ଭାଙ୍ଗିଲା ସୂର୍ଯ୍ୟମନ୍ଦିର ମୂର୍ତ୍ତି, ବିବାଦରେ ଏଏସ୍‌ଆଇ

ଭୁବନେଶ୍ୱର,୨୯।୨(ବ୍ୟୁରୋ): ବିଶ୍ୱ ଐତିହ୍ୟସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିରର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ସାଦା ପଥର ଲଗାଇବା ବିବାଦ ଥମିନାହିଁ। ଏବେ ଆଉ ଏକ ବିବାଦ ମୁଣ୍ଡ ଟେକିଛି। କିଛିଦିନ ତଳେ ଏଏସ୍‌ଆଇ ପକ୍ଷରୁ କୋଣାର୍କ ମନ୍ଦିର ଚାରିପଟେ ଲାଗିଥିବା ଲୁହାଭାରା ଖୋଲାଯିବେବେଳେ ଏକ ମୂର୍ତ୍ତି ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି।
କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ହୋଇଥିବା ଅଭିଯୋଗ ମୁତାବକ, ମନ୍ଦିର ଚାରିପଟୁ ଲୁହାଭାରା କାଢ଼ିବା ସମୟରେ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ପୂର୍ବଭାଗରେ ଥିବା ୫ ଫୁଟର ମୈଥୁନରତ ଯୁଗଳମୂର୍ତ୍ତି ଭାଙ୍ଗିଯାଇଛି। ମୂର୍ତ୍ତିର ଆଣ୍ଠୁ ପାଖରୁ ଅବଶିଷ୍ଟ ଅଂଶ ସମ୍ପୂର୍ଣ୍ଣଭାବେ ଭାଙ୍ଗି ବିଚ୍ଛିନ୍ନ ହୋଇଯାଇଛି। ଭାଙ୍ଗିଯାଇଥିବା ଏହି ଅଂଶକୁ ସଙ୍ଗେ ସଙ୍ଗେ ଯୋଡ଼ାଯାଇ ମରାମତି କରାଯାଇପାରିଥାନ୍ତା। ହେଲେ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଭଙ୍ଗା ଅଂଶ ହଜିଯାଇଥିବା ଜଣାପଡ଼ିଛି। ଫଳରେ ଦୂରରୁ ମଧ୍ୟ ଭଙ୍ଗା ମୂର୍ତ୍ତି ସ୍ପଷ୍ଟ ଦେଖାଯାଉଛି। ତେବେ କେବଳ ଏଥର ନୁହେଁ, ପୂର୍ବରୁ ମଧ୍ୟ ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳା ଯୋଗୁ ସୂର୍ଯ୍ୟମନ୍ଦିରର ବହୁ କାରୁକାର୍ଯ୍ୟପୁର୍ଣ୍ଣ କଳାକୃତି ନଷ୍ଟ ହୋଇଯାଇଥିବା ସମିତିର ସାଧାରଣ ସମ୍ପାଦକ ଅନିଲ ଧୀର କହିଛନ୍ତି। ମନ୍ଦିରର ମରାମତି ପାଇଁ ଅଣକୁଶଳୀ ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବାରୁ ଏଭଳି ପରିସ୍ଥିତି ସୃଷ୍ଟିହେଉଛି। ଏଏସ୍‌ଆଇର ଅବହେଳା ଯୋଗୁ ଗତ ପ୍ରଳୟଙ୍କରୀ ବାତ୍ୟା ଫନୀରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସିଂହ ମୂର୍ତ୍ତି କ୍ଷତିଗସ୍ତ ହୋଇଥିଲା। ୨୦୧୯ ମେ’ ୨୧ରେ ଏଏସ୍‌ଆଇ ଏଥିପାଇଁ ଜଗନ୍ନାଥ ମନ୍ଦିର ପ୍ରଶାସନକୁ କ୍ଷମା ମାଗିଥିଲା। କୋଣାର୍କରେ ମଧ୍ୟ ମନ୍ଦିର ଚାରିପଟେ ଲାଗିଥିବା ଲୁହାଭାରା ମଧ୍ୟରୁ ଗୋଟିଏ ଲୁହାରଡ ଭାଙ୍ଗି ସିଂହ ମୂର୍ତ୍ତି ଉପରେ ପଡ଼ିଯିବାରୁ ତାହା କ୍ଷତିଗ୍ରସ୍ତ ହୋଇଥିଲା। ଗୋଟିଏପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରର ବିଶ୍ୱ ଐତିହ୍ୟ ମାନ୍ୟତା ଉଠିଯିବା ନେଇ ଆଶଙ୍କା ଲାଗିରହିଥିବା ବେଳେ ଏଏସ୍‌ଆଇର ଏଭଳି ବାରମ୍ବାର ଅବହେଳା ପରିସ୍ଥିତିକୁ ଆହୁରି ଜଟିଳ କରୁଛି। ଉଭୟ ଏଏସ୍‌ଆଇ ଏବଂ ଓଡ଼ିଶା ସରକାର କୋଣାର୍କ ମନ୍ଦିରର ସୁରକ୍ଷା ଉପରେ ଆହୁରି ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ମନ୍ଦିରର ମରାମତି ଏବଂ ସଂରକ୍ଷଣ କାର୍ଯ୍ୟ ସମୟରେ ସ୍ଥାନୀୟ ଲୋକ ଏବଂ କାରିଗରଙ୍କ ପରାମର୍ଶ ନେବାକୁ ଅନିଲ ଧୀର କହିଛନ୍ତି।
କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶରେ କୋଣାର୍କର ସୁରକ୍ଷା ପାଇଁ ଏକ ଗୁରୁତ୍ୱପୁର୍ଣ୍ଣ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ବହୁ ବଡ଼ ବଡ଼ ପ୍ରତ୍ନତତ୍ତ୍ୱବିତ୍‌, ଇଞ୍ଜିନିୟର ଏବଂ ବିଶେଷଜ୍ଞମାନେ ଯୋଗଦେଇଛନ୍ତି। ପୂର୍ବରୁ ୧୯୯୭ରେ ମଧ୍ୟ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ପାଇଁ ଏଭଳି ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ ବିଦେଶରୁ ବହୁ ବିଶେଷଜ୍ଞମାନେ ଯୋଗଦେଇଥିଲେ। ହେଲେ କିଛି ସୁଫଳ ମିଳିଲାନି। ସେମାନଙ୍କ ପରାମର୍ଶକୁ କାର୍ଯ୍ୟରେ ଲଗାଗଲାନି। ଫଳରେ ଜଗମୋହନରେ ଥିବା ବାଲି ଦିନକୁ ଦିନ ଦବୁଥିବା ବେଳେ ମନ୍ଦିର ଚାରିପଟେ ଜମୁଥିବା ପାଣି ମନ୍ଦିର ପ୍ରତି ବିପଦ ସୃଷ୍ଟିକରୁଛି। ଯଦି ତୁରନ୍ତ ଏହାର ମରାମତି କରା ନ ଯାଏ ତାହେଲେ ଓଡ଼ିଶାର ଏହି ଏକମାତ୍ର ବିଶ୍ୱ ଐତିହ୍ୟସ୍ଥଳୀ ମାଟିରେ ମିଶିଯିବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ କିଛିଦିନ ତଳେ ମନ୍ଦିରର କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢି ସାଦା ପଥର ଲଗାଇବା ଘଟଣାରେ ଏଏସଆଇ ନାମରେ ଯେଉଁ ଅଭିଯୋଗ ଉଠିଥିଲା ତାହାକୁ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍‌ କୋଣାର୍କ ଯାଇ ମନ୍ଦିର ଗର୍ଭର ସ୍ଥିତି ଅନୁଧ୍ୟାନ କରିଥିଲେ। ସୂର୍ଯ୍ୟମନ୍ଦିରର ନାଟ୍ୟ ମଣ୍ଡପ ମୁଖଶାଳାର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ସହ ଯେଉଁ ସ୍ଥାନକୁ ନେଇ ବିବାଦ ଉଠିଥିଲା ସେହି ସ୍ଥାନକୁ ଅନୁଧ୍ୟାନ କରାଯାଇଥିଲା। କୋଣାର୍କ ମନ୍ଦିରର ସୁରକ୍ଷା ପାଇଁ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ବିଭାଗୀୟ ସଚିବ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri