ଭରତପୁର କୋଇଲା ଖଣି ଦୁର୍ଘଟଣା: ଏମ୍‌ସିଏଲ୍‌ର କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନବାଚୀ

ତାଳଚେର,୨୯ା୭(ନି.ପ୍ର.) ଅନୁଗୋଳ ଜିଲା ତାଳଚେରସ୍ଥିତ ମହାନଦୀ କୋଲ୍‌ ଫିଲ୍‌ଡସ ଲିମିଟେଡ (ଏମ୍‌ସିଏଲ୍‌)ର ଭରତପୁର କୋଇଲା ଖଣିରେ ଗତ ୨୩ ତାରିଖ ରାତିରେ ଘଟିଥିବା ଦୁର୍ଘଟଣାରେ ଏଯାଏ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋଇଲା ତଳେ ପୋତି ହୋଇ ରହିଥିବା ଆଉ ଜଣଙ୍କ ମୃତଦେହ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ତେବେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲେ ବି ଏହି ଦୁର୍ଘଟଣା ପାଇଁ ଏମ୍‌ସିଏଲ୍‌ ପକ୍ଷରୁ ଗତ ୨୭ ତାରିଖରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭରତପୁର ଖଣି ପରିଚାଳକ ଭି.କେ. ସିଂଙ୍କୁ ଏମ୍‌ସିଏଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି। ହେଲେ ଏତେବଡ଼ ଦୁର୍ଘଟଣା ପାଇଁ କେବଳ ଜଣେ ମାତ୍ର ଅଧିକାରୀଙ୍କୁ ନିଲମ୍ବନ କରାଯିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏମ୍‌ସିଏଲ୍‌ର ଏପରି କାର୍ଯ୍ୟାନୁଷ୍ଠାନକୁ ତାଳଚେରର ଜନସାଧାରଣଙ୍କଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ପରିବେଶବିତ୍‌ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମାଲୋଚନା କରାଯାଇଛି। ସେମାନଙ୍କ କହିବା ଅନୁଯାୟୀ, ନିୟମିତ ବ୍ୟବଧାନରେ ଆଇଏସ୍‌ଓ (ଇଣ୍ଟର ନ୍ୟାଶନାଲ ସେଫ୍ଟି ଅର୍ଗାନାଇଜେଶନ) ଟିମ୍‌ର ବରିଷ୍ଠ ପଦାଧିକାରୀ, ଡିଜିଏମ୍‌ଏସ୍‌ ଖଣି ପରିଦର୍ଶନ କରିଥାନ୍ତି। ଏହା ସତ୍ତ୍ୱେ ଖଣି ଖନନ ବେଳେ କେମିତି ଏତେବଡ଼ ଦୁର୍ଘଟଣା ଘଟିଲା। ଖନନ କିମ୍ବା ସୁରକ୍ଷା ନିୟମରେ ତ୍ରୁଟି ଥିଲା କି? ଯଦି କିଛି ନୀତି ନିୟମ ଉଲ୍ଲଂଘନ କରାଯାଇଥିଲା ତା’ହେଲେ ସେସବୁ ଉପରୋକ୍ତ ଟିମ୍‌ ଓ ପଦାଧିକାରୀଙ୍କ ନଜରକୁ କିଭଳି ଆସି ପାରିଲା ନାହିଁ, ନା’ ସୁରକ୍ଷା ପ୍ରସଙ୍ଗ ପ୍ରତି ଆଖି ବୁଜି ଦିଆଯାଇଥିଲା। ଖଣି ପରିଦର୍ଶନ ଓ ନିରୀକ୍ଷଣ ବେଳେ ଏ ଦିଗ ପ୍ରତି ଧ୍ୟାନ ଦିଆ ନ ଯିବା ଆଶ୍ଚର୍ଯ୍ୟଜନକ। ସୁରକ୍ଷା ନିୟମର ଉଲ୍ଲଂଘନ, ଠିକାଦାରଙ୍କ ନିକଟରେ ପ୍ରଶିକ୍ଷିତ ଶ୍ରମିକଙ୍କ ଅଭାବ, ସୁରକ୍ଷା ବ୍ୟାରିଅର କମ୍‌ ଥିବା ଓ ଉକ୍ତ ବ୍ୟାରିଅର ନିକଟ ଜମିରେ ବ୍ଲାଷ୍ଟିଂ ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି କୁହାଯାଇପାରେ। ଏଥିରେ ଉପର ଠାରୁ ତଳସ୍ତର ପର୍ଯ୍ୟନ୍ତ ବହୁ ଅଧିକାରୀ ଓ ଠିକା ସଂସ୍ଥା କର୍ତ୍ତୃପକ୍ଷ ଦାୟୀ ହୋଇଥିବା ବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଇ କେବଳ ଭରତପୁର ଖଣି ପରିଚାଳକଙ୍କୁ କାହିଁକି ନିଲମ୍ବନ କରାଗଲା ବୋଲି ପରିବେଶବିତ୍‌ ବାଉରୀବନ୍ଧୁ ବେଜ, ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ସଭାପତି ରାଜକିଶୋର ସାହୁ ଓ ବ୍ରାହ୍ମଣୀ ସୁରକ୍ଷା ପରିଷଦ ସଭାପତି ତଥା ପରିବେଶବିତ୍‌ ବିଭୁଦେନ୍ଦ୍ର ପ୍ରତାପ ଦାସ ପ୍ରଶ୍ନ କରିଛନ୍ତି। ବଡ ଅଧିକାରୀଙ୍କ ବିରୋଧରେ ଦଣ୍ଡବିଧାନ କରା ନ ଯିବା କି ପ୍ରକାର ତଦନ୍ତ ଓ ନ୍ୟାୟ ବୋଲି ବିଏମ୍‌ଏସ୍‌ର ରାଜ୍ୟ ସମ୍ପାଦକ ବାଦଲ ମହାରଣା ପ୍ରେସ୍‌ ଇସ୍ତାହାରରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଏଠାରେ ଥିବା ସମସ୍ତ କୋଇଲା ଖଣିରୁ କିପରି ଅଧିକ ଉତ୍ପାଦନ ହେବ ତାହା ଉପରେ ମୁଖ୍ୟାଳୟ ଠାରୁ ପ୍ରବନ୍ଧନ ପର୍ଯ୍ୟନ୍ତ ସମସ୍ତେ ନଜର ରଖୁଥିବା ବେଳେ ଶ୍ରମିକଙ୍କ ସୁରକ୍ଷା, ଜମି ଅଧିଗ୍ରହଣ, କ୍ଷତିପୂରଣ ପ୍ରଦାନ, ବିସ୍ଥାପିତଙ୍କ ଥଇଥାନ ଏବଂ ନିଯୁକ୍ତି ପ୍ରତି କେହି ଧ୍ୟାନ ଦେଉ ନ ଥିବା ପରିବେଶବିତ୍‌ମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଟ୍ ଲୋଭରେ ଭଉଣୀଙ୍କୁ ଖଣ୍ଡଖଣ୍ଡ କଲେ ଭାଇ, ଶବକୁ ଟଏଲେଟ୍‌ରେ ଫ୍ଲଶ୍ କରିବା ବେଳେ….

ମସ୍କୋ,୨୬।୬: ମସ୍କୋରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ତିନି କୋଠରୀ ବିଶିଷ୍ଟ ଫ୍ଲାଟ ପାଇବା ପାଇଁ ଜଣେ ଭାଇ ଭଗାରି ପାଲଟିଗଲେ। ପ୍ରଥମେ, ସେ…

ଠିକ୍‌ ୪ଟା ବାଜିଲେ କାହିଁକି ହୁଏ ବର୍ଷା? ରହସ୍ୟ ଜାଣି ଚମକି ପଡିଲେ ବୈଜ୍ଞାନିକ

ବିଶ୍ୱ ଅନେକ ଅନନ୍ୟ ଏବଂ ଆଶ୍ଚର୍ଯ୍ୟଜନକ ପାଣିପାଗ ଘଟଣା ଦେଖିଥାଏ, କିନ୍ତୁ ବିଷୁବ ରେଖା ନିକଟରେ ଘଟୁଥିବା ଏକ ଘଟଣା ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଉଭୟଙ୍କୁ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: PNG କନେକ୍ସନ ନେଲେ ବି ମିଳିବ LPG, ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏବେ ଲୋକଙ୍କୁ PNG (Pipe Natural Gas) କନେକ୍ସନ ନେବାକୁ ହେବ। ଅନ୍ୟପଟେ ଯେଉଁମାନେ PNG କନେକ୍ସନ ନେବେ, ସେମାନଙ୍କୁ…

କେସିଙ୍ଗା ଷ୍ଟେଶନ ପରିଦର୍ଶନ କଲେ ଜେନେରାଲ ମ୍ୟାନେଜର

କେସିଙ୍ଗା,୨୬।୬.(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଳ ଷ୍ଟେଶନକୁ ଜେନେରାଲ ମ୍ୟାନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆରଏମ ସୁବାସ ଚନ୍ଦ୍ର ଚୌଧୁରୀ ଏବଂ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଭୁବନେଶ୍ୱର,୨୬।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ ଲିକ୍‌ ଘଟଣାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଆଉ ଜଣେ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ବିରଳ ଅସ୍ତ୍ରୋପଚାର: ଯୁବକଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆପଡ଼ା,୨୬/୬(ମକାରୁ ବେମାଲ): ସୀମିତ ସମ୍ବଳ କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା । ପୁଣିଥରେ ନିଜର ଚମତ୍କାରିତା ଦେଖାଇଛନ୍ତି ନୂଆପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ…

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

ଭେନେଜୁଏଲା ଭୂକମ୍ପର ଭଗ୍ନାବଶେଷ ଭିତରୁ ଖୋଜା ଚାଲିଛି ଜୀବନ, ଛାତି ଥରାଇ ଦେଉଛି ଶିଶୁଙ୍କ ସହ ନିର୍ବାକ ଜୀବଙ୍କ ଫଟୋ

କାରାକାସ୍‌,୨୬।୬: ଭେନେଜୁଏଲାରେ ଭୂମିକମ୍ପ ପରେ ଅତି କମରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେତେବେଳେ ହଜାର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri