ଭାରତର ବିଜ୍ଞାନ ଅଭିମୁଖୀ ଜନଯାତ୍ରା: ସାମିଲ ହେଲେ ବୈଜ୍ଞାନିକ, ଛାତ୍ରୀଛାତ୍ର

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ଭୁବନେଶ୍ୱର ସମେତ ଦେଶର ପ୍ରାୟ ୮୦ଟି ସହରରେ ହଜାର ହଜାର ସଂଖ୍ୟାରେ ବୈଜ୍ଞାନିକ, ଗବେଷକ ତଥା ବିଜ୍ଞାନପ୍ରେମୀ ଛାତ୍ରୀଛାତ୍ରଙ୍କ ସହ ‘ଭାରତର ବିଜ୍ଞାନ ଅଭିମୁଖୀ ଜନଯାତ୍ରା’ ପାଳନ କରିଛନ୍ତି। ଜନଗଣ ସମାଜର ବୈଜ୍ଞାନିକ ଚିନ୍ତାର ପ୍ରଚାର-ପ୍ରସାର କରିବା ଓ ପ୍ରଚଳିତ ନାନାବିଧ ବିଭିନ୍ନ ଅନ୍ଧ ବିଶ୍ୱାସକୁ ଦୂର କରିବା ପାଇଁ ଏହି ଜନଯାତ୍ରାର ଆୟୋଜନ କରାଯାଇଛି। ଶୁକ୍ରବାର ଏ ପରିପ୍ରେକ୍ଷୀରେ ଆଇଓପି, ନାଇଜର, ଆଇଆଇଟି ଓ ଉତ୍କଳ ବିଶ୍ୱବିଦ୍ୟାଳୟର ବହୁ ବୈଜ୍ଞାନିକ ଏବଂ ଗବେଷକମାନଙ୍କ ସହ ସହରର ବହୁ ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଶହ ଶହ ସଂଖ୍ୟାରେ ଶୋଭାଯାତ୍ରାରେ ଯୋଗ ଦେଇଥିଲେ। ଆଇନଷ୍ଟାଇନ, ସି.ଭି ରମଣ, ମେଘନାଦ ଶାହା, ମ୍ୟାଡାମ କ୍ୟୁରି ଓ ଷ୍ଟିଫେନ୍‌ ହକିଂଙ୍କ ପରି ବହୁ ପ୍ରକ୍ଷାତ ବୈଜ୍ଞାନିକଙ୍କର ଫଟୋଚିତ୍ର ଓ ଉଦ୍ଧୃତି ସମ୍ବଳିତ ପୋଷ୍ଟରମାନ ଧରି ପିଲାମାନେ ବିଜ୍ଞାନକୁ ଏକ ଉତ୍ସବ ଭାବେ ପାଳନ କରିବାର ଦେଖାଯାଇଥିଲା। ଶୋଭାଯାତ୍ରା ରାମ ମନ୍ଦିର ଛକରୁ ବାହାରି ସଙ୍ଗୀତ ମହାବିଦ୍ୟାଳୟରେ ପହଞ୍ଚତ୍ବା ପରେ ସେଠାରେ ସଭାର ଆୟୋଜନ କରାଯାଇଥିଲା।
ଏଠାରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମାଥମେଟିକ୍ସର ପୂର୍ବତନ ଅଧ୍ୟକ୍ଷ ସ୍ବାଧୀନ ପଟ୍ଟନାୟକ, ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫେସର ବୀରେନ୍ଦ୍ର ନାୟକ, ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫିଜିକ୍ସର ବୈଜ୍ଞାନିକ ପ୍ରଫେସର ଅଜିତ ଶ୍ରୀବାସ୍ତବ, ପ୍ରଫେସର ବିଜୁ ରାଜଶେଖର, ପ୍ରଫେସର ଶୁଭାଶିଷ ବସାକ୍‌, ପ୍ରଫେସର ଏଲ୍‌.ପି.ସିଂହ ପ୍ରମୁଖ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଇଥିଲେ। ରେଭେନ୍ସା ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଡଃ ସିଦ୍ଧାର୍ଥ ଭରଦ୍ୱାଜ ଏହି ସଭାକୁ ପରିଚାଳନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ...

ଚାଲିଛି ହାର୍‌ଜିତ୍‌ ଆକଳନ

ଚଣ୍ଡିଖୋଲ,୨୬ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକର ୪୩ ପଞ୍ଚାୟତରେ ୧୮ ତାରିଖରେ ମତଦାନ ଶେଷ ହୋଇଛି। ଏହାପରେ ପ୍ରାର୍ଥୀ ହାର୍‌ଜିତକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଅଛନ୍ତି। ୬୩୭ୱାର୍ଡ...

କୋଭିଡ୍‌ ପରିଚାଳନାରେ ସରକାରଙ୍କ ତ୍ରୁଟି ଦର୍ଶାଇଲା ଭାଜପା

ଭୁବନେଶ୍ୱର, ୧୭ା୫(ବ୍ୟୁରୋ):କରୋନାର ୨ୟ ଲହର ଯୋଗୁ ଅନ୍ୟ ରାଜ୍ୟଗୁଡିକରେ ଲକ୍‌ଡାଉନ କଟକଣା ଜାରି ରହିଛି। ଏହି କାରଣରୁ ଅନ୍ୟ ରାଜ୍ୟଗୁଡିକରୁ ପ୍ରବାସୀ ଓଡ଼ିଆ ଶ୍ରମିକ ପୁଣି...

ଗୋଷ୍ଠୀ ସଂକ୍ରମଣ ମୁହାଁ ଓଡ଼ିଶା

ଭୁବନେଶ୍ୱର, ୨୫।୧(ବ୍ୟୁରୋ):  ବିଭିନ୍ନ ରାଜ୍ୟରୁ ମିଳିଥିବାରୁ ତଥ୍ୟ ଅନୁସାରେ ଦେଶରେ ଓମିକ୍ରନର ଗୋଷ୍ଠୀ ସଂକ୍ରମଣ ହୋଇଥିବା କେନ୍ଦ୍ର ସରକାର କହିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ...

ଓଡ଼ିଶା ଭିତରେ ଆନ୍ଧ୍ର ଦାଦାଗିରି

ପାରଳାଖେମୁଣ୍ଡି,୧୮।୨: ଆନ୍ଧ୍ର ଓଡ଼ିଶାର ଜଳ, ଜମି ଓ ଜଙ୍ଗଲ ଉପରେ ଲୋଲୁପ ଦୃଷ୍ଟି ପକାଇବା ସହ କେବେ ସରକାରୀ କଳ ତ ଆଉ କେବେ ନିର୍ବାଚିତ...

ନୀଳରକ୍ତରୁ ଦାମୀ ଔଷଧ, କଙ୍କଡ଼ା ବିଲୁପ୍ତପ୍ରାୟ

ବାଲେଶ୍ୱର ଅଫିସ,୧୫।୫:ଜଳଜୀବ ଉପକାରୀ କଙ୍କଡ଼ା (ନୀଳରକ୍ତ କଙ୍କଡ଼ା) କେବଳ ଆମେରିକା ଓ ଏସିଆ ମହାଦେଶରେ ହିଁ ଦେଖିବାକୁ ମିଳିଥାନ୍ତି। ଏହା ୪ପ୍ରଜାତିର ହୋଇଥିବାବେଳେ ଭାରତରେ ଦୁଇ ପ୍ରଜାତିର...

କରୋନା ମୁକାବିଲା: ଆଜି ଓଡ଼ିଶାବାସୀଙ୍କୁ ସ୍ବତନ୍ତ୍ର ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା (କୋଭିଡ-୧୯) ବିଶ୍ୱ ପାଇଁ ମହାମାରୀ ଭାବେ ଉଭା ହୋଇଛି। ୟୁରୋପୀୟ ଦେଶଗୁଡିକରେ କରୋନା ଭୂତାଣୁ ତାଣ୍ଡବ ରଚାଇଥିବାବେଳେ ଭାରତରେ ଏହା ଧୀରେ...

ୟେସ୍‌ ବ୍ୟାଙ୍କ ପ୍ରସଙ୍ଗରୁ ମୁକୁଳିବା ପାଇଁ କରୋନା ବାହାନା: ଭାଜପା

ଭୁବନେଶ୍ୱର,୧୩।୩(ବ୍ୟୁରୋ): କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ଏବେ...

Advertisement
Archives

Model This Week