ ସୁଶୀଲ କୁମାର ଜେଲ୍‌ରେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଛନ୍ତି। ଦୁଇ ଦିନ ହେବ ମାଣ୍ଡୋଲି ଜେଲକୁ ଆସିଥିବା ସୁଶୀଲଙ୍କୁ ଜେଲ ପ୍ରଶାସନ ତାଙ୍କ ପରିବାର...

ଆଇପିଏଲ୍‌କୁ ପ୍ରାଥମିକତା ଦିଆ ନ ଯାଉ: ବର୍ଡର

ମେଲବୋର୍ନ, ୨୩ା୫ (ପି.ଟି.):ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଏକ ଅର୍ଥ ଉପାର୍ଜନକାରୀ ଇଭେଣ୍ଟ। ଚଳିତବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଅପେକ୍ଷା ଏହି ଟୁର୍ନାମେଣ୍ଟକୁ ପ୍ରାଥମିକତା...

୧୬ ବଲ୍‌ରେ ଶେଷ ହେଲା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌: ଖେଳାଳିଙ୍କ ସ୍କୋର ଜାଣିଲେ ହେବେ ଆଶ୍ଚର୍ଯ୍ୟ

କ୍ରିକେଟ ପଡ଼ିଆରେ ପ୍ରତିଦିନ କିଛି ରେକର୍ଡ ଭାଙ୍ଗେ କିଛି ରେକର୍ଡ ସୃଷ୍ଟି ହୁଏ। ଖେଳାଳିମାନେ ବଲ କିମ୍ବା ବ୍ୟାଟ ସହିତ କିଛି ଆଶ୍ଚର୍ଯ୍ୟ ପ୍ରଦର୍ଶନ କରନ୍ତି।...

କାନ୍ଦୁଥିବା କୁନି ପ୍ରଶଂସକଙ୍କୁ ଏମିତି ଉପହାର ଦେଲେ ଧୋନୀ: ଦେଖନ୍ତୁ ଭିଡିଓ

ଦୁବାଇ,୧୧।୧୦: ଆଇପିଏଲ୍‌ ୨୦୨୧ର ପ୍ରଥମ ଯୋଗ୍ୟତା ପର୍ଯ୍ୟାୟରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ଏହି...

ନେଟ୍ସରେ ହାର୍ଦ୍ଦିକଙ୍କ ଜୋରଦାର ଅଭ୍ୟାସ

ଅହମଦାବାଦ,୧୦।୩(ପି.ଟି.): ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନେଟ୍ସରେ...

୧୨ ବର୍ଷ ହେଲା ଆର୍ଥକ ସହୟତା ଦେଇନାହିଁ ବିସିସିଆଇ

ବେଙ୍ଗାଲୁରୁ,୪ା୧୨: ଘରୋଇ ଲିଷ୍ଟ ଏ’ ଓ ଟି୨୦ କ୍ରିକେଟ ମ୍ୟାଚ୍‌ ବର୍ଷା ଦ୍ୱାରା ବାଧା ପ୍ରାପ୍ତ ହେଲେ ଫଳାଫଳ ନିଣ୍ଣୟ କରିବା ପାଇଁ ଦେଶରେ ଭିଜେଡି...

Advertisement
Archives

Model This Week