ଭାଜପା ଛାଡିଲେ ଦାମ ରାଉତ: କହିଲେ ବିଜୁ ପଟ୍ଟନାୟକଙ୍କ ଅନୁଗତ ଭାବେ ରାଜ୍ୟର ସ୍ବାର୍ଥ ପାଇଁ ଅବଶିଷ୍ଟ ଜୀବନ ବିତାଇବେ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ):ଭାଜପାର ବରିଷ୍ଠ ନେତା ଦାମୋଦର ରାଉତ ବୁଧବାର ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫା ପତ୍ର ଦେବା ପରେ କ୍ଷୋଭ ପ୍ରକାଶ କରି ଦାମ କହିଛନ୍ତି, ନିଜକୁ ଦଳରେ ଅଲୋଡା ଅନୁଭବ କରୁଛି। ସାଧାରଣ ନିର୍ବାଚନରେ ଜନମତ ସୃଷ୍ଟି ପାଇଁ ମୋତେ ଭାଜପାର ବରିଷ୍ଠ ନେତା ଦଳରେ ସାମିଲ କରିଥିଲେ। ନିର୍ବାଚନ ପରେ ଏବେ ଦଳୀୟ କାର୍ଯ୍ୟକ୍ରମରେ ମୋ ଉପସ୍ଥିତିକୁ କେହି ଆବଶ୍ୟକ ମନେ କରୁନାହାନ୍ତି। ୩୫ ବର୍ଷ ଧରି ବିଧାୟକ, ୬ ଥର ମନ୍ତ୍ରୀ ରହିବା ପରେ ବି ନିଜକୁ ଆଲୋଡା ଭାବୁଛି। ଏହା ମୋ ଭିତରେ ଗଭୀର ମାନସିକ ଅସନ୍ତୁଳନ ସୃଷ୍ଟି କରୁଛି। ତେଣୁ ସକ୍ରିୟ ରାଜନୀତିରୁ ସମ୍ପୂର୍ଣ୍ଣ ଅବ୍ୟାହତି ନେବାକୁ ବାଧ୍ୟ ହେଉଛି ବୋଲି ଦାମ କହିଛନ୍ତି। ଆଗକୁ ବିଜୁଙ୍କ ଅନୁଗତ ଭାବେ ରାଜ୍ୟର ସ୍ବାର୍ଥ ପାଇଁ ଅବଶିଷ୍ଟ ଜୀବନ ବିତାଇବେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଦାମ ରାଉତ ରାଜନୀତିରୁ ଅବସର ନେବା କଥା ଘୋଷଣା କରିଥିଲେ। ଭାଜପା ଉପରେ ବର୍ଷି ସେ କହିଥିଲେ, ନିର୍ବାଚନ ପୂର୍ବରୁ ଭାଜପା ନେତା ମୋତେ ଡାକି ଦଳରେ ମିଶାଇଥିଲେ। କିନ୍ତୁ ପରେ ମୋତେ ପଚରାଯାଉନାହିଁ। ଏପରିକ ମୋତେ କେଉଁଠିକି ମଧ୍ୟ ଡକାଯାଉନାହିଁ। ଓଡ଼ିଶାର ହେଉ କି ଦିଲ୍ଲୀର କୌଣସି ନେତା ମୋ ସହ କଥା ମଧ୍ୟ ହେଉନାହାନ୍ତି। ଯେଉଁ ଦଳ ମୋତେ ପଚାରୁନି, ମୁଁ କ’ଣ ଗୋଡେଇକି ପ୍ରାର୍ଥୀ ହେବି ବୋଲି ଦାମ କହିଥିଲେ। ଗତ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇ ସେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। କିନ୍ତୁ ତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ଭାଜପା ଏସସି ମୋର୍ଚ୍ଚା ଜିଲା ସଭାପତି ଘୋଷଣା: ଗନ୍ଧମାର୍ଦ୍ଦନ ଉପରେ ପୁଣି ଭରସା କଲା ଭାଜପା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଭାଜପା ଅନୁସୂଚିତ ଜାତି (ଏସ୍‌ସି) ମୋର୍ଚ୍ଚା ଜିଲା ସଭାପତି ସୋମବାର ଘୋଷଣା ହୋଇଛି। ଏଥିରେ ଭାଜପା ଭଞ୍ଜନଗର ସାଂଗଠନିକ ଜିଲା (ଘୁମୁସର) ଏସସି ମୋର୍ଚ୍ଚା…

ସ୍ତ୍ରୀଙ୍କୁ ହତ୍ୟା ପରେ ପାଇଖାନା ଟାଙ୍କିରେ ଲୁଚେଇ ରଖିଥିଲେ ସ୍ବାମୀ ଗୁମର ଖୋଲିଲା ୪ ବର୍ଷର ପୁଅ

ରାଇଘର,୧୩।୪ (କିରଣ ପଟ୍ଟନାୟକ): ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ପରେ ପ୍ରମାଣ ଲୁଚାଇବାକୁ ଯାଇ ସ୍ବାମୀ ଜଣକ ଏକ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚେଇ ରଖିଥିଲେ।…

ପଞ୍ଚଭୂତରେ ବିଲୀନ ହେଲେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ; ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ, ପୁଅ ଦେଲେ ମୁଖାଗ୍ନି

ମୁମ୍ବାଇ,୧୩।୪: ବଲିଉଡରେ ଶୋକର ଲହରୀ ଖେଳିଯାଇଛି । ସିନେମା ଏବଂ ସଙ୍ଗୀତ ଜଗତ ଜଣେ କିମ୍ବଦନ୍ତୀ ଗାୟିକାଙ୍କୁ ହରାଇଛି । ଆଶା ଭୋସଲେ ଦଶନ୍ଧି ଧରି ଚଳଚ୍ଚିତ୍ର…

କଫସିରପ ଚାଲାଣର ପର୍ଦ୍ଦାଫାଶ କଲା ଦୁର୍ଘଟଣା, ତଳେ ପଡି ଗୋଟାଉଥିବା ବେଳେ ମାଡିବସିଲେ ଲୋକେ

ବଲାଙ୍ଗୀର,୧୩।୪ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦିନକୁ ଦିନ କଫସିରଫ ବେପାର ବଢିବାରେ ଲାଗିଛି l କଫସିରପ ମାଫିଆମାନେ ବିଭିନ୍ନ ସମୟରେ ବଡ଼ ବଡ଼ ଚାରିଚକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri