Posted inଜାତୀୟ

ଭାଜପାରେ ସାମିଲ ହେବେ କି ମହୁଆ? ଚମକାଇଲା ଭଳି ଜବାବ ଦେଲେ ଟିଏମସି ସାଂସଦ

କୋଲକାତା,୨୮।୬: ପଶ୍ଚିମବଙ୍ଗ ରାଜନୀତିରେ ଆଜିକାଲି ବେଶ୍‌ ହଲଚଲ ଦେଖିବାକୁ ମିଳୁଛି। ବିଧାନସଭା ନିର୍ବାଚନ ପରେ ଟିଏମସି (TMC) ରେ ବଡ଼ ଧରଣର ବିଭାଜନ ହେବାର ଖବର ସାମ୍ନାକୁ ଆସିଥିଲା। ଅନେକ ସାଂସଦ ଏବଂ ବିଧାୟକ ଦଳରୁ ଅଲଗା ହୋଇଯାଇଥିଲେ। ଏଭଳି ପରିସ୍ଥିତିରେ ମହୁଆ ମୋଇତ୍ରାଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା ଯେ ସେ ମଧ୍ୟ ଭାଜପାକୁ (BJP) ଯାଇପାରନ୍ତି। ଏହି ଅଟକଳକୁ ସେତେବେଳେ ଆହୁରି ଖୋରାକ ମିଳିଥିଲା ଯେତେବେଳେ ମହୁଆ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଶଂସା କରିଥିଲେ। ଏହାପରେ ରାଜନୈତିକ କରିଡରରେ ପ୍ରଶ୍ନ ଉଠିବାକୁ ଲାଗିଲା ଯେ କ’ଣ ମହୁଆ ମଧ୍ୟ ମମତା ବାନାର୍ଜୀଙ୍କଠାରୁ ଦୂରତା ରକ୍ଷା କରିପାରନ୍ତି।

ଏବେ ମହୁଆ ନିଜେ ଏହି ସବୁ ଚର୍ଚ୍ଚା ଉପରେ ଖୋଲାଖୋଲି ଭାବେ ଜବାବ ଦେଇଛନ୍ତି। ଏକ ସାକ୍ଷାତକାରରେ ଯେତେବେଳେ ତାଙ୍କୁ ପଚରାଗଲା ଯେ ସେ କେବେ ଭାଜପାକୁ ଯିବେ, ସେତେବେଳେ ସେ ସ୍ପଷ୍ଟ ଶବ୍ଦରେ ଏହି ସବୁ ଅଟକଳକୁ ଖାରଜ କରିଦେଇଥିଲେ।

ମହୁଆ କହିଛନ୍ତି ଯେ ରାଜନୀତିକୁ ଆସିବା ପାଇଁ ସେ ନିଜର ଯୁବ ବୟସ ଏବଂ ଜୀବନର ଏକ ବଡ଼ ଅଂଶ ଉତ୍ସର୍ଗ କରିଛନ୍ତି। ତାଙ୍କର ଉଦ୍ଦେଶ୍ୟ ହେଉଛି ଏଭଳି ଏକ ଭାରତ ପାଇଁ କାମ କରିବା ଯେଉଁଠାରେ ସବୁ ଧର୍ମର ଲୋକେ ଏକାଠି ରହିବେ। ଭାଜପାକୁ ଟାର୍ଗେଟ କହିଛନ୍ତି , ଦଳ ଦେଶରେ ସାମ୍ପ୍ରଦାୟିକତାକୁ ପ୍ରୋତ୍ସାହନ ଦେଇଛି। ମହୁଆ କହିଛନ୍ତି , ସେ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହାର ବିରୋଧ କରିବେ ଏବଂ ଯେପର୍ଯ୍ୟନ୍ତ ସେ ବଞ୍ଚିଥିବେ, ଭାଜପା ବିରୁଦ୍ଧରେ ଲଢ଼େଇ ଜାରି ରଖିବେ। ଏହି ସାକ୍ଷାତକାରରେ ମହୁଆ ଶୁଭେନ୍ଦୁ ଅଧିକାରୀଙ୍କ ସହ ନିଜର ପୁରୁଣା ସମ୍ପର୍କକୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ ଯେ ଯେତେବେଳେ ଦୁହେଁ ଗୋଟିଏ ଦଳରେ ଥିଲେ, ସେତେବେଳେ ଶୁଭେନ୍ଦୁ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କୋଳି ତୋଳିବାକୁ ଯାଇଥିଲେ ମା’-ଝିଅ, ହଠାତ୍‌ ବଦଳିଗଲା ପାଗ, ଘଟିଲା ବଡ଼ ଅଘଟଣ

ଉମରକୋଟ,୨୮ା୬(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକରୁ ଆସିଛି ଏକ ଦୁଃଖଦ ଖବର। କୋଳି ତୋଳିବାକୁ ଯାଇ ମା’-ଝିଅଙ୍କ ଜୀବନ ଚାଲିଯାଇଛି। ଏହି ଘଟଣା ପରେ ଗାଁରେ…

ଶିଶୁକନ୍ୟାର ମୁଣ୍ଡ ଉପରେ ଚଢ଼ିଗଲା ମିନିଟ୍ରକ୍‌

ନବରଙ୍ଗପୁର,୨୮ା୬(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ଉମରକୋଟରୁ ଆସିଛି ଏକ ଅତ୍ୟନ୍ତ ଦୁଃଖଦ ଏବଂ ହୃଦୟ ବିଦାରକ ଖବର। ୪ ବର୍ଷର ଏକ ଶିଶୁକନ୍ୟାଙ୍କ ଉପରେ ଚଢ଼ିଗଲା ମିନିଟ୍ରକ୍‌।…

ଚଳନ୍ତା ବାଇକ୍‌ରେ ଶାଶୁଙ୍କୁ ହତ୍ୟା, ପରିବାର ଲୋକଙ୍କୁ କହିଲେ ହାର୍ଟ ଆଟାକ୍‌, ମାତ୍ର ଏମିତି ରହସ୍ୟ ଖୋଲିଦେଲା ପୋଲିସ…

ହାଇଦ୍ରାବାଦ,୨୮ା୬: ତେଲଙ୍ଗାନାର କରିମନଗର ଜିଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଜ୍ୱାଇଁ ତାଙ୍କ ଶାଶୁଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି।…

ୟୁରୋପରେ ତାତିର ତାଣ୍ଡବ! ୧୦୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ,୨୮।୬: ପଶ୍ଚିମ ୟୁରୋପରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ରେକର୍ଡ ଭାଙ୍ଗୁଥିବା ବେଳେ ଲୋକେ ଆଉଟୁପାଉଟୁ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି ।…

ମୋଦିଙ୍କୁ ମିଳିଲା ଏହି ଦେଶର ସର୍ବୋଚ୍ଚ ସମ୍ମାନ, ସ୍ଥାୟୀ ଅଭିବୃଦ୍ଧି…

ଭିକ୍ଟୋରିଆ,୨୮।୬: ସେଚେଲ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଗାର୍ଡିଆନ୍ ଅଫ୍ ଦି ବ୍ଲୁ ହରାଇଜନ୍’ ସମ୍ମାନରେ ସମ୍ମାନିତ କରାଯାଇଛି। ପରିବେଶ ସଂରକ୍ଷଣ ଏବଂ ସ୍ଥାୟୀ ବିକାଶରେ…

୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା: ପୂର୍ତ୍ତ ବିଭାଗର ନୀରବଦ୍ରଷ୍ଟା ନେଇ ବଢିବାରେ ଲାଗିଛି ଜନ ଅସନ୍ତୋଷ

ଲାଞ୍ଜିଗଡ,୨୮।୬(ରମେଶ ଚନ୍ଦ୍ର ନାୟକ) : କଳାହାଣ୍ଡି ଜିଲା ଭବାନୀପାଟଣା ଠାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ପାଲଟିଛି ମରଣଯନ୍ତା । ବିଶେଷ କରି…

ସାନ ଭାଇ, ବାପାଙ୍କୁ କଟୁରିରେ ହାଣିଲେ ବଡ଼ ଭାଇ: ଜମିଜମା ବିବାଦରୁ ଘଟିଲା ରକ୍ତାକ୍ତ…

ଉଦଳା: ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ ଶିରାଥଳି ଗାଁରେ ଜମିଜମା ବିବାଦକୁ କେନ୍ଦ୍ର କରି ଏକ ଅଭାବନୀୟ ଘଟଣା ଘଟିଛି। ଜମି ବଣ୍ଟନକୁ ନେଇ ପରିବାର…

୧୦୦-୨୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ଖବର; ଘରେ ଜମା କରିବା ଆରମ୍ଭ କଲେଣି ଲୋକେ, ଜାଣନ୍ତୁ କଣ ରହିଛି କାରଣ…

ନୂଆଦିଲ୍ଲୀ, ୨୮।୬: ନିକଟ ଦିନଗୁଡ଼ିକରେ ୧୦୦ ଏବଂ ୨୦୦ ଟଙ୍କିଆ ନୋଟକୁ ନେଇ ଏକ ନୂଆ ଧାରା ଦେଖିବାକୁ ମିଳୁଛି। ଲୋକମାନେ ପୂର୍ବ ଅପେକ୍ଷା ନିଜ ଘରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri