ଭାଗବତର ଭବିଷ୍ୟ ବାର୍ତ୍ତା

ବିମଳ ପ୍ରସନ୍ନ ଦାସ

ସମୟର ଆବର୍ତ୍ତନରେ ଯେଉଁ ଚାରି ଯୁଗର ଆଗମନ ଏବଂ ଆଚାର ବର୍ଣ୍ଣିତ ହୋଇଛି, ତା’ ହେଉଛି ସତ୍ୟ, ତ୍ରେତୟା, ଦ୍ୱାପର ଓ କଳି। ପ୍ରଥମ ତିନୋଟି ଯୁଗରେ ସତ୍ୟ, ଧର୍ମ, ପବିତ୍ରତା, ଦୟା, କ୍ଷମା ପ୍ରଭୃତି ସମୁନ୍ନତ ଚେତନାର ଆଦୃତି ରହିଥିବାବେଳେ କଳି ଯୁଗର ଆଗମନରେ ଏ ସବୁ ନଷ୍ଟ ଭ୍ରଷ୍ଟ ହୋଇଯିବ। ହଜାର ହଜାର ବର୍ଷ ପୂର୍ବେ ଆମର ମୁନି ଋଷିମାନେ ଏହାର ପୂର୍ବାନୁମାନ କରିନେଇ ପୁରାଣରେ ତାକୁ ଲିପିବଦ୍ଧ କରିଥିଲେ। ପଞ୍ଚସଖା ଯୁଗର ମହାପୁରୁଷ ଯଶୋବନ୍ତ ଏ ତଥ୍ୟ, ତାଙ୍କ ରଚିତ ‘ଭାଗବତ ଭଜନ ମାଳା’ରେ ଉଲ୍ଲେଖ କରିଛନ୍ତି, ତା ହେଉଛି – ”ଦ୍ୱାଦଶ ସ୍କନ୍ଧରେ ଆଗତ ଭବିଷ୍ୟ ପରୀକ୍ଷିତ ଆଗେ ଶୁକ କହିଲା – କହେ ଯଶୋବନ୍ତ ସେ ପାଦେ ଶରଣ ଅକାରଣେ ମୋର ଜନମ ଗଲା।“
ଶାପଗ୍ରସ୍ତ ମହାରାଜ ପରୀକ୍ଷିତ ପବିତ୍ର ଗଙ୍ଗାକୂଳରେ ମହାମୁନି ଶୁକଙ୍କ ଶରଣାପନ୍ନ ହୋଇ ମୁକ୍ତିର ଉପାୟ ଜିଜ୍ଞାସା କରିଛନ୍ତି। କାରଣ ସାତଦିନ ମଧ୍ୟରେ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ଅନିବାର୍ଯ୍ୟ। ତେଣୁ ଶୁକ ମୁନିଙ୍କୁ ଯେଉଁ ତିନୋଟ ପ୍ରଶ୍ନ ପଚାରିଲେ, ତାହା ହେଉଛି : (୧) କହି ଜୀବନ ଯିବା ବେଳେ – କିବା ସାଧିବି ମହୀତଳେ, (୨) କିବା ଶୁଣିବି କର୍ଣ୍ଣପଥେ – ସ୍ମରଣ କି କରିବି ଚିତ୍ତେ, (୩) କିବା କରିବି ଉଚ୍ଚାରଣ – ଭଜିବି କାହାର ଚରଣ, ଏ ତିନୋଟ ପ୍ରଶ୍ନର ଉତ୍ତର ମହାମୁନି ଶୁକ ଭାଦ୍ରବ ନବମୀଠାରୁ ପୂର୍ଣ୍ଣମୀ ମଧ୍ୟରେ (ଇନ୍ଦୁ ପୂର୍ଣ୍ଣମୀ – ଭାଗବତ ଜନ୍ମ) ମହାରାଜ ପରୀକ୍ଷିତଙ୍କୁ ଯେଉଁ ଆମତ୍ଜ୍ଞାନ ଶୁଣାଇଥିଲେ ତାହା ହିଁ ଶ୍ରୀମଦ ଭାଗବତ ମହାପୁରାଣ। ”ପରମ ଶାସ୍ତ୍ର ଭାଗବତ- ଅଭ୍ୟାସ କରୁଥିବ ନିତ୍ୟ“
ମହାମୁନି ଶୁକଦେବ କହିଥିଲେ, ଯେବେ ଘୋର କଳିଯୁଗ ଘନେଇ ଆସିବ, ସେ ସମୟରେ ସତ୍ୟ, ଧର୍ମ, ପବିତ୍ରତା, ଦୟା, କ୍ଷମା, ଆୟୁ, ଶକ୍ତି ଇତ୍ୟାଦି ସବୁ ନଷ୍ଟ ଭ୍ରଷ୍ଟ ହୋଇଯିବ। ସତ୍ୟବାଦୀ ଅଧ୍ୟାମତ୍ବାଦୀ ଧର୍ମ ପରାୟଣ ବ୍ୟକ୍ତିଗଣ ଅନାଦର ଓ ଅବହେଳାର କବଳିତ ହୋଇ ଅନାହାରରେ ମୃତ୍ୟୁବରଣ କରିବେ। ସେମାନେ ସକଳ ଦୁଃଖ, କଷ୍ଟ ଓ ଯାତନା ଭୋଗ କରିବେ। ମହାମୁନି ଶୁକ ମହାରାଜ ପରୀକ୍ଷିତଙ୍କୁ ଆଗତ ଭବିଷ୍ୟତର ସ୍ପଷ୍ଟ ସୂଚନା ଦେଇ କହିଲେ- ”ଯେଉଁ ଜନର ଧନ ଥିବ- ସଂସାରେ ବଡ଼ ସେ ହୋଇବ। ସର୍ବଗୁଣ ଯେ ତାଙ୍କର ପୁଣ – ଧନ ନ୍ୟାୟ ଯେ ବିଚାରଣ। ବଳବନ୍ତ ଯେ ହୋଇବ ସେହି – ତା’ ବିନା କେହି କିଛି ନୋହି। ଯେ ଜନ ନିର୍ଧନ ହୋଇବ – ତାକୁ ସହାୟ କେ ନୋହିବ। ନ୍ୟାୟରେ ସେ ଲୋକ ହାରିବ – ସଭାରେ ନିନ୍ଦିତ ହୋଇବ।“
ଯାହା ପାଖରେ କେବଳ ଧନ ଥିବ ସେ କୁଳୀନ, ସଦାଚାରୀ, ସଦ୍‌ଗୁଣ ସଂପନ୍ନ ଭାବରେ ପ୍ରଖ୍ୟାତ ହେବ। ଯିଏ ବଳବନ୍ତ ତା’ ହାତରେ ଧର୍ମ ଓ ନ୍ୟାୟ ରହିବ। ବିବାହ ଆଦି ଶୁଭକାର୍ଯ୍ୟ ବିବେକାନୁମୋଦିତ ହେବନାହିଁ। ଯୁବତୀ ଯୁବକଙ୍କ ରୁଚି ଉପରେ ବିବାହ ଇତ୍ୟାଦି ଶୁଭକାର୍ଯ୍ୟ ସଂପାଦିତ ହେବ। ଛନ୍ଦ କପଟ କହିପାରୁଥିବା ବ୍ୟକ୍ତି ସବୁରି ଦୃଷ୍ଟିରେ ପାରଙ୍ଗମ ରୂପେ ବିବେଚିତ ହେବେ। ଶାଳୀନତା, ସଂଯମ ପରିବର୍ତ୍ତେ କେବଳ ସମ୍ଭୋଗ ହିଁ ଶ୍ରେଷ୍ଠତା ଲାଭ କରିବ। ଅବଶ୍ୟ ଯଜ୍ଞ ପର୍ବତ ଧାରୀ ବ୍ୟକ୍ତିଙ୍କୁ ବ୍ରାହ୍ମଣ କୁହାଯିବ, କିନ୍ତୁ ଏମାନଙ୍କର ପ୍ରକୃତ ବ୍ରାହ୍ମଣର ଗୁଣ ନ ଥିବ। ଯଥା ”ବ୍ରହ୍ମା ଜାନାତି ଇତି – ବ୍ରାହ୍ମଣ୍ୟ – ଏ ସଂଜ୍ଞା ଅବାନ୍ତର ହୋଇଯିବ। କଠଉ, କମଣ୍ଡଳୁ, ଦଣ୍ଡ ଓ ଗୈରିକ ବସ୍ତ୍ର ପରିହିତ ବ୍ୟକ୍ତି କାମକୁ ମାତ୍ର ବ୍ରହ୍ମଚାରୀ ଓ ସନ୍ନ୍ୟାସୀ ଓ ଶେଷରେ ଭଣ୍ଡ ଭାବରେ ଦଣ୍ଡ ଭୋଗିବେ। ଏସବୁ ପୂର୍ବାନୁମାନର ନଗ୍ନ ବାସ୍ତବ ରୂପ ବର୍ତ୍ତମାନ ନିତ୍ୟ ନୈମିତିକ ଘଟଣା ଯାହା ଗଣମାଧ୍ୟମ ପ୍ରତିଦିନ ପରିବେଷଣ କରୁଛନ୍ତି। ଏସବୁର ତାଲିକା ଏତେ ଦୀର୍ଘ ଯେ ଗୋଟିଏ ପ୍ରବନ୍ଧର କ୍ଷୁଦ୍ର କଳେବର ମଧ୍ୟରେ ତାକୁ ଉଲ୍ଲେଖ କରିବା ଅସମ୍ଭବ। ଏମାନେ ଯୁଗ ଯୁଗର ସଂସ୍କୃତି ଓ ଧ୍ୱଂସ କରିବେ ଓ କରୁଛନ୍ତି। ପବିତ୍ର ନ୍ୟାୟାଳୟରେ ଲାଞ୍ଚ ଓ ମିଛର ପ୍ରାବଲ୍ୟ। କେବଳ ଧନ ବ୍ୟୟ କରି ବ୍ୟକ୍ତି ବିଜୟୀ ହେବେ। ଆଜି ତାହା ହିଁ ନିଷ୍ଠୁର ବାସ୍ତବତା। ଅଧ୍ୟାମତ୍ବାଦୀ କବି ଗଙ୍ଗାଧର ମଧ୍ୟ ଲେଖିଛନ୍ତି। ଧନେଶ୍ରିତ ହୋଇଥାଏ। ଯାହାର ବିଚାର – ତାକୁ ଲୋକେ ବୋଲୁଥାନ୍ତି ଧର୍ମାବତାର। ଅର୍ଥାତ୍‌ ନ୍ୟାୟ ବ୍ୟବସ୍ଥା ନ୍ୟାୟୋଚିତ ହେବନାହିଁ। କଥା କହିପାରୁଥିବା ଲୋକ ପଣ୍ଡିତ ବୋଲାଇବେ। ଅହଂକାରୀ, ଗର୍ବୀ ଲୋକଙ୍କୁ ସମାଜ ସାଧୁର ମାନ୍ୟତା ଦେବ। ଗଙ୍ଗା, ଗୋମତୀ, ଯମୁନା, ପିତା, ମାତା ଓ ଗୁରୁଜନମାନଙ୍କ ପ୍ରତି ସମ୍ମାନ ରହିବ ନାହିଁ। ବଡ଼ ପାଟିଆ ହିଁ ସତ୍ୟବାଦୀ ହେବେ। ଯଶ, ମାନ, ପ୍ରତିପତ୍ତି ଓ ପ୍ରତିଷ୍ଠା ଲୋଭରେ ମଣିଷ ସତ୍ୟ ଓ ଧର୍ମକୁ ରଳୁ କରିଦବ। ତେଣୁ ଶୁକ ମୁନି କହିଛନ୍ତି। ”ଏ ବଡ଼ ଲୋକଙ୍କର ମତ – ଅଳପ ଜନେ ବିପରୀତ ଯେଣୁ ଏ ତେଜେ ବଳବନ୍ତ। – ଏହାଙ୍କ କର୍ମ ବିପରୀତ।“
ମୋ :୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri