Posted inଜାତୀୟ

ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କଲେ ନରାଓ୍ବଣେ: ହେବନି ଇରାନ ଭଳି ଭୁଲ

ନୂଆଦିଲ୍ଲୀ,୧୨।୧: ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ରବିବାର ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାକୁ ତାରିଫ୍‌ କରିଛନ୍ତି। ନରାଓ୍ବଣେ କହିଛନ୍ତି ଇରାନ ଭୁଲରେ ୟୁକ୍ରେନ ଯାତ୍ରୀବାହୀ ବିମାନକୁ ଟାର୍ଗେଟ୍‌ କରିଥିଲା। ତେବେ ଏଭଳି ଭୁଲ ଭାରତର ହେବ ନାହିଁ। ଭାରତ ପାଖରେ ଶକ୍ତିଶାଳୀ ଏୟାର ଡିଫେନ୍ସ୍‌ କମାଣ୍ଡ ରହିଛି। ଯାହାଦ୍ୱାରା ଲକ୍ଷ୍ୟ ଭେଦରେ କୌଣସି ଭୁଲ ହେବାର ଆଶଙ୍କା କମ୍‌ ରହିବ। କ୍ଷେପଣାସ୍ତ୍ର ପ୍ରୟୋଗ ସମୟରେ କିଛି ସତର୍କତା ଅବଲମ୍ବନ କଲେ ଭୁଲ ହେବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଚିଫ୍‌ ଅଫ୍‌ ଡିଫେନ୍ସ୍‌ ଷ୍ଟାଫ୍‌ ବିପିନ ରାଓ୍ବତ୍‌ ଜୁନ୍‌ ୩୦ ସୁଦ୍ଧା ଏୟାର ଡିଫେନ୍ସ୍‌ ସିଷ୍ଟମ୍‌ର ନମୂନା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପର ଦିନ ଭୁଲ୍‌ରେ ଭାରତୀୟ ବାୟୁସେନା ପକ୍ଷରୁ ନିଜର ଏକ ହେଲିକପ୍ଟର ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ବାୟୁସେନାର ଏହି ଭୁଲ ନେଇ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକରେ ମଇଁଷି ନ ମିଳିବାରୁ ମହିଳାଙ୍କୁ ପିଟିପିଟି ମାରିଦେଲେ

ଫତେହପୁର,୧୩।୧୧: ୟୁପିର ଫତେହପୁର ଜିଲାରେ ଯୌତୁକ ଲୋଭରେ ଜଣେ ମହିଳାଙ୍କୁ ଶାଶୁଘର ଲୋକେ ପିଟିପିଟି ମାରିଦେଇଛନ୍ତି। ଯୌତୁକରେ ମଇଁଷି, ମୁଦି ଏବଂ ଟଙ୍କା ନ ଆଣିବାରୁ...

ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଯିବେ ବିଶ୍ୱର ଆଉ ୯.୫ କୋଟି

ନୂଆଦିଲ୍ଲୀ,୭।୪: କରୋନାର ଦ୍ୱିତୀୟ ଲହର ବିଶ୍ୱକୁ ସଙ୍କଟ ଆଡ଼କୁ ନେଲାଣି। ବିଭିନ୍ନ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ। ଲୋକଙ୍କ ଜୀବନଜୀବିକା ଉପରେ ମହାମାରୀ ଗଭୀର ପ୍ରଭାବ...

ବିହାରରୁ କେରଳ ପର୍ଯ୍ୟନ୍ତ ୩୩୦୬ କିଲୋମିଟର ସାଇକେଲ ଚଳାଇ ଏହି ବାର୍ତ୍ତା ଦେଲେ ଛାତ୍ରୀ

ପାଟଣା,୧୮ା୮: ବିହାରର ନାଳନ୍ଦାରେ ରହୁଥିବା ଅପର୍ଣ୍ଣା ସିହ୍ନା ନାମକ ଜଣେ ଛାତ୍ରୀ ଏମିତି କାମ କରିଛନ୍ତି, ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ଅପର୍ଣ୍ଣା ‘ଗ୍ରୀନ୍‌...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

କରୋନା ଆତଙ୍କ: ୯ ରାଜ୍ୟ ସରକାରଙ୍କୁ ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,୮।୩: ଭାରତରେ କରୋନା ପୁଣି ଆତଙ୍କ ସୃଷ୍ଟି କରିଛି। ପୂର୍ବରୁ ମହାରାଷ୍ଟ୍ର ଏବଂ ପଞ୍ଜାବ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏବେ ଏହି...

ମେହବୁବାଙ୍କ ଅଟକକୁ ନେଇ ଜମ୍ମୁ-କଶ୍ମୀର ପ୍ରଶାସନକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୨୭ା୨(ଆଇଏଏନ୍‌ଏସ୍‌): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ନେତ୍ରୀ ମେହବୁବା ମୁଫ୍‌ତିଙ୍କ ଅଟକକୁ ନେଇ ସୁପ୍ରିମକୋର୍ଟ ବୁଧବାର ଜମ୍ମୁ-କଶ୍ମୀର ପ୍ରଶାସନକୁ ନୋଟିସ ଜାରି କରିଛନ୍ତି। ସାଧାରଣ ନିରାପତ୍ତା...

୩୬ ଘଣ୍ଟା ଭିତରେ ୨ ବରିଷ୍ଠ ନେତାଙ୍କୁ ହରାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୫।୧୧:ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ଗତ ଦୁଇ ଦିନ ମଧ୍ୟରେ ଦୁଇଟି ଗଭୀର ଆଘାତ ପାଇଛି। ଗତ ସୋମବାର ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଯବାନଙ୍କ ଉପରେ ଚଳାଇଲା ଗୁଳି

ଶ୍ରୀନଗର,୬।୯: ପାକିସ୍ତାନ ନିଜ ମନ୍ଦ ଆଚରଣରୁ ବାଦ୍‌ ପଡ଼ୁନି। ଲଗାତର ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚୁଥିବା ବେଳେ ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟ ଜାରି ରହିଛି। ଇତିମଧ୍ୟରେ...

Advertisement
Archives

Model This Week