ଭାରତରେ ୫୭% ଡାକ୍ତର କ୍ୱାକ୍‌

ନୂଆଦିଲ୍ଲୀ,୧୦-୮: ଆମ ଦେଶରେ ଏଲୋପାଥି ମେଡିସିନ୍‌ ପ୍ରାକ୍ଟିସ୍‌ କରୁଥିବା ଅଧିକାଂଶ ଡାକ୍ତର କ୍ୱାକ୍‌(ନକଲି) କି ବୋଲି ପ୍ରଶ୍ନ ଉଠିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟରେ ଏହା ଦର୍ଶାଯାଇଛି। ଚକିତ କଲା ଭଳି ଏହି ନିରାଟ ସତ୍ୟକୁ କେନ୍ଦ୍ର ସରକାର ପ୍ରଥମେ ଅସ୍ବୀକାର କରିବା ପରେ ଏବେ ମାନି ନେଇଛନ୍ତି।
ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ୨୦୧୬ରେ ଭାରତରେ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ଦେଶରେ ଯେତିକି ଏଲୋପାଥିକ ଡାକ୍ତର ପ୍ରାକ୍ଟିସ କରୁଛନ୍ତି, ସେମାନଙ୍କ ମଧ୍ୟରେ ୫୭.୩ ପ୍ରତିଶତଙ୍କ ନିକଟରେ କୌଣସି ମେଡିକାଲ ଡିଗ୍ରୀ ନାହିଁ। ସେତେବେଳେ କେନ୍ଦ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଥିଲେ। ଜାନୁୟାରୀ ୨୦୧୮ରେ ଲୋକ ସଭାରେ ଏକ ବିବୃତି ପ୍ରଦାନ କରି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଏହି ରିପୋର୍ଟକୁ ଫାଲ୍‌ତୁ ବୋଲି ଦର୍ଶାଇଥିଲେ। କିନ୍ତୁ ଏବେ ସେହି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଡବ୍ଲ୍ୟୁଏଚ୍‌ଓର ଉକ୍ତ ରିପୋର୍ଟକୁ ଔପଚାରିକ ଭାବେ ଠିକ୍‌ ବୋଲି ଦର୍ଶାଇଛି।
ନିକଟରେ ଅନୁମୋଦନ ଲାଭ କରିଥିବା ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ଆଇନ ଅଧୀନରେ ଗୋଷ୍ଠୀ ସ୍ବାସ୍ଥ୍ୟ ପେସାଦାର(ସିଏଚ୍‌ପି)ଙ୍କୁ ଡାକ୍ତର ଭାବେ ପ୍ରାକ୍ଟିସ କରିବାକୁ ଅନୁମତି ଦେବା ଲାଗି ସରକାର ଡବ୍ଲ୍ୟୁଏଚ୍‌ଓର ସେହି ପୁରୁଣା ରିପୋର୍ଟର ସହାୟତା ନେଇଛନ୍ତି। ଏହି ଆଇନ ସମ୍ପର୍କରେ ଅଗଷ୍ଟ ୬ରେ ଜାରି କରାଯାଇଥିବା ଏକ ଏଫ୍‌ଏକ୍ୟୁରେ କୁହାଯାଇଛି ଯେ, ବର୍ତ୍ତମାନ ଏଲୋପାଥିକ ମେଡିସିନରେ ପ୍ରାକ୍ଟିସ କରୁଥିବା ୫୭.୩% ଲୋକଙ୍କ ନିକଟରେ ମେଡିକାଲ ଡିଗ୍ରୀ ନାହିଁ। ୨୦୦୧ ଜନଗଣନା ଆଧାରରେ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ଭାରତର ଗ୍ରାମାଞ୍ଚଳରେ ପ୍ରାକ୍ଟିସ କରୁଥିବା ମାତ୍ର ୨୦ ପ୍ରତିଶତ ଡାକ୍ତରଙ୍କ ନିକଟରେ ମେଡିକାଲ ଡିଗ୍ରୀ ରହିଛି। ଏଥିରେ ଏହା ମଧ୍ୟ ଦର୍ଶାଯାଇଛି ଯେ, ପ୍ରାକ୍ଟିସ କରୁଥିବା କ୍ୱାକ୍‌ଙ୍କ ମଧ୍ୟରୁ ୩୧ ପ୍ରତିଶତ ଏଭଳି ଅଛନ୍ତି ଯେଉଁମାନେ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଏଫ୍‌ଏକ୍ୟୁରେ କୁହାଯାଇଛି ଯେ, ଭାରତରେ ଅଧିକାଂଶ ଗ୍ରାମୀଣ ଜନତାଙ୍କୁ ଭଲ ସ୍ବାସ୍ଥ୍ୟସେବା ମିଳୁନାହିଁ। ଏହି କାରଣରୁ ସେମାନେ ନକଲି ଡାକ୍ତର ବା କ୍ୱାକ୍‌ଙ୍କ ଜାଲ୍‌ରେ ପଡିଯାଉଛନ୍ତି।
ଏହି ଏଫ୍‌ଏକ୍ୟୁରେ ୨୦୧୬ରେ ଡବ୍ଲ୍ୟୁଏଚ୍‌ଓ ଦ୍ୱାରା ଜାରି ରିପୋର୍ଟ ସମ୍ପର୍କରେ ଉଲ୍ଲେଖ କରାଯାଇଛି, ଯାହାକୁ ଦେଢ଼ ବର୍ଷ ପୂର୍ବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାନିବାକୁ ରାଜି ନ ଥିଲେ। ୨୦୧୮ ଜାନୁୟାରୀ ୫ରେ ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଜବାବରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା କହିଥିଲେ ଯେ, ଡବ୍ଲ୍ୟୁଏଚ୍‌ଓର ରିପୋର୍ଟ ଭ୍ରମ ସୃଷ୍ଟି କରୁଛି। ମେଡିକାଲ ପ୍ରାକ୍ଟିସ କରିବା ଲାଗି ପଞ୍ଜୀକରଣ ଆବଶ୍ୟକ ହୋଇଥାଏ, ଯାହା ଏମ୍‌ବିବିଏସ୍‌ ଡିଗ୍ରୀ ବିନା ସମ୍ଭବ ନୁହେଁ। ସେ ଏହା ମଧ୍ୟ କହିଥିଲେ ଯେ, ଏଭଳି ନକଲି ଡାକ୍ତର ବା କ୍ୱାକ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରଥମ ଦାୟିତ୍ୱ ରାଜ୍ୟ ସରକାରଗୁଡ଼ିକଙ୍କ ହାତରେ ରହିଛି। ଏହା କହି ସେ କେନ୍ଦ୍ର ସରକାରଙ୍କ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଥିଲେ। ଏଫ୍‌ଏକ୍ୟୁରେ ଦର୍ଶାଯାଇଛି ଯେ, ସହର ଓ ଗ୍ରାମାଞ୍ଚଳରେ ଡାକ୍ତରଙ୍କ ଉପସ୍ଥିତି ସଂଖ୍ୟାରେ ଅନେକ ତାରତମ୍ୟ ରହିଛି। ବର୍ତ୍ତମାନ ଏହି ଅନୁପାତ ୩.୮:୧ ରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri