Posted inଖେଳ

ଭାରତୀୟ ମହିଳା ହକି ଦଳକୁ ଅଲିମ୍ପିକ୍ସ କ୍ୱାଲିଫାୟର୍ସ ଯୋଗ୍ୟତା

ହିରୋଶିମା,୨୨।୬(ପିଟି): ଭାରତୀୟ ମହିଳା ହକି ଦଳ ଶନିବାର ଟୋକିଓ ଅଲିମ୍ପିକ୍‌ କ୍ୱାଲିଫାୟର୍ସ ଫାଇନାଲ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶନିବାର ଏଠାରେ ଖେଳାଯାଇଥିବା ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍ସର ସେମିଫାଇନାଲରେ ଭାରତୀୟ ଦଳ ନିମ୍ନ ର଼୍ୟାଙ୍କ ଚିଲକିୁ ୪-୨ ବ୍ୟବଧାନରେ ହରାଇ ଦେଇଛି। ବିଜୟୀ ଦଳ ଲାଗି ଗୁରଜୀତ କୌର ଡବଲ ଗୋଲ ଦେଇଥିବାବେଳେ ଅଧିନାୟକ ରାଣୀ ରାମ୍‌ପାଲ ଓ ନବନୀତ କୌର ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ।
ଚିଲି ଦଳ ଟିମ୍‌ ଇଣ୍ଡିଆକୁ ଚକିତ କରି ମ୍ୟାଚ୍‌ର ୧୮ତମ ମିନିଟ୍‌ରେ ଅଗ୍ରଣୀ ହାସଲ କରିଥିଲା। କିନ୍ତୁ ୨୨ ତମ ମିନିଟ୍‌ରେ ଗୁରଜୀତ କୌରଙ୍କ ଗୋଲ ବଳରେ ମ୍ୟାଚ୍‌ ବରାବର ସ୍ଥିତିକୁ ଆସିଥିଲା। ପ୍ରଥମାର୍ଦ୍ଧ ସୁଦ୍ଧା ଏହି ସ୍କୋର ଲାଇନ ଜାରି ରହିଥିଲା। ତୃତୀୟ କ୍ୱାର୍ଟରରେ ଭାରତ ଦଳ ଦୁଇଟି ଗୋଲ ସ୍କୋର କରିଥିଲା। ନବନୀତ କୌର ୩୧ତମ ମିନିଟ୍‌ରେ ଏବଂ ଗୁରଜୀତ ୩୭ତମ ମିନିଟ୍‌ରେ ଦଳ ପାଇଁ ୩ୟ ତଥା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ଦେଇଥିଲେ। ମାନୁଏଲା ଉରୋଜ (୪୩ତମ ମିନିଟ୍‌) ଚିଲି ଲାଗି ଏକ ଗୋଲ ପରିଶୋଧ କରିଥିଲେ। ଭାରତୀୟ ଅଧିନାୟିକା ରାଣୀ ରାମ୍‌ପାଲ (୫୭ତମ)ଙ୍କ ଗୋଲ ଦକ୍ଷିଣ ଆମେରିକୀୟ ଦଳଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲା। ଏହି ବିଜୟକୁ ଦଳୀୟ ଖେଳାଳି ଲାଲରେସିଆମିଙ୍କ ବାପାଙ୍କ ଲାଗି ଉତ୍ସର୍ଗ କରିଥିବା ଅଧିନାୟିକା ରାଣୀ କହିଛନ୍ତି। ଲାଲରେସିଆମିଙ୍କ ବାପାଙ୍କ ନିକଟରେ ପରଲୋକ ଘଟିଛି। ଭାରତୀୟ ଦଳ ରବିବାର ଅନୁଷ୍ଠିତ ହେବାକୁ ଥିବ ଫାଇନାଲରେ ଆୟୋଜକ ଜାପାନ ସହ ମୁକାବିଲା କରିବ। ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲରେ ରୁଷିଆକୁ ପେନାଲ୍ଟି ଶୁଟ୍‌ଆଉଟ୍‌ (୩-୧)ରେ ହରାଇ ଦେଇଛି ଜାପାନ। ଧାର୍ଯ୍ୟ ସମୟ ସୁଦ୍ଧା ଉଭୟ ଦଳ ୧-୧ ଗୋଲର ବରାବର ସ୍ଥିତିରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri