ଭାରତର ଦାରିଦ୍ର୍ୟ ହାରରେ ଉଲ୍ଲେଖନୀୟ ହ୍ରାସ

ନୂଆଦିଲ୍ଲୀ,୫।୧: ଚଳିତ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇ ୪.୮୬% ରେ ପହଞ୍ଚିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ର ସଦ୍ୟତମ ଗବେଷଣା ରିପୋର୍ଟରେ ବିସ୍ତୃତ ଉଲ୍ଲେଖ କରାଯାଇଛି। ଏପରିକି ଏହି ହାର ଗତ ଆର୍ଥିକ ବର୍ଷରେ ୭.୨% ଏବଂ ୨୦୧୧-୧୨ ଆର୍ଥକ ବର୍ଷରେ ୨୫.୭% ରହିଥିଲା।
ସେହିଭଳି ଏହି ଅବଧି ମଧ୍ୟରେ ସହରୀ ଦାରିଦ୍ର୍ୟ ହାର ହ୍ରାସ ପାଇ ୪.୦୯%ରେ ପହଞ୍ଚିଥିବା ଏସବିଆଇର ଉପଭୋକ୍ତା ବ୍ୟୟ ସର୍ବେକ୍ଷଣରେ ବିସ୍ତୃତ ଭାବେ ଦର୍ଶାଯାଇଛି। ଏପରିକି ସାମଗ୍ରିକ ଭାବେ ଦାରିଦ୍ର୍ୟ ହାର ୪ ରୁ ୪.୫% ସ୍ତରକୁ ଖସି ଆସିଛି। ଅପରପକ୍ଷରେ ସରକାରୀ ସହାୟତା, ଉପଭୋକ୍ତା ବ୍ୟୟ ବୃଦ୍ଧି, ଖାଦ୍ୟ ମୂଲ୍ୟ ପରିବର୍ତ୍ତନ କେବଳ ଖାଦ୍ୟଜନିତ ବ୍ୟୟ ନୁହେଁ ବରଂ ସାମଗ୍ରିକ ବ୍ୟୟ ଉପରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଛି। ଏପରିକି ସର୍ବନିମ୍ନ ଖୁଚୁରା ମୂଲ୍ୟକୁ ଆଧାର କରି ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ସୀମା ୨୦୨୩-୨୪ ଆର୍ଥିକ ବର୍ଷରେ ୧୬୩୨ଟଙ୍କା ରହିଥିବା ବେଳେ ସହରାଞ୍ଚଳରେ ୧୯୪୪ ଟଙ୍କା ରହିଥିବା ଏନଏସଏସଓ ରିପୋର୍ଟକୁ ଉଲ୍ଲେଖ କରି ଏସବିଆଇ ପକ୍ଷରୁ କୁହାଯାଇଛି।
ସେହିପରି ୨୦୧୧-୧୨ ଆର୍ଥିକ ବର୍ଷରେ ଏହା ଯଥାକ୍ରମେ ୮୧୬ ଏବଂ ୧୦୦୦ ଟଙ୍କା ଥିଲା। ଏପରିକି ଉପଭୋକ୍ତା ଖର୍ଚ୍ଚ ବୃଦ୍ଧି କାରଣରୁ ଗ୍ରାମୀଣ ଦାରିଦ୍ର୍ୟ ଅନୁପାତ ୨୦୨୩-୨୪ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲାବେଳେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୦ରୁ ୫% ହ୍ରାସ ପାଇଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ମାସିକ ମୁଣ୍ଡପିଛା ଉପଭୋକ୍ତା ବ୍ୟୟ (ଏମପିସିଇ) ହାରରେ ରହିଥିବା ତାରତମ୍ୟ ହ୍ରାସ ପାଇଛି। ୨୦୦୯-୧୦ ଆର୍ଥିକ ବର୍ଷରେ ଏହା ୮୮.୨% ଥିବାବେଳେ ୨୦୨୩-୨୪ଆର୍ଥିକ ବର୍ଷରେ ୬୯.୭%କୁ ହ୍ରାସ ପାଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଭଳି ସରକାରୀ ଯୋଜନା,ଗ୍ରାମାଞ୍ଚଳ ଭିତ୍ତିଭୂମିରେ ଉନ୍ନତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ଗ୍ରାମୀଣ ଜୀବିକାରେ ସାମଗ୍ରିକ ସୁଧାର କାରଣରୁ ଏହି ତାରତମ୍ୟ କମିଛି। ଭୌତିକ ଭିତ୍ତିଭୂମିରେ ଉନ୍ନତି କାରଣରୁ ଗ୍ରାମୀଣ ପରିବହନ ସୁଧାର ଆସିଛି, ଫଳରେ ଏହା ଗ୍ରାମାଞ୍ଚଳର ସମୃଦ୍ଧି ପାଇଁ ମାର୍ଗ ପ୍ରଶସ୍ତ କରିଛି। ୨୦୧୪-୧୫ ଆର୍ଥିକ ବର୍ଷଠାରୁ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ଦେଢ ଲକ୍ଷ କିଲୋମିଟର ଜାତୀୟ ରାଜପଥ ର୍ନିମାଣ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ୭ଲକ୍ଷ କିଲୋମିଟରରୁ ଅଧିକ ଲମ୍ବା ସଡ଼କ ର୍ନିମାଣ କରାଯାଇଛି। ମାସିକ ମୁଣ୍ଡ ପିଛା ଉପଭୋକ୍ତା ବ୍ୟୟକୁ ଅନୁଧ୍ୟାନ କଲେ ୨୦୦୪-୦୫ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ଆର୍ଥିକ ବର୍ଷରେ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମଧ୍ୟରେ ବ୍ୟବଧାନ ୮୮.୨% ରୁ ୬୯.୭%କୁ ହ୍ରାସ ପାଇଛି। ଏ କ୍ଷେତ୍ରରେ ବିହାର, ରାଜସ୍ଥାନ ଭଳି ରାଜ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି। ପାରିବାରିକ ବଜେଟରେ ଅଣ-ଖାଦ୍ୟ ସାମଗ୍ରୀ ବାବଦ ବ୍ୟୟ ବୃଦ୍ଧି ପାଇଥିବା ଏସବିଆଇ ରିପୋର୍ଟରେ କୁହାଯାଇଛି। ଏହା ୨୦୧୧-୧୨ ଆର୍ଥିକ ବର୍ଷରେ ୪୭.୪% ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୫୨.୯୬%କୁ ବୃଦ୍ଧି ପାଇଛି, ସହରାଞ୍ଚଳରେ ଏହା ୫୭.୩୮% ରୁ ୬୦.୩୨%କୁ ବୃଦ୍ଧି ପାଇଛି। ଏହା ଉପଭୋକ୍ତାଙ୍କ ମଧ୍ୟରେ ଆର୍ଥିକ ଦୃଢତାକୁ ଦର୍ଶାଉଛି,କାରଣ ସେମାନେ ମୌଳିକ ଆବଶ୍ୟକତା ବାଦ୍‌ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସମ୍ବଳ ପାଇପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri