ଭାରତରେ ୫୭% ଡାକ୍ତର କ୍ୱାକ୍‌

ନୂଆଦିଲ୍ଲୀ,୧୦-୮: ଆମ ଦେଶରେ ଏଲୋପାଥି ମେଡିସିନ୍‌ ପ୍ରାକ୍ଟିସ୍‌ କରୁଥିବା ଅଧିକାଂଶ ଡାକ୍ତର କ୍ୱାକ୍‌(ନକଲି) କି ବୋଲି ପ୍ରଶ୍ନ ଉଠିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟରେ ଏହା ଦର୍ଶାଯାଇଛି। ଚକିତ କଲା ଭଳି ଏହି ନିରାଟ ସତ୍ୟକୁ କେନ୍ଦ୍ର ସରକାର ପ୍ରଥମେ ଅସ୍ବୀକାର କରିବା ପରେ ଏବେ ମାନି ନେଇଛନ୍ତି।
ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ୨୦୧୬ରେ ଭାରତରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଦେଶରେ ଯେତିକି ଏଲୋପାଥିକ ଡାକ୍ତର ପ୍ରାକ୍ଟିସ କରୁଛନ୍ତି, ସେମାନଙ୍କ ମଧ୍ୟରେ ୫୭.୩ ପ୍ରତିଶତଙ୍କ ନିକଟରେ କୌଣସି ମେଡିକାଲ ଡିଗ୍ରୀ ନାହିଁ। ସେତେବେଳେ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ। ଜାନୁୟାରୀ ୨୦୧୮ରେ ଲୋକ ସଭାରେ ଏକ ବିବୃତି ପ୍ରଦାନ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ରିପୋର୍ଟକୁ ଫାଲ୍‌ତୁ ବୋଲି ଦର୍ଶାଇଥିଲେ। କିନ୍ତୁ ଏବେ ସେହି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଡବ୍ଲ୍ୟୁଏଚ୍‌ଓର ଉକ୍ତ ରିପୋର୍ଟକୁ ଔପଚାରିକ ଭାବେ ଠିକ୍‌ ବୋଲି ଦର୍ଶାଇଛି।
ନିକଟରେ ଅନୁମୋଦନ ଲାଭ କରିଥିବା ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ଆଇନ ଅଧୀନରେ ଗୋଷ୍ଠୀ ସ୍ବାସ୍ଥ୍ୟ ପେସାଦାର(ସିଏଚ୍‌ପି)ଙ୍କୁ ଡାକ୍ତର ଭାବେ ପ୍ରାକ୍ଟିସ କରିବାକୁ ଅନୁମତି ଦେବା ଲାଗି ସରକାର ଡବ୍ଲ୍ୟୁଏଚ୍‌ଓର ସେହି ପୁରୁଣା ରିପୋର୍ଟର ସହାୟତା ନେଇଛନ୍ତି। ଏହି ଆଇନ ସମ୍ପର୍କରେ ଅଗଷ୍ଟ ୬ରେ ଜାରି କରାଯାଇଥିବା ଏକ ଏଫ୍‌ଏକ୍ୟୁରେ କୁହାଯାଇଛି ଯେ, ବର୍ତ୍ତମାନ ଏଲୋପାଥିକ ମେଡିସିନରେ ପ୍ରାକ୍ଟିସ କରୁଥିବା ୫୭.୩% ଲୋକଙ୍କ ନିକଟରେ ମେଡିକାଲ ଡିଗ୍ରୀ ନାହିଁ। ୨୦୦୧ ଜନଗଣନା ଆଧାରରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ଭାରତର ଗ୍ରାମାଞ୍ଚଳରେ ପ୍ରାକ୍ଟିସ କରୁଥିବା ମାତ୍ର ୨୦ ପ୍ରତିଶତ ଡାକ୍ତରଙ୍କ ନିକଟରେ ମେଡିକାଲ ଡିଗ୍ରୀ ରହିଛି। ଏଥିରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ପ୍ରାକ୍ଟିସ କରୁଥିବା କ୍ୱାକ୍‌ଙ୍କ ମଧ୍ୟରୁ ୩୧ ପ୍ରତିଶତ ଏଭଳି ଅଛନ୍ତି ଯେଉଁମାନେ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଏଫ୍‌ଏକ୍ୟୁରେ କୁହାଯାଇଛି ଯେ, ଭାରତରେ ଅଧିକାଂଶ ଗ୍ରାମୀଣ ଜନତାଙ୍କୁ ଭଲ ସ୍ବାସ୍ଥ୍ୟସେବା ମିଳୁନାହିଁ। ଏହି କାରଣରୁ ସେମାନେ ନକଲି ଡାକ୍ତର ବା କ୍ୱାକ୍‌ଙ୍କ ଜାଲ୍‌ରେ ପଡିଯାଉଛନ୍ତି।
ଏହି ଏଫ୍‌ଏକ୍ୟୁରେ ୨୦୧୬ରେ ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ଜାରି ରିପୋର୍ଟ ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯାହାକୁ ଦେଢ଼ ବର୍ଷ ପୂର୍ବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାନିବାକୁ ରାଜି ନ ଥିଲେ। ୨୦୧୮ ଜାନୁୟାରୀ ୫ରେ ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଜବାବରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା କହିଥିଲେ ଯେ, ଡବ୍ଲ୍ୟୁଏଚ୍‌ଓର ରିପୋର୍ଟ ଭ୍ରମ ସୃଷ୍ଟି କରୁଛି। ମେଡିକାଲ ପ୍ରାକ୍ଟିସ କରିବା ଲାଗି ପଞ୍ଜୀକରଣ ଆବଶ୍ୟକ ହୋଇଥାଏ, ଯାହା ଏମ୍‌ବିବିଏସ୍‌ ଡିଗ୍ରୀ ବିନା ସମ୍ଭବ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ, ଏଭଳି ନକଲି ଡାକ୍ତର ବା କ୍ୱାକ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରଥମ ଦାୟିତ୍ୱ ରାଜ୍ୟ ସରକାରଗୁଡ଼ିକଙ୍କ ହାତରେ ରହିଛି। ଏହା କହି ସେ କେନ୍ଦ୍ର ସରକାରଙ୍କ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଥିଲେ। ଏଫ୍‌ଏକ୍ୟୁରେ ଦର୍ଶାଯାଇଛି ଯେ, ସହର ଓ ଗ୍ରାମାଞ୍ଚଳରେ ଡାକ୍ତରଙ୍କ ଉପସ୍ଥିତି ସଂଖ୍ୟାରେ ଅନେକ ତାରତମ୍ୟ ରହିଛି। ବର୍ତ୍ତମାନ ଏହି ଅନୁପାତ ୩.୮:୧ ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri