Posted inଜାତୀୟ

ଭାଜପା ପାଇଁ ସଙ୍କଟମୋଚନ ହେବ କି ଏନ୍‌ସିପି

ନୂଆଦିଲ୍ଲୀ,୨୮।୧୦: ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣାଓଟରା। ଏହି ସମୟରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ଏନ୍‌ସିପି ଭାଜପାର ସଙ୍କଟାମୋଚନ ହୋଇ ଉଭା ହେବ କି? କାରଣ ଏବେ ଶରଦ ପାଓ୍ବାର(ଏନ୍‌ସିପି) ଭାଜପା ଅବା ଶିବସେନା ଯାହାକୁ ସମର୍ଥନ କରିବେ ସେ ସରକାର ଗଠନ କରିପାରନ୍ତି। କିନ୍ତୁ ଏନ୍‌ସିପି ମୁଖ୍ୟ ବିରୋଧି ହୋଇ ରହିବାକୁ ପସନ୍ଦ କରିବ ବୋଲି ପାଓ୍ବାର ପୂର୍ବରୁ କହିସାରିଛନ୍ତି। ଏହାକୁ ନେଇ ଯଦି ଏନ୍‌ସିପି ତା’ କଥାରେ ଅଡି ବସିଲା ତେବେ ଭାଜପା ଶିବସେନା କଥା ମାନିନେବାକୁ ବାଧ୍ୟ ହେବ ବୋଲି ଆଲୋଚନା ହେଉଛି। ନଚେତ୍‌ ଭାଜପା ସରକାର ଗଠନ କରିପାରିବ ନାହିଁ। ଅନ୍ୟପଟେ ଭାଜପାକୁ ଚେତାବନୀ ଦେବାଭଳି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ଲୋକ ସଭା ନିର୍ବାଚନ ବେଳେ ଭାଜପା ଅଧ୍ୟକ୍ଷ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସହ ଯାହା କଥା ହୋଇଥିଲା ଶିବସେନାକୁ ନା ତା’ଠାରୁ ଅଧିକ ଦରକାର ନା କମ୍‌। ତେବେ ଶିବସେନାକୁ କେତେ ଆବଶ୍ୟକ ତାହା ସେ ସ୍ପଷ୍ଟ କରି ନାହାନ୍ତି। ଅନ୍ୟପଟେ କିନ୍ତୁ ଶିବସେନା ଅଢେଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଆସନ ଚାହୁଁଥିବା ପୂର୍ବରୁ ସୂଚନା ରହିଛି। ଏହାସହ ୫୦-୫୦ ଅଙ୍କକୁ ମଧ୍ୟ ମନେପକାଇ ଦେଇଛନ୍ତି ଉଦ୍ଧବ। ସୂଚନାଯୋଗ୍ୟ, ଚଳିତ ବିଧାନସଭା ନିର୍ବାଚନରେ ମୋଟ ୨୮୮ ଆସନ ମଧ୍ୟରୁ ଭାଜପା-୧୦୫, ଶିବସେନା-୫୬, ଏନ୍‌ସିପି-୫୪, କଂଗ୍ରେସ-୪୪ ଓ ଅନ୍ୟାନ୍ୟ-୨୯ ଆସନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

ସଇତାନ ସାଜିଲେ ମା’: ୨ ଶିଶୁଙ୍କୁ ପନିକିରେ ହାଣିବା ପରେ ନିଜେ…

ଝାରସୁଗୁଡା, ୧୨।୪(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ବିମାନ ବନ୍ଦର ଥାନା ଓରାମପଡାଠାରେ ଶନିବାର ବିଳମ୍ବିତ ରାତ୍ରିରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ମା’…

ହନୁମାନ ଦେଖି ଭୟରେ ଦୌଡ଼ୁଥିଲେ ଶୁଭଙ୍କର: ବିଦ୍ୟୁତ ସବ୍‌ଷ୍ଟେଶନରେ ଘଟିଲା ଅଘଟଣ

କୃଷ୍ଣପ୍ରସାଦ,୧୨।୪(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଭାବିନିପୁର ଗ୍ରାମରେ ଯାତ୍ରା ଦେଖିବାବେଳେ ଘଟିଛି ଏକ ଅଭାବନୀୟ ଘଟଣା। ଯାତ୍ରାର ହନୁମାନକୁ ଦେଖି ପାରଳା ଗ୍ରାମର…

ଶାନ୍ତିବାର୍ତ୍ତା ବିଫଳ ହେବା ପଛର କାରଣ କହିଲା ଇରାନ, ଆମେରିକା ଏଭଳି ଦାବି ରଖିଲା ଯାହା…

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ବିଫଳ ହୋଇଛି। ପ୍ରାୟ ୨୧ ଘଣ୍ଟାର ଦୀର୍ଘ ଆଲୋଚନା ପରେ…

ରାସ୍ତା ମଝିରେ ବିପଦସଙ୍କୁଳ ବିଦ୍ୟୁତ୍‌ ଖୁଣ୍ଟ: ଯାତାୟତରେ ବାଧା

ଅତାବିରା, ୧୨।୪(ଯୁଧିଷ୍ଠିର ମହାପାତ୍ର ): ବରଗଡ଼ ଜିଲା ଅତାବିରା ବ୍ଲକ ଚକୁଳିଫାର୍ମ -ଗଡମୁଣ୍ଡା କେନାଲ ରାସ୍ତାର ପ୍ରଶସ୍ତୀକରଣ କରାଯାଉଥିବାବେଳେ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ହଟୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri