ଭାଇରାଲ ହେଉଛନ୍ତି ଜୟପୁରର କିଶୋର କୁମାର

ଜୟପୁର,୪ା୯ (ଡି.ଏନ୍‌.ଏ.):‘ଚଲ୍‌ତେ ଚଲ୍‌ତେ ମେରେ ୟେ ଗୀତ୍‌ ୟାଦ୍‌ ରଖନା, କଭି ଅଲ୍‌ବିଦା ନା କେହ୍‌ନା।’ ଜୟପୁର ସହରର ଏକ ନିର୍ଦ୍ଦିଷ୍ଟ ଅଟୋରେ ଆପଣ ଯାତ୍ରା କରିବା ବେଳେ ଭାସିଆସିବ କିଶୋର କୁମାରଙ୍କ ଏଇ ଚିର ସବୁଜ ଗୀତ ସାଙ୍ଗକୁ ଆହୁରି ଅନେକ ସୁରିଲା ଗୀତ। ସେ ଗୀତର ସ୍ବର ଷ୍ଟେରିଓରୁ ନୁହେଁ, ବରଂ ଷ୍ଟିଅରିଂ ଧରିଥିବା ଅଟୋ ଡ୍ରାଇଭରଙ୍କ କଣ୍ଠରୁ ଝରୁଥିବ। କୋରାପୁଟ ଜିଲା ଜୟପୁର ସହରର କିଶୋର କୁମାର ଭାବେ ପରିଚିତ ଏଇ ଅଟୋ ଚାଳକ ଜଣକ ହେଉଛନ୍ତି ପଦ୍ମନ ଗୌଡ଼।
ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ରାନୁ ମଣ୍ଡଳଙ୍କ ପରେ ଏବେ କିଶୋର କୁମାରଙ୍କ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ପଦ୍ମନ ଗୌଡ଼। ସୋସିଆଲ ମିଡିଆର ୟୁଟ୍ୟୁବ୍‌ ଓ ଫେସବୁକ୍‌ରେ ସେ ଗାଉଥିବା ୧୦ରୁ ୧୨ଟି ଭିଡିଓକୁ ଗତ ୫/୬ ଦିନ ଭିତରେ ଲକ୍ଷାଧିକ ଭିଉଜ୍‌ ମିଳିସାରିଛି। ଚଲ୍‌ତେ ଚଲ୍‌ତେ, ଜାନେମନ୍‌ ଜାନେମନ୍‌ ଭଳି ପ୍ରଖ୍ୟାତ କଣ୍ଠଶିଳ୍ପୀ ସ୍ବର୍ଗତ କିଶୋର କୁମାରଙ୍କ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତକୁ ଏହି ଭିଡିଓ ସବୁରେ ଗାଇଛନ୍ତି ପଦ୍ମନ। ଏତେ ସୁନ୍ଦର ଗୀତ ଗାଉଥିବା ଏହି କଳାକାର ଜଣେ ଅଟୋ ଡ୍ରାଇଭର। ବିଶେଷ ପାଠ ପଢ଼ି ନ ଥିବା ପଦ୍ମନ ସଂଗୀତ ସାଧନା ପାଇଁ କାହାଠାରୁ ତାଲିମ ନେଇ ନାହାନ୍ତି। ପିଲାଟି ବେଳରୁ କେବଳ ରେଡିଓ ଏବଂ ଟିଭି ଦେଖି ସେ ଗୀତ ସବୁ ଶିଖିଥିବା କହିଛନ୍ତି। ମଝିରେ ମଝିରେ ସୁଯୋଗ ମିଳିଲେ ସେ ଅର୍କେଷ୍ଟ୍ରାରେ କିଶୋର କୁମାରଙ୍କ କିଛି ଗୀତ ଗାଆନ୍ତି। ସେଥିପାଇଁ ସେ ସ୍ଥାନୀୟ ଅଞ୍ଚଳରେ ଜୟପୁରର କିଶୋର କୁମାର ଭାବେ ପରିଚିତ। ସ୍ତ୍ରୀ ଓ ଝିଅଙ୍କୁ ନେଇ ପଦ୍ମନଙ୍କ ପରିବାର। ଗରିବ ପରିବାରରେ ତାଙ୍କର ଜନ୍ମ ଆଉ ଏବେମଧ୍ୟ ଅଭାବ ତାଙ୍କ ପିଛା ଛାଡ଼ିନାହିଁ। ଅଟୋ ଚଳାଇଲେ ଯାହା ରୋଜଗାର କରନ୍ତି, ସେତିକିରେ ୩ ପ୍ରାଣୀ ଚଳି ଯାଆନ୍ତି। ଏକଦା ଗୀତ ଗାଇବା ମାନିଆ ପାଇଁ ପଦ୍ମନଙ୍କୁ ତାଙ୍କ ସ୍ତ୍ରୀ ପ୍ରଥମେ ବିବାହ କରିବାକୁ ରାଜି ହୋଇ ନ ଥିଲେ ସତ; କିନ୍ତୁ ବିବାହ ପରେ ସ୍ବାମୀଙ୍କ ଗୀତକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଅନ୍ୟପକ୍ଷରେ ଗୀତ ଗାଇବାକୁ ପଦ୍ମନଙ୍କୁ ସୁଯୋଗ ମିଳିବା ପାଇଁ ୨ ବର୍ଷ ହେଲା ପ୍ରୟାସ ଜାରି ରଖିଛନ୍ତି ତାଙ୍କ ବାଲ୍ୟବନ୍ଧୁ ତ୍ରିପତି ଗନ୍ତାୟତ। ଏଥିପାଇଁ ସେ ବିଭିନ୍ନ ସଙ୍ଗଠନକୁ ଭେଟିବା ସହ ପଦ୍ମନଙ୍କ ଗୀତକୁ ଭିଡିଓ ଆକାରରେ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ତାହା ଏବେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri