ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି। ତେବେ ଏହି ନବରାତ୍ରିର ମୁଖ୍ୟ ଆକର୍ଷଣୀୟ ହେଉଛି ଦଶହରା। ଅସତ୍ୟ ଉପରେ ସତ୍ୟର ବିଜୟ ପର୍ବକୁ ଦଶମୀ ବା ଦଶହରା ଭାବେ ପାଳନ କରାଯାଏ। ନବରାତ୍ରିର ୯ଦିନ ପୂରା ହେବା ପରେ ଦଶମୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ରାବଣଙ୍କୁ ବଧ କରି ମାତା ସୀତାଙ୍କୁ ତାଙ୍କ କବଳରୁ ଉଦ୍ଧାର କରିଥିଲେ। ଦଶାନନ ରାବଣ ଖ୍ୟାତନାମା ବିଦ୍ୱାନ୍‌ ଥିଲେ। କିନ୍ତୁ ସୀତାଙ୍କୁ ହରଣ କରିବା ପରେ ସମସ୍ତେ ତାଙ୍କୁ ରାକ୍ଷସ ବୋଲି ବିବେଚନା କରିଥିଲେ। ହେଲେ ତାଙ୍କର ବିଦ୍ୱାନତା ଯୋଗୁ ଭାରତର ଏଭଳି ସ୍ଥାନ ରହିଛି, ଯେଉଁଠାରେ ରାବଣଙ୍କ ମନ୍ଦିର ରହିଥିବା ବେଳେ ତାଙ୍କୁ ଭଗବାନ ରୂପେ ପୂଜା କରାଯାଏ।
କୋଲାର: କର୍ନାଟକ କୋଲାରର ମାଲବଲ୍ଲୀରେ ରାବଣଙ୍କ ଏକ ମନ୍ଦିର ରହିଛି। ରାବଣ ଭଗବାନ ଶିବଙ୍କ ପରମ ଭକ୍ତ ଥିବା ଯୋଗୁ କୋଲାରରେ ରାବଣଙ୍କ ପୂଜା କରାଯାଏ। କୋଲାରରେ ଲଙ୍କେଶ୍ୱର ମହୋତ୍ସବ ସମୟରେ ରାବଣଙ୍କର ପୂଜାର୍ଚ୍ଚନା କରାଯାଇ ତାଙ୍କର ଏକ ଶୋଭାଯାତ୍ରା ବାହାରିଥାଏ। ଏହି ଶୋଭାଯାତ୍ରାରେ ରାବଣଙ୍କ ସହ ଭଗବାନ୍‌ ଶିବଙ୍କ ମୂର୍ତ୍ତିକୁ ମଧ୍ୟ ସହର ପରିକ୍ରମା କରାଯାଇଥାଏ।
ବିଦିଶା: ମଧ୍ୟପ୍ରଦେଶ ରାଜ୍ୟ ବିଦିଶାରେ ରାବଣଙ୍କ ସ୍ତ୍ରୀ ମନ୍ଦୋଦରୀଙ୍କ ଜନ୍ମସ୍ଥାନ। ଏଠାରେ ରାବଣଙ୍କ ୧୦ ଫୁଟ ଉଚ୍ଚତାର ଏକ ପ୍ରତିମା ରହିଛି। ବିଦିଶାରେ ଲୋକମାନେ ଦଶହରା ଦିନ ରାବଣଙ୍କୁ ପୂଜା କରିଥାନ୍ତି। ଏଥିସହ ବିବାହ କାର୍ଯ୍ୟ ହେଉ କି ଅନ୍ୟ ଶୁଭକାର୍ଯ୍ୟରେ ଲୋକେ ଏହି ମୂର୍ତ୍ତିକୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥାନ୍ତି।
ମନ୍ଦସୌର: ମଧ୍ୟପ୍ରଦେଶର ମନ୍ଦସୌରରେ ତିଆରି ହୋଇଥିବା ପ୍ରଥମ ମନ୍ଦିର ହେଉଛି ରାବଣ ମନ୍ଦିର। ଏଠାରେ ରାବଣଙ୍କ ରୁଣ୍ଡି ନାମକ ଏକ ବିଶାଳ ମୂର୍ତ୍ତିକୁ ପୂଜା କରାଯାଇଥାଏ। ଏହି ମନ୍ଦିରରେ ପୂଜା କରିବା ସମୟରେ ମହିଳାମାନେ ମୁଣ୍ଡରେ ଓଢ଼ଣା ପକାଇଥାନ୍ତି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏହା ମନ୍ଦୋଦରୀଙ୍କ ବାପଘର ଥିବାରୁ ରାବଣଙ୍କୁ ମନ୍ଦସୌରର ଜ୍ୱାଇଁ ବୋଲି ମାନି ନିଆଯାଏ। ମନ୍ଦୋଦରୀଙ୍କ ନାମରେ ଏହି ସ୍ଥାନକୁ ନାମିତ କରାଯାଇଛି।
ବୈଜନାଥ କସବା: ପୌରାଣିକ ମତାନୁସାରେ ବୈଜନାଥ କସ୍‌ବାରେ ରାବଣ ଭଗବାନ ଶିବଙ୍କ କଠୋର ତପସ୍ୟା କରିଥିଲେ। ଏଠାରେ ରାବଣଙ୍କ କୌଣସି ମନ୍ଦିର ନ ଥିଲେ ମଧ୍ୟ ତାଙ୍କର ପୂଜା କରାଯାଇଥାଏ। ହିମାଚଳ ପ୍ରଦେଶର ଏହି ସ୍ଥାନରେ ରାବଣଙ୍କ କୁଶପୁତ୍ତଳିକାକୁ କେହି ଦାହ କରୁ ନ ଥିବା ଜଣାପଡ଼ିଛି।
ଦଶାନନ: କାନପୁରର ଶିବାଲା ଅଞ୍ଚଳରେ ଥିବା ଦଶାନନଙ୍କ ମନ୍ଦିର ବର୍ଷରେ ଥରେ ମାତ୍ର ଖୋଲିଥାଏ। ଦଶହରା ଦିନ ଏହି ମନ୍ଦିରରେ ରାବଣଙ୍କ ମୂର୍ତ୍ତିକୁ ଶୃଙ୍ଗାର କରାଯାଇ ଆଳତି କରାଯାଇଥାଏ। ଏଠାରେ କେବଳ ଦଶହରା ଦିନ ପୂଜା କରିବା ପାଇଁ ଅନୁମତି ମିଳିଥାଏ। ୧୯୮୦ରୁ ଏହି ମନ୍ଦିର ତିଆରି କରାଯାଇଥିବା ବେଳେ ପୂଜାର୍ଚ୍ଚନା ପାଇଁ ବହୁ ସଂଖ୍ୟାରେ ଲୋକେ ଏଠାକୁ ଆସିଥାନ୍ତି। ଏହି ମନ୍ଦିରରେ ତେଲରେ ଦୀପ ଜଳାଇଲେ ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri