ଭୁବନେଶ୍ୱର,୧୪।୧୧(ବ୍ୟୁରୋ)- ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଅନୁଷ୍ଠିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଆକର୍ଷଣୀୟ ଓଡ଼ିଶା ମଣ୍ଡପ ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମେଳାର ଉଦ୍ଘାଟନ କରିଥିଲେ। ଏଥିରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା (ଗଣମାଧ୍ୟମ ଓ ଲୋକସମ୍ପର୍କ) ମାନସ ରଞ୍ଜନ ମଙ୍ଗରାଜ ଓ ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶା ସରକାରଙ୍କ ଆବାସିକ ଆୟୁକ୍ତ ସଞ୍ଜୀବ କୁମାର ମିଶ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅବସରରେ ଉନ୍ନୟନମୂଳକ ପ୍ରଚାର ପତ୍ରିକା ଉନ୍ମୋଚିତ ହୋଇଛି। ଓଡ଼ିଶା ମଣ୍ଡପରେ ଓଡ଼ିଶାର ଶିଳ୍ପାନୁକୂଳ ବାତାବରଣ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ସହଜ ଓ ସରଳ ବ୍ୟବସ୍ଥା, ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ, ବ୍ୟବସାୟ ନିମନ୍ତେ ଓଡ଼ିଶା ସରକାରଙ୍କ ଆନ୍ତରିକ ସହଯୋଗ ସମ୍ପର୍କରେ ବିଭିନ୍ନ ତଥ୍ୟର ସୂଚନା ଦିଆଯାଇଛି। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନୋଡାଲ୍ ବିଭାଗ ଭାବେ ଅଂଶଗ୍ରହଣ କରିଥିବାବେଳେ ଇପିକଲ୍ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ସହଯୋଗୀ ବିଭାଗ ଭାବେ ଯୋଗ ଦେଇଛନ୍ତି। ଏତଦ୍ବ୍ୟତୀତ ଉତ୍କଳିକା ଓ ବୟନିକା ମାଧ୍ୟମରେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରସାରପ୍ରଚାର ପାଇଁ ୨ଟି ଷ୍ଟଲ୍ ଖୋଲାଯାଇଛି। ହାତରେ ବୁଣାଯାଉଥିବା ଏକ ନୂତନ ସୂତା ପୋଷାକର ଷ୍ଟଲ୍ ଖୋଲାଯାଇଥିବାବେଳେ, ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ ତାରକସୀ କାର୍ଯ୍ୟର ଅନ୍ୟ ଏକ ଷ୍ଟଲ୍ ଖୋଲାଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍’ ରଖାଯାଇଛି। ସେହି ଅନୁଯାୟୀ ମଣ୍ଡପକୁ ଆକର୍ଷଣୀୟ ଢଙ୍ଗରେ ସଜାଯାଇଛି। ଏଥିରେ ପିପିଲି ଚାନ୍ଦୁଆର ଝଲକ ସ୍ଥାନ ପାଇଥିବାବେଳେ ଓଡ଼ିଶାର ବିଭିନ୍ନ ସାମଗ୍ରୀର ବିକ୍ରିବଟା କରାଯାଉଛି। ଏହି ଅନ୍ତର୍ଜାତୀୟ ମେଳା ନଭେମ୍ବର ୧୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୧ରେ ପ୍ରଗତି ମଇଦାନର ହଂସଧ୍ୱନି ଥିଏଟରରେ ‘ଓଡ଼ିଶା ଦିବସ’ ପାଳନ କରାଯିବ। ଏଥିରେ ଓଡ଼ିଶାର ସ୍ବନାମଧନ୍ୟ ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକୀ, ଉପନିର୍ଦ୍ଦେଶକ ରବୀନ୍ଦ୍ର କୁମାର ନାୟକ, ପ୍ରଦର୍ଶନୀ ସଙ୍ଗଠକ ରବିନାରାୟଣ ବେହେରା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ପୂର୍ବତନ ବିଧାୟକ ରବୀନ୍ଦ କୁମାର ଭୋଇ ପ୍ରମୁଖ ଯୋଗଦେଇଥିଲେ।
Posted inଆମ ଜିଲା ଖବର, ମେଟ୍ରୋ, ରାଜ୍ୟ View All

ଏଣିକି ଏକସଙ୍ଗେ ଗର୍ଭବତୀଙ୍କ ଏଚ୍ଆଇଭି, ସିଫିଲ୍ସ ପରୀକ୍ଷଣ
ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଏଣିକି ଗର୍ଭବତୀ ମହିଳାଙ୍କର ଏଚ୍ଆଇଭି ଓ ସିଫିଲ୍ସ ଦ୍ୱୈତ ପରୀକ୍ଷଣ ଏକାସଙ୍ଗେ ହୋଇପାରିବ। ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ସହଯୋଗରେ ବିକଶିତ ଏଚ୍ଆଇଭି ଓ...

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକୋ
ଭୁବନେଶ୍ୱର (ବ୍ୟୁରୋ)/ପାତ୍ରପଡା, ୨୩ା୧୧(ଡି.ଏନ.ଏ): ଅନିଲ ଜେନା ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ବାହାଦଳପୁର ଅଞ୍ଚଳର ଶତାଧିକ ଲୋକେ ଶୁକ୍ରବାର ରାତିରେ ଖଣ୍ଡଗିରି ଥାନା...

ବୀରମହାରାଜପୁର ୧ ନଂ ଜୋନ୍ରେ କଂଗ୍ରେସ ଆଗରେ
ଅମରପାଲି,୨୬ା୨(ଡି.ଏନ୍.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ୧ ନଂ. ଜୋନ୍ରେ ଚତୁର୍ଥ ରାଉଣ୍ଡ ପରେ କଂଗ୍ରେସର...

ମସଜିଦ୍ରେ ପଶିଲେ ୧୭ ବିଦେଶୀ ନାଗରିକ: ତଦନ୍ତ କଲା ପୋଲିସ
କୁଜଙ୍ଗ,୧।୧୧(ସ୍ବ.ପ୍ର.): ସାରା ଦେଶରେ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିବାବେଳେ କୁଜଙ୍ଗର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନରେ ଏହି ଦିବସ ପାଳନ କରାଯାଇଛି। ତେବେ...

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ବଟେଶ୍ୱର ଶୈବପୀଠ
ଗଞ୍ଜାମ,୧୮ା୧୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜାତୀୟ ରାଜପଥ ହୁମାଠାରୁ ମାତ୍ର ୩କିମି ରାସ୍ତା ପରେ ପଡିବ ପ୍ରସିଦ୍ଧ ଐତିହାସିକ ବଟେଶ୍ୱର ପୀଠ। ଅନ୍ୟାନ୍ୟ ଋତୁ ସମେତ ଶୀତରିତୁ...

କେନ୍ଦୁଝରରେ ପୁଣି ୨୨ କରୋନା ପଜିଟିଭ୍ ଚିହ୍ନଟ: ରହିଛନ୍ତି ୨ କରୋନା ଯୋଦ୍ଧା
କେନ୍ଦୁଝର,୧୪।୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ମଙ୍ଗଳବାର ୨୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮ ଜଣ କ୍ୱାରାଣ୍ଟଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨...

ରାତିରେ ଶୋଇଥିବା ବେଳେ ଘରେ ପଶିଲା ହାତୀ
ବାଲେଶ୍ୱର ଅଫିସ,୧।୨: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ଅଭୟାରଣ୍ୟରୁ ସୋମବାର ମଧ୍ୟରାତ୍ରିରେ ଦୁଇଟି ଦନ୍ତା ଜଙ୍ଗଲରୁ ପଳେଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଗୋଟିଏ ଜାମୁଢ଼ିଆ...

ଆକ୍ସନ ମୋଡରେ ବିଜେଡି: ୨ ନେତାଙ୍କୁ ଦଳରୁ ବିଦାକଲେ ସୁପ୍ରିମୋ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଠମଲ୍ଲିକ ଏନଏସ୍ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି...