Posted inଜାତୀୟ

ଭାରତରେ ବଢ଼ୁଛି ବାୟୁ ପ୍ରଦୂଷଣ: ବର୍ଷକୁ ନେଉଛି ଲକ୍ଷେ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ,୬ା୬: ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବେ ପରିବେଶକୁ ବିଗାଡ଼ିଦେଲାଣି। ଏଥିଯୋଗୁ ପ୍ରତିବର୍ଷ ଭାରତରେ ୫ ବର୍ଷରୁ କମ୍‌ ବୟସର ପ୍ରାୟ ୧ ଲକ୍ଷ ଶିଶୁ ପ୍ରାଣ ହରାଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ଦେଶରେ ୧୨.୫ ପ୍ରତିଶତ ମୃତ୍ୟୁ ଏଥିଯୋଗୁ ହେଉଥିବା ପ୍ରକାଶ। ପରିବେଶ ସମ୍ପର୍କିତ ଥିଙ୍କ ଟ୍ୟାଙ୍କ ସିଏସ୍‌ଇ’ର ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ଏନ୍‌ଭାର୍ନମେଣ୍ଟ ରିପୋର୍ଟ କହୁଛି, ଭାରତର ପ୍ରତି ୧୦ ହଜାରରେ ୮.୫ ଶିଶୁ ୫ ବର୍ଷ ପୂରିବା ପୂର୍ବରୁ ଏଥିଯୋଗୁ ପ୍ରାଣ ହରାଉଛନ୍ତି। ଝିଅମାନଙ୍କ କ୍ଷେତ୍ରରେ ଏହି ହାର ୯.୬ ଥିବା ଦର୍ଶାଯାଇଛି। ବାୟୁ ପ୍ରଦୂଷଣକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଏପର୍ଯ୍ୟନ୍ତ ସଫଳ ରୂପ ନେଇ ନ ଥିବା ଦର୍ଶାଯାଇଛି।
ଗ୍ଲୋବାଲ୍‌ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୭ରେ ବାୟୁ ପ୍ରଦୂଷଣ ଯୋଗୁ ଭାରତରେ ୧.୨ ନିୟୁତ ଲୋକ ପ୍ରାଣ ହରାଇଛନ୍ତି। ଗ୍ରୀନ୍‌ପିସ୍‌ ରିପୋର୍ଟରେ ଦେଶର ରାଜଧାନୀ ସହର ନୂଆଦିଲ୍ଲୀକୁ ଭାରତର ସବୁଠାରୁ ପ୍ରଦୂଷିତ ସହରଭାବେ ପରିଗଣିତ କରାଯାଇଛି। ତେବେ ଏହି ରିପୋର୍ଟକୁ ପୂର୍ବତନ ପରିବେଶ ମନ୍ତ୍ରୀ ତଥା ବର୍ତ୍ତମାନର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଖାରଜ କରିଛନ୍ତି। ୨୦୧୩ରୁ ଇ-ଭେହିକଲ ପ୍ରଚଳନ କରାଯାଇଥିବାବେଳେ ଉଦ୍ଦେଶ୍ୟ ପୂରଣ କରିବା କ୍ଷେତ୍ରରେ ଏହା ବହୁ ପଛରେ ପଡ଼ିଥିବା କୁହାଯାଇଛି।
ଜଳବାୟୁ ପରିବର୍ତ୍ତନ ବିଶ୍ୱ ଅର୍ଥନୀତି ଲାଗି ଏବେ ବିପଦ ସୃଷ୍ଟିକରିଛି। ଭାରତର ସବୁଜ ଗୃହ ବାଷ୍ପ ନିର୍ଗମନ ୨୦୧୦ରୁ ୨୦୧୪ ମଧ୍ୟରେ ୨୨ ପ୍ରତିଶତ ବୃଦ୍ଧି ପାଇଛି। ଶିଳ୍ପ ଓ ଶକ୍ତି କ୍ଷେତ୍ର ବୃଦ୍ଧି, ଜଙ୍ଗଲ ନିଆଁ ପରିବେଶକୁ ଅଧିକ ପ୍ରଦୂଷିତ କରିପକାଉଛି। ଏଥିପ୍ରତି ସତର୍କ ଓ ସଚେତନ ନ ହେଲେ ପରିସ୍ଥିତି ଅଧିକ ବିଗିଡ଼ିଯିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ବଡ଼ ଝଟକା, ଦଳ ଛାଡ଼ିଲେ ପୁନାଓ୍ବାଲା ହେଲେ କାହିଁକି? ଜାଣନ୍ତୁ ଏହାର ଭିତିରି କଥା

ନୂଆଦିଲ୍ଲୀ,୨୧।୯: ଭାରତୀୟ ଜନତା ପାର୍ଟି (ଭାଜପା)ର ପୂର୍ବତନ ମୁଖପାତ୍ର ଶେହଜାଦ ପୁନାୱାଲାଙ୍କ ଦଳ ଛାଡ଼ିବା ପଛର ପ୍ରକୃତ କାରଣ କ’ଣ ଥିଲା? ସେ ଏହି ବିଷୟରେ ଖୋଲାଖୋଲି…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?